ହେଡଲାଇନସ୍:

ବହୁଚର୍ଚ୍ଚିତ ଅବସରପ୍ରାପ୍ତ ଅଧ୍ୟାପକ ଡ଼ଃ ସୁଧୀର ମହାନ୍ତ ହତ୍ୟା ମାମଲାରେ ପୁଣି ଏକ ଯୁବକ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁଲିସ ନିରପେକ୍ଷତା ଉପରକୁ ଅଙ୍ଗୁଳି ଉଠାଇଛନ୍ତି ଜନସାଧାରଣ

ବାରିପଦାରୁ ଦିଲ୍ଲୀପ ମହାନ୍ତି - ବହୁଚର୍ଚ୍ଚିତ ଅବସରପ୍ରାପ୍ତ ଅଧ୍ୟାପକ ଡ଼ଃ ସୁଧୀର ମହାନ୍ତ ହତ୍ୟାମାମଲାରେ ସମସ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ଗରଫ କରିସାରିଥିବାର ଭାବି ବାରିପଦା ସହରବାସୀ ମାମଲାକୁ ମନରୁ ଭୂଲି ସାରିଥିବା ବେଳେ ହଠାତ୍  ୨୦୧୮ ଫେବୃଆରୀ ୨୩ରେ ଉକ୍ତ ହତ୍ୟାକାଣ୍ଡ ମାମଲାରେ ପୁଣି ଜଣେ ଅଭିଯୁକ୍ତ ସମ୍ପୃକ୍ତ ରହିଥିବା ଅଭିଯୋଗରେ ବାରିପଦା ଟାଉନ ଥାନା ପୁଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଏହା ବାରିପଦା ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି । ପ୍ରକୃତରେ ଅଭିଯୁକ୍ତ ଯୁବକ ସୁଧୀର ମହାନ୍ତଙ୍କ ହତ୍ୟା ମାମଲାରେ ଜଡ଼ିତ ରହିଛନ୍ତିକି ନାହିଁ ଏହା ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରଶ୍ନବାଚୀ ହୋଇଯାଇଛି । 

                      ଗତ ୨୦୧୭ ସେପ୍ଟେମ୍ବର ୨୫ରେ ବାରିପଦା ପୌରପରିଷଦର ଯମୁନାଦେଇପୁର ବାସଭବନରୁ  ଅବସରପ୍ରାପ୍ତ ଅଧ୍ୟାପକ ଡ଼ଃ ସୁଧୀର ମହାନ୍ତଙ୍କ  ନିଖୋଜ ଘଟଣା ଓ ପରବର୍ତ୍ତି ସମୟରେ ଜନସାଧାରଣଙ୍କ ସମାଲୋଚନା ପରେ  ଘଟଣାର ୧୭ ଦିନ ଅତୀତ ହେବା ପରେ ଅର୍ଥାତ୍ ୨୦୧୭ ଅକ୍ଟୋବର ୧୨ ରେ ସୁଧୀର ମହାନ୍ତଙ୍କ ମୃତ ଦେହକୁ ବେତନଟୀ ଥାନା ଅଧୀନରେ ଥିବା ଆମ୍ବଯୋଡ଼ା ଜଙ୍ଗଲ ମଧ୍ୟରୁ ମାଟି ତଳୁ ଉଦ୍ଧାର କରିବାରେ ସଫଳ ହେବା ସହିତ ତକତ୍ପୁରରେ ବସବାସ କରୁଥିବା ଏବଂ ୧୮ ନମ୍ବର ଜାତୀୟ ରାଜପଥର ମୁରଗାବାଡ଼ି ରଙ୍ଗ ଫେକ୍ଟ୍ରୀ ନିକଟରେ ଗେରେଜ କରିଥିବା ଶେକ୍ ରାଜୁ ଅନ୍ୟ ଜଣେ ଅଭିଯୁକ୍ତ ଆମ୍ବେଯାଡ଼ା ଗ୍ରାମର ଅଜୟ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହି ସମୟରେ ମୁଖ୍ୟ ଅଭିଯୁକ୍ତ ରାଜାଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଫେରାର ହେବା ପରେ ୨୦୧୭ ନଭେମ୍ବର ୨୩ ଗୁରୁବାର ଅପରାହ୍ନରେ ପୁଲିସ ତଦନ୍ତରେ ମୁଖ୍ୟ ଖଳନାୟକ କୁହାଯାଉଥିବା ରାଜୁ ଦାସ ବାରିପଦା ଏସଡ଼ିଜେଏମଙ୍କ କୋର୍ଟରେ ନିଜେ ଆତ୍ମ ସମର୍ପଣ କରିଥିଲା । ଏହାପରେ ଗତ ନଭେମ୍ବର ୨୭ ସୋମବାର ତକତପୁର ଅଞ୍ଚଳର  ଦୀପକ ଦାସଅଧିକାରୀଙ୍କୁ ହତ୍ୟାକାଣ୍ଡ ଘଟଣାରେ ମାଷ୍ଟର ମାଇଣ୍ଡ ଦର୍ଶାଇ ଗିରଫ କରି କୋର୍ଟ ଚାଲାଣ କରିବାର ୪ ଦିନ ପରେ ଅର୍ଥାତ୍ ନଭେମ୍ବର ୩୦ ଗୁରୁବାର ଉକ୍ତ ହତ୍ୟା ମାମଲାରେ ସମ୍ପୃକ୍ତ ଥିବାର ଦର୍ଶାଇ ଅନ୍ୟ ଦୁଇ ଅଭିଯୁକ୍ତ ବାରିପଦା ପେରେଡ଼ପଡ଼ିଆ ଅଞ୍ଚଳର ସେକ୍ ସୟଦ ଓରଫ ରାଜୁ ଓ ବୁବୁନ ଓରଫ୍ ଦୀପୁନା ସାହୁଙ୍କୁ ଟାଉନ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବାର ପ୍ରାୟ ୩ ମାସ ମଧ୍ୟରେ ବାରିପଦା ସହରରେ ଖୋଲମଖୋଲା ଜଣେ ଭଦ୍ର ବ୍ୟକ୍ତି ଭାବେ ନିର୍ଭୟରେ ବିଚରଣ ଓ ଭଞ୍ଜପୁର ଛକରେ ଜିଲାପ୍ରଶାସନ ପକ୍ଷରୁ ଷ୍ଟେଚୁ୍ୟ ନିର୍ମାଣ ବିରୋଧରେ ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ରିଟ ଦାଏର କରିଥିବା ଭଞ୍ଜପୁର ଅଞ୍ଚଳର ରଞ୍ଜନ କୁମାର ମିଶ୍ରଙ୍କୁ ବାରିପଦା ଟାଉନ ଥାନା ପୁଲିସ ପ୍ରଧ୍ୟାପକ ସୁଧୀର ମହାନ୍ତ ହତ୍ୟା ମାମଲାରେ ସମ୍ପୃକ୍ତି ରହିଥିବାର ଦର୍ଶାଇ କେଶ ନଂ ୩୯/୨୦୧୭ରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଯାହା ସମସ୍ତ ଜନସାଧାରଣଙ୍କୁ ବିସ୍ମିତ କରିପକାଇଛି ଏବଂ ପୁଲିସର ନିରପେକ୍ଷତା ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ଏହି ଘଟଣା ଉପରେ ବାରିପଦା ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା । 

