ନୟାଗଡ଼ :- ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପୁଲିସ ଚାକିରୀ କରାଇ ଦେବାକୁ କହି ଅର୍ଥ ଠକେଇ କରିଥିବା ମହିଳା ନେତ୍ରୀ କମଳିନୀ ପାଟ୍ଟଶାଣୀକୁ ଗିରଫ କରିଛି । ୭ ଜଣ ଲୋକଙ୍କଠାରୁ ୧୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି । ଇଟାମାଟି ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମର ରାକେଶ କୁମାର ଜେନାଙ୍କ ଅଭିଯୋଗ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁଲିସ, ଏମ୍ସ ହସ୍ପିଟାଲ ପ୍ରଭୃତି ସ୍ଥାନରେ ଚାକିରୀ କରାଇ ଦେବାକୁ କହି ଅନେକ ଲୋକଙ୍କଠାରୁ କମଳିନୀ ଠକେଇ କରିଥିଲା । ଏହି ଠକେଇ କାର୍ଯ୍ୟରେ ଖୋର୍ଦ୍ଧା ଜିଲ୍ଲା ବାଘମାରି ଅଞ୍ଚଳର ଜଣେ ବ୍ୟକ୍ତି ଏବଂ କମଳିନୀଙ୍କ ଭାଇ ମଧ୍ୟ ସମ୍ପୃକ୍ତ ଥିବା ପୁଲିସ କହିଛନ୍ତି । ୩ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ପ୍ରାଥମିକ ପଦକ୍ଷେପ ସ୍ୱରୁପ କମଳିନୀଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଇଟାମାଟି ଥାନା ଅଧିକାରୀ କହିଛନ୍ତି ।
ରାଜ୍ୟ
ମହିଳା ନେତ୍ରୀ କମଳିନୀ ଗିରଫ
- Hits: 9











