ହେଡଲାଇନସ୍:

ଜନସେବା କେନ୍ଦ୍ର ମାଲିକଙ୍କ ଆତ୍ମହତ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 


ବାରିପଦା(Dillip Mohanty )- ବାରିପଦା ସହରର ତକତପୁରସ୍ଥିତ ଏକ ଜନସେବା କେନ୍ଦ୍ର ସହିତ କୋଚିଂ ସେଣ୍ଟରର ମାଲିକ ତଥା ଉକ୍ତ ଅଞ୍ଚଳରେ ଘରଭଡ଼ା ନେଇ ପରିବାର ସହିତ ବସବାସ କରିଆସୁଥିବା ୪୦ ବର୍ଷର ଯୁବକ ସନ୍ତୋଷ କୁମାର ପାଢ଼ୀ ମାର୍ଚ୍ଚ ୨୫ ରବିବାର ସକାଳ ସମୟରେ ଜନସେବା କେନ୍ଦ୍ରରେ ବେକରେ ଫାଶ ଲଗାଇ ଝୁଲୁ ଥିବା ଅବସ୍ଥାରେ ତାଙ୍କର ଭଣଜା ଦେଖିବାକୁ ପାଇଥିଲେ । ଖବରପାଇ ବାରିପଦା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହିତ ଘରକୁ ସିଲ କରି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ ଶବ ନିକଟରୁ ଏକ ସୁଇସାଇଡ଼ ନୋଟ ଜବତ କରିଛି । ଏଥିରେ ୩ ଯୁବକ ସନ୍ତୋଷଙ୍କୁ ମାରଧର ସହିତ ଶାରିରୀକ ଓ ମାନସିକ ଯନ୍ତ୍ରଣା ଦେଇଆସୁଥିବାରୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ଉଲ୍ଲେଖ ରହିଛି । ଏହି ଘଟଣାକୁ ନେଇ ସନ୍ତୋଷଙ୍କ ଶ୍ୱଶୁର ପକ୍ଷରୁ ବାରିପଦା ଟାଉନ ଥାନାରେ ଏଫଆଇଆର ପ୍ରଦାନ କରିବା ପରେ  ଥାନାରେ ୫୪/୨୫.୦୩.୨୦୧୪ରେ ଏକ ମାମଲା ରୁଜୁ ହୋଇଛି ଏକ ତିନି ଜଣ ଯୁବକଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଛରା କରାଯାଉଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ପ୍ରତ୍ୟେକ ଦିନ  ପରି ଗତ ଶନିବାର ରାତିରେ ଜନସେବା କେନ୍ଦ୍ରକୁ ସନ୍ତୋଷ ନିଜ ଭଡ଼ାଘରକୁ ଫେରି ରାତ୍ରି ଭୋଜନ ଶେଷ କରି ବିଶ୍ରାମ ନେଉଥିଲା । ହଠାତ୍ କାହାକୁ କିଛି ନକହି ରାତିରେ କେଉଁ ସମୟରେ ଘରୁ ଆସି ଜନସେବା କେନ୍ଦ୍ରକୁ ଖୋଲି କୋଠରୀର ଛାତରେ ରହିଥିବା ଏକ ହୁକରେ ଦଉଡ଼ି ଦେଇ ଆତ୍ନହତ୍ୟା କରିଥିଲେ । ସୋମବାର ସକଳ କୋଚିଂ ସେଣ୍ଟର ଖୋଲିବା ନିମନ୍ତେ ଦାୟିତ୍ୱରେ ରହିଥିବା ଭଣଜା ଆସି ସେଣ୍ଟରର ସଟ୍ଟର ଟେକିବା ପରେ ମାମୁଁ ଫାଶୀ ଲଗାଇ ଝୁଲୁ ଥିବାର ଦେଖିବାକୁ ପାଇଥିଲେ ।

0
0
0
s2sdefault