ଖାକି ବର୍ଦ୍ଦିରେ ଲାଗିଲା ଦାଗ, ଦୁଷ୍କର୍ମ ଅଭଯୋଗ ରେ ଜେଲ ଗଲେ ପୋଲିସ ଡ୍ରାଇଭର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) ସୋନପୁର ଜିଲ୍ଲା ରେ ଖାକି ବର୍ଦ୍ଦିରେ ଲାଗିଲା ଦାଗ । ଦୁସ୍କର୍ମ ଭଳି ସଂଗିନ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର । ଏଭଳି ଅଭିଯୋଗରେ ଜେଲ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଂଜିତ ପଧାନ । ବୁଧବାର ସେନପୁର ଜିଲ୍ଲାର ସୁବଳୟା ଥାନାରେ ଜୈନିକ ଯୁବତି ଜଣକ ରଞ୍ଜିତ ବିରୋଧରେ ଦୁସ୍କର୍ମ ଅଭିଯୋଗ ଆଣିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୋଲିସରେ କାର୍ଯ୍ୟରତ ଡ୍ରାଇଭର ରଂଜିତ ପଧାନ ଯୁବତିଙ୍କୁ ଦୁସ୍କର୍ମ କରିଥିବାନେଇ ସୁବଳୟା ଥାନାରେ ମାମଲା ଦାୟର ପରେ ସୁବଳୟା ପୋଲିସ ରଂଜିତକୁ ସୁବର୍ଣ୍ଣପୁର ରୁ ଉଠାଇଆଣି ଜେଲ ହାଜତକୁ ପଠାଇ ଦେଇଛି । ପୁର୍ବରୁ ପୋଲିସ ଡ୍ରାଇଭର ନବରଙ୍ଗପୁରରେ ଚାକିରି କରୁଥିବା ସମୟରେ ମଧ୍ୟ ସେଠାକାର ଜଣେ ଯୁବତି ରଂଜିତଙ୍କ ନାଁରେ ଅଭିଯୋଗ କରିଥିଲେ । ସତେବେଳେ ପୋଲିସ ଘଟଣାକୁ ରଫାଦଫା କରିଦେବାସହ ରଂଜିତଙ୍କୁ ମାଲକାନଗିରି ବଦଳି କରିଦେଇଥିଲେ । ଏବେ କିଛିମାସ ତଳେ ରଂଜିତ ପଧାନଙ୍କ ସୁବର୍ଣ୍ଣପୁର ଜିଲ୍ଲାକୁ ବଦଳି ହୋଇଥିଲା । କିନ୍ତୁ ରଂଜିତଙ୍କ ଚିରତ୍ରରେ ପରିବର୍ତନ ହେଲାନାହିଁ । ଏବେ ପୁଣି ସୁବଳୟା ଥାନା ଅଂଚଳର ଜଣେ ଯୁବତି ରଂଜିତଙ୍କ ନାଁରେ ଦୁଷ୍କର୍ମ ଭଳି ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ରଂଜିତଙ୍କୁ ଗିରଫ କରିବା ସହ ଜେଲ ହାଜତକୁ ପଠାଇ ଦେଇଛି ।

0
0
0
s2sdefault