ହେଡଲାଇନସ୍:

  ଟାଟାଷ୍ଟିଲ ସୁରକ୍ଷା ଦଳ ଓ ଓଡିଶା ପୋଲିସର ମିଳିତ ସହଯୋଗରେ ପୋଲିସ - ବେସରକାରୀ ସୁରକ୍ଷା ମୋଡ୍ୟୁଲ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯୋଡା(ସମୀର ନନ୍ଦ) :  ଟାଟାଷ୍ଟିଲ ଓର ମାଇନ୍ସ ଏବଂ କ୍ୱାରିଜ (ଓଏମକ୍ୟୁ) ଡିଭିଜନ ଓ ଫେରୋଆଲଏଜର ମାଙ୍ଗାନିଜ ଡିଡ଼ିଜନ (ଏଫଏଏମ୍ଡି)ର ସୁରକ୍ଷା ଦଳ ଏବଂ ଓଡିଶା ପୋଲିସର ମିଳିତ ସମନ୍ୱୟରେ ଏକ “ପୋଲିସ – ବେସରକାରୀ ସୁରକ୍ଷା ର ଶୁଭାରମ୍ଭ ହୋଇଯାଇଛି  । ପ୍ରଥମ ଥର ପାଇଁ ଓଡିଶାରେ ଏହା ଏକ ଅଭିନବ ପଦକ୍ଷେପ,ଯେଉଁଥିରେ ଯୋଡା ଟାଉନସିପରେ ପାଟ୍ରୋଲିଂ କରିବା ସହ କ୍ଷେତ୍ର ପ୍ରଭାବ ବିସ୍ତାର ପାଇଁ ଟାଟାଷ୍ଟିଲ ସୁରକ୍ଷା ବିଭାଗକୁ ଓଡିଶା ପୋଲିସ ସହାୟତା କରିବ  । ଏଥିସକାଶେ ଏକ ମିଳିତ ସମନ୍ୱୟ ବୈଠକ ଟାଟା ଷ୍ଟିଲର ଭି.ଟି କେନ୍ଦ୍ର ଠାରେ ଆୟୋଜନ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଡବିଲ ଏସଡିପିଓ ଆଇପିଏସ ରାହୁଲ ଜୈନ ଯୋଗ ଦେଇଥିବା ବେଳେ ଟାଟାଷ୍ଟିଲ (ଓଏମକ୍ୟୁ) ଡିଭିଜନ ମହାପ୍ରବନ୍ଧକ ମନିଷ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଟାଟା ଷ୍ଟିଲର ମାନବସମ୍ବଳ ପ୍ରବନ୍ଧନ ଚିଫ ପାର୍ଥସାରଥୀ ମିଶ୍ର,(ଓଏମକ୍ୟୁ) ସିକ୍ୟୁରିଟି ମୁଖ୍ୟ ଚନ୍ଦ୍ରମୌଲୀ ପ୍ରମୁଖ ଉପସ୍ଥିତ ଥିଲେ  । ଶ୍ରୀ ଚନ୍ଦ୍ରମୌଲୀ  ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ପ୍ରାରମ୍ଭ ଭାଷଣ ପ୍ରଦାନ କରିଥିଲେ  । ଏହି ବୈଠକରେ ଶ୍ରୀ ଜୈନ ଟାଟାଷ୍ଟିଲ ସୁରକ୍ଷା ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଲୋକାଭିମୂଖୀ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏଥିପାଇଁ ଆବଶ୍ୟକ ସହଯୋଗ ପୋଲିସ ତରଫରୁ ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନ ପ୍ରଦାନ କରିଥିଲେ । ସେହିପରି ଶ୍ରୀ ମିଶ୍ର ନିଜ ଅଭିଭାଷଣରେ ଟାଟାଷ୍ଟିଲ ସୁରକ୍ଷା ବିଭାଗର ଉକ୍ତ ପଦକ୍ଷେପକୁ ସ୍ୱାଗତ କରିଥିଲେ ଏବଂ କହିଥିଲେ ଯେ ଏହି ମିଳିତ ପାଟ୍ରୋଲିଂ ନିଶ୍ଚିତ ଭାବେ ଲୋକ ମାନଙ୍କର ସୁରକ୍ଷା ଓ ନିରାପତ୍ତା ଦିଗରେ ସହାୟକ ହେବ  । ପୋଲିସ ସହିତ ମିଳିମିଶି ଏହି ଅଭିନବ ପଦକ୍ଷେପ ପାଇଁ  କାମ କରିବା ପାଇଁ ସେ ନିଜର ପ୍ରତିବଦ୍ଧତା ଦର୍ଶାଇ ଥିଲେ  । ଏହି ଅବସରରେ ମୁଖ୍ୟ ଅତିଥି ମାନେ ଏକ ପାଟ୍ରୋଲିଂ ଦଳକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥେିଲ । ଉକ୍ତ ଦଳ ଟାଟାଷ୍ଟିଲର ଯୋଡା ଟାଉନସିପ  ଏବଂ ତତସଂଲଗ୍ନ ଅଞ୍ଚଳରେ ପାଟ୍ରୋଲିଂ କରି ସୁରକ୍ଷା ଓ ନିରାପତ୍ତାକୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି |

0
0
0
s2sdefault