ହେଡଲାଇନସ୍:

ମୟୁରଭଞ୍ଜର ଜଙ୍ଗଲ ସଫା , ପଶ୍ଚିମବଙ୍ଗର କାଠ ମିଲକୁ କାଠ ଚୋରା ଚାଲାଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ହାତୀ ଘଉଡାଇବାରେ ବ୍ୟସ୍ତ ବନ ବିଭାଗ,  ପୋଲିସ କହୁଛି "ନୁହଁ ଆମ କାମ", 

 କାଠ ମାଫିଆଙ୍କୁ ରାତିସାରା ଗଛ ବାନ୍ଧି ରଖିଲେ ଗ୍ରାମବାସୀ ମାନେ

 ଡ୍ରାଇଭର ଓ ହେଲପର ସହିତ ଅନ୍ୟ କାଠ ମାଫିଆ ମାନେ ଫେରାର

ବାରିପଦା / ଦିଲ୍ଲୀପ ମହାନ୍ତି :ଜଙ୍ଗଲ ର ସୁରକ୍ଷା ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଏ ନେଇ ବିଭିନ୍ନ ସ୍ଥାନରେ ଜଙ୍ଗଲ ସୁରକ୍ଷା କମିଟି ମଧ୍ୟ ଗଠନ କରାଯାଇଛି । ଜଙ୍ଗଲ ସୁରକ୍ଷା କମିଟି ଉପରେ ଦୋଷ ଲଦି ବନବିଭାଗ ଅଧିକାଂଶ ସମୟରେ ଖସି ଯାଉଥିବା ଦେଖାଯାଉଛି । ଦିନ ରାତି ରେ ମୁଖ୍ୟ ରାସ୍ତା ଦେଇ ବେଧଡକ ଚୋରା କାଠ ଚାଲାଣ କରୁଛନ୍ତି ମାଫିଆମାନେ । 

ଏଭଳି ଘଟଣା ଆଜି ନଜରକୁ ପୁଣି ଆଜି ଆସିଛି |ଆଜି ମୋରଡା ରେଞ୍ଜ ଅଧିନ କାନ୍ଧଣା ଗ୍ରାମୀୟ ଜଙ୍ଗଲ ରୁ  ଟ୍ରକ ରେ ମୂଲ୍ୟବାନ ଶାଳ ଗଛ ଚୋରା ଚାଲାଣ ହେଉଥିବା ବେଳେ ଗ୍ରାମବାସୀ ମାନେ ଗୋଟିଏ ଟ୍ରକ କୁ ଅଟକ ରଖିଥିବା ବେଳେ ଅନ୍ୟ ଦୁଇଟି ଗାଡି ଖସି ପଳାଇବାରେ ସଫଳ ସକ୍ଷମ ହୋଇଥିଲେ । ଉତ୍ୟକ୍ତ ଗ୍ରାମବାସୀ ମାନେ ଟ୍ରକର କାଚ ଓ ଚକ କୁ ନଷ୍ଟ କରିଦେଇଥିବା ସହିତ ଦୁଇଟି ବାଇକୁ ମଧ୍ୟ କ୍ଷତି ପହଞ୍ଚାଇଥିବା ଦେଖାଯାଉଛି । 

