ହେଡଲାଇନସ୍:

"ବିଧାୟକ ସେକ୍ସ ରାକେଟ ସହ ଚଳାଉଛନ୍ତି ବ୍ରୋଥେଲ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଜଗତସିଂହପୁର /ସୁମନ୍ତ କୁମାର ଦାସ:ଗତ ମାସରେ ତିର୍ତୋଲ ବିଧାୟକ ଙ୍କ ଗାର୍ଲଫ୍ରେଣ୍ଡ ତଥା ଭାବି ପତ୍ନୀ ସୋମାଲିକା ଦାଶ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ନିର୍ବାଚନ ଖର୍ଚ୍ଚ ଟଙ୍କା ଉଠାଇବା ପାଇଁ ବିଧାୟକ ସେକ୍ସ ରାକେଟ ଚଳାଉ ଥିଲେ l ବିଜୟ ଶଙ୍କର ଜଗତସିଂହପୁର ର ରେଜିଷ୍ଟ୍ରାର ଅଫ୍ ବିବାହ ନକରିବା ପରେ ଜୁନ ୧୮ ରେ ଏହି ଅଭିଯୋଗ କରାଯାଇଥିଲା l ଏଫଆଇଆର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଗତସିଂହପୁର ଏସପି ଜୁଲାଇ ୪ରେ ଅତିରିକ୍ତ ଡିଜି ପୋଲିସ, କ୍ରାଇମବ୍ରାଞ୍ଚ କୁ ଅଭିଯୋଗ କାରୀ ଙ୍କ ଅଭିଯୋଗ ର ବିସ୍ତୃତ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଦ୍ୱାରା ମାମଲା ଦାୟ ର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ବିଧାୟକ ସେକ୍ସ ରାକେଟ ସହ ଚଳାଉଛନ୍ତି ବ୍ରୋଥେଲ l ଯାହାର ପରିଣାମ ସ୍ୱରୂପ ରାଜନୈତିକ ତଥା ସୋସିଆଲ ମିଡ଼ିଆ ରେ ଏହି ପ୍ରସଙ୍ଗ ଚର୍ଚ୍ଚା ର ବିଷୟ ପାଲଟିଛି l ଯେହେତୁ ଅଭିଯୁକ୍ତ ଶାସକ ଦଳର ଜଣେ ବିଧାୟକ ତେଣୁ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ରେ ପରିଣତ ହୋଇଛି ବୋଲି ଜଗତସିଂହପୁର ଏସପି ଲେଖିଛନ୍ତି l ଏସପି କହିଛନ୍ତି ଯେ ଅଭିଯୋଗକାରୀ ଏହା ମଧ୍ୟ ଚାହୁଁଛନ୍ତି ଯେ ନିରପେକ୍ଷ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏହି ମାମଲା ର ତଦନ୍ତ କରନ୍ତୁ l ତେଣୁ ଏହି ମାମଲାରେ ଅଭିଯୋଗକାରୀଙ୍କ ଅଭିଯୋଗର ବିସୃତ ଅନୁସନ୍ଧାନ ପାଇଁ କ୍ରାଇମବ୍ରାଞ୍ଚ କୁ ତଦନ୍ତ ଦାୟିତ୍ୱ ଦିଆଯିବ ବୋଲି ଏସପି କହିଛନ୍ତି l

0
0
0
s2sdefault