                 ପ୍ରକାଶ ଥାଉକି, ଉକ୍ତ ହତ୍ୟା ମାମଲାରେ ସେହି ସମୟରେ ପୁଲିସର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଥିଲା ମୟୂରଭଞ୍ଜ ମିଳିତ ମଞ୍ଚ । ପୁଣି ଗିରଫ ହୋଇଥିବା କେତେକ ଅଭିଯୁକ୍ତ ଉକ୍ତ ହତ୍ୟା ମାମଲାରେ ଦେଉଥିବା ବୟାନ ବା ସ୍ୱୀକାରୋକ୍ତିରେ ତାଳମେଳ ରହୁ ନାହିଁ । ସେମାନେ ଭିନ୍ନ ଭିନ୍ନ ପ୍ରକାରର ବୟାନ ଦେଉଥିବାର ଅଭିଯୋଗ ହୋଇଥିଲା । ଏଥି ସହିତ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତମାନଙ୍କର ଗତିବିଧି, ବ୍ୟବହାର କରିଥିବା ବିଭିନ୍ନ ସ୍ଥାନ ଆଦିକୁ ସଠିକ୍ ଭାବେ ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ । ଡ଼ଃ. ସୁଧୀର ମହାନ୍ତ କେବଳ ଜଣେ ଶିକ୍ଷାବିତ୍ ନ ଥିଲେ, ଏକାଧାରରେ ଲେଖକ ଓ ବଳିଷ୍ଠ  ବ୍ୟକ୍ତିତ୍ୱ ରହିଥିବା ସମାଜ ସୁଧାରକ ରହିଥିବାରୁ ତାଙ୍କର ହତ୍ୟା ସାଧାରଣ ଜନତାଙ୍କ ସେଣ୍ଟିମେଣ୍ଟକୁ ଆଘାତ ପହଁଞ୍ଚାଇଥିଲା । ଫଳରେ ଉକ୍ତ ହତ୍ୟାକାଣ୍ଡ ମାମଲାରେ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ଜନସାଧାରଣଙ୍କର ଆସ୍ଥା, ବିଶ୍ୱାସ ଓ ଭରସା ତୁଟି ଯାଇଥିବାରୁ ସିବିଆଇ ତଦନ୍ତ ଦାବି କରିଥିଲେ ମୟୂରଞ୍ଜ ମିଳିତ ସୁରକ୍ଷା ମଞ୍ଚ । ଉକ୍ତ ଦାବିକୁ ସମର୍ଥନ ଜଣାଇଥିଲେ ମୟୂରଭଞ୍ଜ ଜିଲା ଯୁବ କଂଗ୍ରେସ । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୟୂରଭଞ୍ଜ ମିଳିତ ସୁରକ୍ଷା ମଞ୍ଚ ଓ ଜିଲା ଯୁବ କଂଗ୍ରେସ ପକ୍ଷରୁ ଶତାଧିକ ସମର୍ଥକ ଗଣଧାରଣାରେ ବସିଥିଲେ । ଏମାନଙ୍କ  ବ୍ୟତୀତ ବିଭିନ୍ନ ଅନୁଷ୍ଠାନ  ପକ୍ଷରୁ ପୁଲିସ ବିଭାଗର ନିଷ୍କ୍ରିୟତାକୁ ସମାଲୋଚନା କରାଯାଇ ଥିଲା । 

 

 

0
0
0
s2sdefault