ନବରଙ୍ଗପୁର ତା ୨୩.୬.୨୦୨୬:“ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମର ଚତୁର୍ଥ ଦିବସ ଅବସରରେ ନବରଙ୍ଗପୁର ପୋଲିସ୍ ପଡ଼ିଆଠାରେ ବ୍ଲକ୍ ସ୍ତରୀୟ “ସ୍ୱାବଲମ୍ବୀ ଯୁବା, ସମୃଦ୍ଧ ଓଡ଼ିଶା ସମାବେଶ” ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ଯୋଗଦେଇଥିଲେ। ତାଙ୍କ ସହିତ ଜିଲ୍ଲା ସଂଯୋଜକ (ସ୍ୱାବଲମ୍ବୀ ଯୁବା) ଶତାବ୍ଦିକା ପାଲୋ, ବ୍ଲକ୍ ସଂଯୋଜକ ଦୁଲାର ନାୟକ, ନବରଙ୍ଗପୁର ବିଡିଓ ସୁନୀଲ ଖରା, ଜିଲ୍ଲା ନିଯୁକ୍ତି ଅଧିକାରୀ, ସହକାରୀ ଶିଳ୍ପ ଅଧିକାରୀ , ଶିଳ୍ପ ପ୍ରୋତ୍ସାହନ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଅତିଥିମାନେ ଉପସ୍ଥିତ ଥିଲେ।
ଜିଲ୍ଲା ନିଯୁକ୍ତି ଅଧିକାରୀ ସମାବେଶର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଯୁବପିଢ଼ୀଙ୍କ ପାଇଁ ଚାଲୁଥିବା ବିଭିନ୍ନ ସରକାରୀ ଯୋଜନା ଓ ନିଯୁକ୍ତି ସୁଯୋଗ ବିଷୟରେ ସୂଚନା ପ୍ରଦାନ କରିଥିଲେ। ସହକାରୀ ଶିଳ୍ପ ଅଧିକାରୀ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ରରେ ରହିଥିବା ଉଦ୍ୟୋଗ ସ୍ଥାପନ, ରୋଜଗାର ଓ ସ୍ୱରୋଜଗାରର ସୁଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି "ବିକଶିତ ଗାଁ ବିକଶିତ ଓଡ଼ିଶା" ବିଜିବିଓ ୨୦୨୪-୨୫ ଓ ୨୦୨୫-୨୬ ସହ ଗ୍ରାମୀଣ ଗୃହ ଯୋଜନା ୨୦୨୫-୨୬ରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ବ୍ଲକ୍ମାନଙ୍କୁ ପୁରସ୍କୃତ କରିଥିଲେ।ବିଯିବିଓ ୨୦୨୪-୨୫ରେ ଉମରକୋଟ ବ୍ଲକ୍ ପ୍ରଥମ ସ୍ଥାନ ଅଧିକାର ଏବଂ ୨୦୨୫-୨୬ରେ ନବରଙ୍ଗପୁର ବ୍ଲକ୍ ପ୍ରଥମ ସ୍ଥାନ ହାସଲ କରିଛି।ଗ୍ରାମୀଣ ଗୃହ ଯୋଜନା ୨୦୨୫-୨୬ରେ କୋଷାଗୁମୁଡ଼ା ବ୍ଲକ୍ ପ୍ରଥମ ସ୍ଥାନ ଅଧିକାର କରିଛି।ସେଭଳି ଜିଲ୍ଲା ପରିଷଦର ଶ୍ରେଷ୍ଠ କାର୍ଯ୍ୟଦକ୍ଷ ଅଧିକାରୀ ଭାବେ ଗ୍ରାମୀଣ ଗୃହ ଯୋଜନାର ପ୍ରୋଗ୍ରାମ ମ୍ୟାନେଜର ଦେବସ୍ମିତାଙ୍କୁ ସମ୍ମାନିତ କରାଯାଇଥିଲା।
ଶେଷରେ ନବରଙ୍ଗପୁର ବିଡିଓ ସୁନୀଲ ଖରା ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥି, ଅଧିକାରୀ ଓ ଅଂଶଗ୍ରହଣକାରୀଙ୍କୁ କୃତଜ୍ଞତା ଜଣାଇଥିଲେ।







