ତାଳପଦର ପଂଚାୟତ ମହାବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁର: ଡିଜିଟାଲ୍‌ ଯୁଗରେ ବଢ଼ୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକର ତାଳପଦର ପଂଚାୟତ ମହାବିଦ୍ୟାଳୟ ପରିସରରେ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଜେପୁର ଥାନାଧିକାରୀ ସୁଶାନ୍ତମଣି ମହାନ୍ତିଙ୍କ ତତ୍ୱାଧାନରେ ଏହି କାର୍ଯ୍ୟକ୍ରମ ସଚେତନତା ପ୍ରସାର ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପରିଣତ ହୋଇଛି।କାର୍ଯ୍ୟକ୍ରମରେ ସାଇବର ଅପରାଧର ବିଭିନ୍ନ ଦିଗ ବ୍ୟାଙ୍କ ଠକେଇ, ଓଟିପି ଠକେଇ, କେୱାଇସି ଅପଡେଟ୍ ନାମରେ ଠକେଇ,ଫେସବୁକ ଇନ୍‌ଷ୍ଟାଗ୍ରାମ ହ୍ୟାକିଂ, ଭୁଲ ଲିଙ୍କ ମାଧ୍ୟମରେ ଡାଟା ଚୋରି ଇତ୍ୟାଦି ବିଷୟରେ ଥାନା ପକ୍ଷରୁ ଅବଗତ କରାଯାଇଥିଲା ଅଜଣା ନମ୍ବରର କଲ୍‌ରେ ସତର୍କ ରହିବା, କାହାକୁ ଓଟିପି ନଦେବା, ଲିଙ୍କ ନଓପେନ୍‌ କରିବା, ସୋସିଆଲ ମିଡିଆରେ ଅତ୍ୟଧିକ ପ୍ରାଇଭେଟ୍‌ ତଥ୍ୟ ଶେୟାର୍‌ ନକରିବା ଭଳି ସରଳ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ନୀତିମାନେ ସାଇବାର ଅପରାଧରୁ ରକ୍ଷା କରେ। ସାଇବର ଅପରାଧ ଘଟିଲେ ହେଲ୍ପଲାଇନ୍‌ ୧୯୩୦ କୁ କଲ୍‌ କରି ଶୀଘ୍ର ସହାୟତା ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

କାର୍ଯ୍ୟକ୍ରମରେ ତାଳପଦର ପଂଚାୟତ କଲେଜର ଅଧ୍ୟକ୍ଷ ପଞ୍ଚାନନ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ କରି କହିଥିଲେ ଯେ ଏହି ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଆଜିର ପରିପେକ୍ଷ୍ୟରେ ଅତ୍ୟନ୍ତ ଆବଶ୍ୟକ “ଡିଜିଟାଲ୍‌ ବିଶ୍ୱରେ ପ୍ରବେଶ କରିବା ପୂର୍ବରୁ ଯୁବମାନଙ୍କ ପାଇଁ ସାଇବର ସୁରକ୍ଷାର ମୂଳ ନୀତିଜ୍ଞାନ ଅତ୍ୟାବଶ୍ୟକ। ଏହା ନ ଥିଲେ ଠକେଇର ଶିକାର ହେବା ସମ୍ଭାବନା ଅଧିକ ସାଇବର ଅପରାଧୀମାନେ ନୂଆନୂଆ ଉପାୟ ନେଇ ଠକେଇ କରୁଥିବାରୁ ସତର୍କ ଓ ସଚେତନ ରହିବା ଜରୁରୀ। ଛାତ୍ରମାନେ ପୋଲିସଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ନିଜେ ଜଣା ବିଭିନ୍ନ ସାଇବର ସମସ୍ୟା ଉପରେ ଅଲୋଚନା କରିଥିଲେ।ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଧନପତି ଦେବତା, ଉମାକାନ୍ତ ସାହୁ ଓ ମଲ୍ଲିକ ସାର ମାଂଚାସୀନ ଥିଲେ। ଛାତ୍ରଛାତ୍ରୀମାନେ ପୋଲିସ ଅଧିକାରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ସାଇବର ଅପରାଧ ସମ୍ବନ୍ଧୀୟ ନୂତନ ତଥ୍ୟ ପ୍ରାପ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଡିଜିଟାଲ୍‌ ଯୁଗରେ ନିଜକୁ ସୁରକ୍ଷିତ ରଖିବାପାଇଁ ଆବଶ୍ୟକ ଜ୍ଞାନ ଦିଆଯାଇଥିବାରୁ ଛାତ୍ରମାନେ ବହୁତ ସନ୍ତୁଷ୍ଟ ହୋଇଥିଲେ।

 

0
0
0
s2sdefault