ତେବେ ଗତ କିଛି ଦିନ ହେବ ରାତିରେ ମାଫିଆମାନେ ଆସି ଗଛ କାଟି ରାତାରାତି ରେ ପଳାଇବାରେ ସକ୍ଷମ ହେଇଆସୁଥିବା ବେଳେ ସ୍ଥାନୀୟ ଲୋକମାନେ ମାଫିଆଙ୍କ ଉପରେ ନଜର ରଖୁଥିଲେ । ତେବେ ଗତକାଲି ରାତି ୧୨ଟା ସମୟରେ ଗଛ ପଡିବା ଶଦ୍ଧ ଶୁଣି ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଗ୍ରାମୀୟ ଜଙ୍ଗଲକୁ ଯାଇ ଦେଖିବାକୁ ପାଇଥିଲେ , ୧୦ ରୁ ୧୨ ଜଣ ଗଛ କାଟୁଛନ୍ତି ଏକ ଇଲେକ୍ଟ୍ରିକ୍ ମିସିନ ଦ୍ୱାରା । ଗ୍ରାମବାସୀ ମାନଙ୍କୁ ଦେଖି ଦୁଇଟି ଗାଡି ଥିବା କାଠ କୁ ନେଇ କାଠ ମାଫିଆ ମାନେ ଖସି ପଳାଇବା ସଫଳ ହୋଇଥିବା ବେଳେ ସ୍ଥାନୀୟ କାଠ ମାଫିଆ ସୁଦାମ ଦାସ ନିଜ ବାଇକ ଛାଡି ଦୌଡ଼ି ପଳାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ମାନେ ।  ଅନ୍ୟ ପଟେ କାଠ ମାଫିଆ ଭାଷ୍କର ମହାପାତ୍ରଙ୍କୁ ଗ୍ରାମବାସୀ ମାନେ ଧରି ଏକ ଗଛରେ ବାନ୍ଧି ଦେଇଥିଲେ । ପରେ ସ୍ଥାନୀୟ ମୋରଡା ପୋଲିସ କୁ ଫୋନ କରି ଖବର ଦେଇଥିଲେ । କିନ୍ତୁ ମୋରଡା  ଆଇ ଆଇ ସି କହିଥିଲେ ଆମ ପାଖରେ ଗାଡି ନାହିଁ ଏବଂ ଏହା ଫରେଷ୍ଟ ବିଭାଗର କାମ | ତେଣୁ ତୁମେ ମାନେ ଫରେଷ୍ଟ ବିଭାଗ କୁ ଫୋନ କର । ପରେ ବନବିଭାଗ କୁ ଫୋନ କଲେ କିନ୍ତୁ ବନବିଭାଗ ହାତୀ ଘୋଡେଇବାରେ ବ୍ୟସ୍ତ ଥିବାରୁ ବନବିଭାଗ ମଧ୍ୟ ଆସିପାରିନଥିଲା ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ବାଧ୍ୟହୋଇ ଗ୍ରାମବାସୀ ମାନେ ପ୍ରବଳ ଶୀତରେ ରାତି ସାରା ମାଫିଆକୁ ଗଛ ବାନ୍ଧି ଜଗି ରହିଥିଲେ । 

