ହେଡଲାଇନସ୍:

ମହିଳା ଙ୍କ ଆତ୍ମହତ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ/ନବରଙ୍ଗପୁର(ଅଶୋକ ସାହୁ) :  ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ରେଭିନ୍ୟୁଗୁଡା ସାହିରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ନେଇ ଗୁରୁବାର ସକାଳେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଗ୍ରାମର ରେଭିନ୍ୟୁଗୁଡା ସାହିର କୃଷ୍ଣ ଓ ତାର ବଡ ସ୍ତ୍ରୀ ବୁଧବାର ଦିନ ସମୟରେ କୁଲି କରିବାକୁ ଯାଇଥିଲେ | ଘରେ କେହି ନଥିବା ର ସୁଯୋଗ ନେଇ କୃଷ୍ଣ ସୌରା ଙ୍କ ସାନ ସ୍ତ୍ରୀ ଡାଳିମ୍ବ ସୌରା (୩୦) ନିଜ ଓଢଣି ବେକରେ ବାନ୍ଧି ଘର ଦୁଲମରେ ଓହଳି ଆତ୍ମହତ୍ୟା କରିଥିଲେ | ଏମାନେ କୁଲି କାମ ସାରି ଅପରାହ୍ନ ୫ ଘ. ସମୟରେ ଘରେ ପହଞ୍ଚି ଦେଖିଥିଲେ ଯେ ଡାଳିମ୍ବ ଆତ୍ମହତ୍ୟା କରିଛି | ଉକ୍ତ ଖବର ପ୍ରସାର ହେବା ପରେ ତାଙ୍କ ଘର ଆଗରେ ଲୋକ ଗହଳି ହୋଇଥିଲା | ଖବର ପାଇ ଡାଳିମ୍ବ ଙ୍କ ବାପ ଘର ଲେକେ ଆସି ଘଟଣାସ୍ଥଳରେ ପହଞ୍ଚି ଥିଲେ | ଏନେଇ ମୃତକର ଭାଇ ସାହେବ ସିଂ ଡାବୁଗାଁ ଥାନାରେ ଗୁରୁବାର ସକାଳେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଅଧିକାରୀ ଅଭିମନ୍ୟୁ ଦୂର୍ଗା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା | ଏନେଇ ଥାନା କେସ ନଂ ୧୮/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

0
0
0
s2sdefault