ହେଡଲାଇନସ୍:

ମଶାଣି ପଇସାରୁ ବି ୧୦ ହଜାର ଟଙ୍କା ଲାଞ୍ଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭିଜିଲାନ୍ସ ଟ୍ରାପରେ ଗିରଫ ହେଲେ ଖାନୁଆ  ମହିଳା ସରପଞ୍ଚ

ମଶାଣି ପଇସାରୁ  ବି ୧୦ ହଜାର ଟଙ୍କା ଲାଞ୍ଚ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅଧିନରେ ଥିବା ଖାନୁଆ ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚ ତଥା ପଳାଶବଣି ଗ୍ରାମର ଗୀତାରାଣୀ ସିଂ ଶ୍ମଶାନଘାଟ ନିର୍ମାଣ କାର୍ଯ୍ୟର ରନିଂ ବିଲରେ ଦସ୍ତଖତ କରାଇବା ନିମନ୍ତେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାରିପଦା ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଖାନୁଆ ଗ୍ରାମରେ ଏକ ଶ୍ମଶାନଘାଟ ନିର୍ମାଣ କାର୍ଯ୍ୟର କାର୍ଯ୍ୟାଦଶେ ନେଇଥିଲେ ସ୍ଥାନୀୟ କରୁଣାକର ସିଂ । ପୂର୍ବରୁ ଏକ ହଜାର ଟଙ୍କାର ରନିଂ ବିଲ ନେଇ ଥିବା ବେଳେ ଦ୍ୱିତୀୟ କିସ୍ତିରେ ଏକ ଲକ୍ଷ ନଅ ହଜାରରୁ ଅଧିକ ଟଙ୍କା ରନିଂ ବିଲ ନିମନ୍ତେ ସମସ୍ତ କାଗଜ ପତ୍ର ଦାଖଲ କରିଥିଲେ । ସରକାରଙ୍କ ନିୟମ ଅନୁସାରେ ଉକ୍ତ ଟଙ୍କା ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ନାମରେ ବ୍ୟାଙ୍କରେ ରହିଥିବା ଜଏଣ୍ଟ ଆକାଉଣ୍ଟରୁ ଠିକାଦାରଙ୍କ ଆକାଉଣ୍ଟକୁ ଟ୍ରାନ୍ସଫାର ହେବ । ତେଣୁ କରୁଣାକରଙ୍କର ଉକ୍ତ ରନିଂ ବିଲ ଜଏଣ୍ଟ ଆକାଉଣ୍ଟରୁ ଠିକାଦାରଙ୍କ ଆକାଉଣ୍ଟକୁ ଟ୍ରାନ୍ସଫାର ନିମନ୍ତେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ୱାକ୍ଷର କରିସାରିଥିବା ବେଳେ ସରପଞ୍ଚ ଗୀତାରାଣୀ ସିଂଙ୍କର ସ୍ୱାକ୍ଷର ବାକି ରହିଥିଲା । ସରପଞ୍ଚ ଗୀତାରାଣୀ ସ୍ୱାକ୍ଷର କରିବା ନିମନ୍ତେ ୧୫ ହଜାର ଟଙ୍କା ଠିକାଦାର କରୁଣାକରଙ୍କୁ ଲାଞ୍ଚ ମାଗିଥିଲେ ଏବଂ  ଉଭୟଙ୍କ ମଧ୍ୟରେ ମୂଲଚାଲ ହୋଇ ୧୦ ହଜାରରେ କଥା ଛିଣ୍ଡିଥିଲା । ମାତ୍ର ଏହଙ୍ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ପିସି କାରବାର ବନ୍ଦ କରାଇବାକୁ ନିଦେ୍ଧର୍ଶ ଦେଇଥିଲେ ମଧ୍ୟ ଏହାକୁ ଖାନୁଆ ପଞ୍ଚାୟତର ମହିଳା ସରପଞ୍ଚ ମାନିବାକୁ ପ୍ରସ୍ତୁତ ନଥିବାରୁ ତାଙ୍କୁ ଉଚିତ ଶିକ୍ଷା ଦେବା ନିମନ୍ତେ ଠିକାଦାର କରୁଣାକର ବାରିପଦା ଭିଜିଲାନ୍ସ ୟୁନିଟ ସହିତ ସାକ୍ଷାତ କରି ଯୋଜନା ପ୍ରସ୍ତୁତ କରି ଆଜି ସରପଞ୍ଚ ଗୀତାରାଣୀଙ୍କୁ ତାଙ୍କର ଦାବି ଅନୁସାରେ ଭିଜିଲାନ୍ସରୁ ନେଇଥିବା ବଞ୍ଚ ବୋଳା ୧୦ ହଜାର ଟଙ୍କା ଧରାଇ ଦେଇ କାର୍ଯ୍ୟ ସଫଳତାର ସଙ୍କେତ ଭିଜିଲାନ୍ସକୁ ଦେବା ପରେ ଭିଜିଲାନ୍ସ ଟିମ ଅତର୍କିତ ଭାବେ ସରପଞ୍ଚ ଗୀତାରାଣୀଙ୍କ ଉପରେ ଚଢ଼ାଉ କରି ଭିଜିଲାନ୍ସର ରଙ୍ଗବୋଳା ଦଶ ହଜାର ଟଙ୍କା ସହିତ ତାଙ୍କୁ ରେଡ଼ ହ୍ୟାଣ୍ଡରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଉକ୍ତ ଚଢ଼ାଉ ବାରିପଦା ଭିଜିଲାନ୍ସ ଡ଼ିଏସପି ସଞ୍ଜୟ ଦାସମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିବା ବେଳେ ଭିଜିଲାନ୍ସ ଇନ୍ସପେକ୍ଟର ପ୍ରଦୀପ ସାମଲ, ବାଲେଶ୍ୱର ୟୁନିଟ ଇନ୍ସପେକ୍ଟର ସବିତା ବେହେରା, ଅନିରୁଦ୍ଧ ନାୟକ, କନେଷ୍ଟବଳ ତରୁଣପାଲବାବୁ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।

0
0
0
s2sdefault