ଗ୍ରାମବାସୀଙ୍କ କହିବା ଅନୁଯାୟୀ ସକାଳୁ ବନବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଛି ଦିନ ହେବ ଲଗାତାର ଆଖପାଖ ଗ୍ରାମୀୟ ଜଙ୍ଗଲ ରୁ ଆକାଶି , ମହୁଲ ,ପଟାଶ ,ଶାଳ,ନିମ୍ବ ଗଛ ଚୋରି ହେଇ ଚାଲିଥିଲା । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର କାନ୍ଧଣା ଗ୍ରାମ ମଧ୍ୟ ଏକ ଆଦିବାସୀ ଲୋକ ବସବାସ କରନ୍ତି । ଦିନ ବେଳେ କାମ କରି ଶିଘ୍ର ଶୋଇପଡନ୍ତି । ଏହାର ସୁଯୋଗ ନେଇ କିଛି ମାଫିଆ ରାତିରେ ମେସିନ ଦ୍ୱାରା ଗଛ କାଟି ପୋଡଶୀ ପଶ୍ଚିମବଙ୍ଗ କୁ ଚାଲାଣ କରିଥାନ୍ତି ବୋଲି କହିଛନ୍ତି ଗ୍ରାମବାସୀ ମାନେ ।  ମାଫିଆମାନେ ରାତିରେ ଗଛ କାଟି ରାତାରାତି ବଡ଼ ବଡ଼ ଗଛ କୁ ବାହାର କୁ ଚାଲାଣ କରୁଥିବା ବେଳେ ଦିନବେଳେ ମଧ୍ୟ ସୁଯୋଗ ଦେଖି ଗଛକୁ ଟ୍ରକ ମାଧ୍ୟମରେ ଚାଲାଣ କରାଯାଇଛି ଏବଂ ଏହା ସମ୍ଭବ ହେଉଛି କିଛି ବନ  କର୍ମଚାରୀ ଓ ସ୍ଥାନୀୟ ପୋଲିସ  ପାଇଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ମାନେ । ଫଳରେ ମାଫିଆମାନେ ବେଧଡକ ମୂଲ୍ୟବାନ ଗଛ କାଟି ଚାଲାଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ତେବେ ଧରାପଡିଥିବା ଭାଷ୍କର ମହାପାତ୍ର ଙ୍କ ଘର ନୟାଗଡ ଜିଲ୍ଲାର ତୁଳସୀପୁର ବୋଲି ଜଣାପଡିଛି । ଭାଷ୍କର ମହାପାତ୍ର ଙ୍କୁ ପଚାରିବାରୁ ସଫେଇରେ କହିଛନ୍ତି ସ୍ଥାନୀୟ ସୁଦାମ ଦାସ ମତେ କହିଥିଲେ ଏହି ଜଣଙ୍କ ନିଜସ୍ୱ ତେଣୁ ମୁଁ ଆସିଥିଲି । କିନ୍ତୁ ଆମେ ରାତିରେ ଅନେକ ଜାଗାରୁ କାଠ ନେଇଛୁ ବେଆଇନ ଭାବେ । 

 ବନବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପହଞ୍ଚି ଟ୍ରକ କୁ ଜବତ କରିଛି । କାଠ ର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି ।  ମୋରଡା ବନବିଭାଗର ରେଞ୍ଜର  କହିଛନ୍ତି ଆନୁମାନିକ ୫୦ ରୁ ୬୦ ହଜାର ଟଙ୍କା ହେବ । ଏବଂ ଏହି ଚୋରି ପଛରେ ଯିଏ ବି ଥିବ ତଦନ୍ତ କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 

ମୋରଡା ରେଞ୍ଜର ପ୍ରଶାନ୍ତ କୁମାର ବେହେରା ଙ୍କ କହିବା ଅନୁଯାୟୀ  ଜଙ୍ଗଲ ମଧ୍ୟରେ ଅନେକ ଗଛ କଟାଯାଇ ପଡିଥିବା ଦେଖାଯାଇଛି ଏବଂ କିଛି ବଡ଼ ବଡ଼ ଗଛ ରାସ୍ତା କଡରେ ମଧ୍ୟ ପଡିଥିବା ଦେଖାଯାଉଛି । ତେବେ କିଛି ସ୍ଥାନୀୟ ଲୋକଙ୍କ ସହାୟତା ରେ ଏହି ଚୋରା ଚାଲାଣ ହେଉଥିବା ଆଲୋଚନା ହେଉଥିବା ଦେଖାଯାଇଛି । ତେବେ ବନବିଭାଗ ଠିକ ଭାବେ ଦାୟିତ୍ୱ ବା ପେଟ୍ରଲିଙ୍ଗ କରୁନଥିବାରୁ ଏଭଳି ମାଫିଆଙ୍କ ବେଧଡକ ଗଛ କାଟା ବଢି ଚାଲିଛି ବୋଲି କହିଛନ୍ତି ଗ୍ରାମବାସୀ ମାନେ । ତେବେ ଦେଖିବାକୁ ବାକି ରହିଲା ଆଗକୁ ଚୋରା କାଠ ଚାଲାଣ ବଢୁଛି ନା କମୁଛି ।

0
0
0
s2sdefault