ମରଣ ଡାକିଲେ କିଏ ବା ରଖେ !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଶବ ଦାୟ କରିବାକୁ ଯାଇ ଶବ ହୋଇ ଫେରିଲେ –

ବାରିପଦା/Dillip Mohanty - ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଛଚିନା ଗ୍ରାମର ଦୁର୍ଗା ମାର୍ଣ୍ଡି ନାମକ ଏକ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ  ଆତ୍ମୀୟସ୍ୱଜନ ଓ ସାଇପଡ଼ିଶାର କିଛି ଲୋକ ଦୁର୍ଗା ମାର୍ଣ୍ଡିଙ୍କ  ଶବ ସତ୍କାର  କରିବା ନିମନ୍ତେ ଅପରାହ୍ନ ପ୍ରାୟ ୩ଟା ପାଖାପାଖି ଶ୍ମଶାନକୁ ନେଇଯାଇଥିଲେ । ଜୁଇ ଜଳିବା ଆରମ୍ଭ କରିଥିଲା । ଏହି ସମୟରେ ଆକାଶରେ ମେଘ ସହିତ ବିଜୁଳି ମାରିବା ଆରମ୍ଭ ହୋଇଥିଲା । ଶବ ଦାହ ନିମନ୍ତେ ଯାଇଥିବା ସମସ୍ତ ବ୍ୟକ୍ତି ନିକଟସ୍ଥ ଏକ ଗଛ ମୂଳରେ ଆଶ୍ରୟ ନେଇ ଥିଲେ । ମାତ୍ର ଜୁଇ ଜଳୁଛି ଅଥବା ବର୍ଷାରେ ଲିଭି ଯାଇଛି ତାହା ଦେଖିବା ନିମନ୍ତେ ଗୁଣାକାର ସୋରେନର ପୁଅ  କୁଅଁର ସୋରେନ(୫୫) ଓ ବିନୋଦ ସୋରେନଙ୍କ ପୁଅ ବାସେନ ସୋରେନ(୩୭) ଯାଇଥିଲେ । ଏହି ସମୟରେ ଏହି ଦୁଇ ଜଣଙ୍କ ଉପରେ ବଜ୍ରପାତ ହୋଇଥିଲା । ଏମାନଙ୍କୁ ବେତନଟୀ ଡ଼ାକ୍ତରଖାନାକୁ ଚିକିତ୍ସା ନିମନ୍ତେ ସଂଗେସଂଗେ ନେଇଆସିଥିଲେ; ମାତ୍ର ଡ଼ାକ୍ତର ଦୁଇ ଜଣଙ୍କୁ ରିସିଭ ଡେ଼ଥ ଘୋଷଣା କରିଥିଲେ । ଖବରପାଇ ବେତନଟୀ ଥାନା ପୁଲିସ ପହଁଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହିତ ଥାନାରେ ଏକ ଅପମୃତ୍ୟୁ  ମାମଲା ରୁଜୁ କରିଥିଲେ ।

  

0
0
0
s2sdefault