ହେଡଲାଇନସ୍:

ବାରିପଦାରେ ରାଜସ୍ଥାନ କଟନ ଫେବ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି) ବାରିପଦା ତୁଳସୀଚୌରାସ୍ଥିତ ଗୋଶାଳା ଦୂର୍ଗାପୂଜା ପଡିଆରେ ଆନ୍ତରାଜ୍ୟ ହସ୍ତତନ୍ତ ପ୍ରଦର୍ଶନୀ ରାଜସ୍ଥାନ କଟନ ଫେବ ଉଦଘାଟିତ ହୋଇଅଛି । ବାରିପଦା ପୌରପରିଷଦର ନଗରପାଳ ବବିତା ଦାସ ଉଦଘାଟକ ଏବଂ ବିଶିଷ୍ଟ ସମାଜସେବୀ ଶିରିଶ ଚନ୍ଦ୍ର ଦାସ, ଡଃ ପୁରୁଷତ୍ତୋମ ନାଥ, ଅନନ୍ତ ଦାସ, ତୁଳସୀଚୌରା ଦୂର୍ଗାପୂଜା କମିଟିର ଉପସଭାପତି ବିବେକାନନ୍ଦ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ପ୍ରଦର୍ଶନୀକୁ ଆନୁଷ୍ଠାନିକ   ଭାବେ ଉଦଘାଟନ କରିଛନ୍ତି । ବାରିପଦା ଭଳି ଏକ ସୌଖିନ ସହରରେ ବିଭିନ୍ନ ରାଜ୍ୟରୁ ଆସିଥିବା ହସ୍ତତନ୍ତ ବସ୍ତ୍ର ଗୁଡିକୁ କ୍ରୟ କରିବାର ଏକ ଅପୂର୍ବ ସୁଯୋଗ  ରାଜସ୍ଥାନ କଟନ ଫେବ ଗୋଟିଏ ଛାତ ତଳେ ଆଣିଦେଇଛି ବୋଲି କହିଥିଲେ । ବିଶେଷତଃ ଏହି ପ୍ରଦର୍ଶନୀରେ ମହିଳାଙ୍କ ପାଇଁ ରାଜସ୍ଥାନୀ କୋଟାଶାଢୀ, ସୁପରନେଟ ଶାଢୀ, ଯୋଧପୁରୀ ବାନ୍ଧନୀ ଶାଢୀ, ଉତ୍ତରପ୍ରଦେଶର ବନାରସୀ ଶିଲ୍କ, ପଶ୍ଚିମବଙ୍ଗର କାନ୍ଥା, କର୍ଣ୍ଣାଟକର କାଞ୍ଜିଭରମ, ହାଇଦ୍ରାବାଦର କଟନ ଶାଢୀ, ଲକ୍ଷେ୍ନା÷÷ର ଚିକନ, ରାଜସ୍ଥାନୀ ଏପ୍ରୋନ, ବେଙ୍ଗାଲୁରୁର ସିଲ୍କକୁର୍ତ୍ତି, ଦିଲ୍ଲୀ ଡିଜାଇନର କୁର୍ତ୍ତି , ଆର୍ଟିଫିସିଆଲ ଜୁଏଲାରୀ ଏବଂ ପୁରୁଷ ମାନଙ୍କ ପାଇଁ  ମିରଠର ପ୍ରସିଦ୍ଧ ଖଦୀ ସାର୍ଟ ଓ ପଞ୍ଜାବୀ ସୁଟ, କାଶ୍ମୀର ସାଲ ତଥା ଆଦି ରହିଅଛି । ଏଥି ସହିତ ରାଜସ୍ଥାନୀ କଟନ ବେଡସିଟ, ଉତ୍ତରପ୍ରଦେଶର ପିଲୋକଭର, ସୋଫା କଭର, ଡୋର ସ୍କ୍ରିନ, କାରପେଟ, ଦରି, କମ୍ବଳ, ପାପୋଛ ଇତ୍ୟାଦି ଜିନିଷ ଏହି ପ୍ରଦର୍ଶନୀରେ ଉପଲବ୍ଧ ରହିଥିବା ବେଳେ ଏହା ପୂର୍ବାହ୍ନ ୧୧ରୁ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ । ପ୍ରଦର୍ଶନୀରେ ଗ୍ରାହକମାନଙ୍କ ନିମନ୍ତେ ସମସ୍ତ ପ୍ରକାରର ବସ୍ତ୍ର ଉପରେ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା ରହିଥିବାରୁ ଗ୍ରାହକଙ୍କର ବେଶ ଭିଡ ପରିଲକ୍ଷିତ ହେଉଛି । ଏହି ଉଦଘାଟନୀ ସଭାକୁ ପ୍ରଦର୍ଶନୀ ପରିଚାଳକ ପଣ୍ଡିତଜୀ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ସମେତ ଦୂର୍ଗାପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।     

 

0
0
0
s2sdefault