କାଶୀପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲାର କାଶୀପୁର ଅଞ୍ଚଳ ଆଜି ଆଲୋକିତ ହେଲା ଏକ ସଚେତନ ମୁହୂର୍ତ୍ତର ସାକ୍ଷୀ ହୋଇ। ମାଇକଞ୍ଚ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅଣ୍ଡିରାକଞ୍ଚ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଶିବିର ଆୟୋଜିତ ହୋଇ, ଛାତ୍ରଛାତ୍ରୀଙ୍କ ମନେ ସଚେତନତା ଓ ଜ୍ଞାନର ନୂଆ ଆଲୋକ ଜଳାଇ ଦେଲା।
ଥାନା ଅଧିକାରୀ ବିନ୍ଦୁଲତା ନାଏକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ SI ଅରୁଣ କୁମାର ପାତ୍ର, ବିଦ୍ୟାଳୟ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଞ୍ଚାସୀନ ଥିଲେ।
ବର୍ତ୍ତମାନ ସମୟରେ ମୋବାଇଲ ଓ ସୋସିଆଲ୍ ମିଡିଆର ବଢ଼ୁଥିବା ବ୍ୟବହାର ସହ ଯେପରି ଗତିରେ ସାଇବର ଅପରାଧ ବୃଦ୍ଧି ପାଉଛି, ତାହାକୁ ରୋକିବା ପାଇଁ ପୋଲିସ ପ୍ରଶାସନ ସମସ୍ତଙ୍କୁ ଏକ ସୁସ୍ପଷ୍ଟ ବାର୍ତ୍ତା ଦେଲା—
ଅଜଣା ଫୋନ୍ କଲ୍ ନ ଧରିବା, ହ୍ୱାଟ୍ସଆପରେ ଆସୁଥିବା ଅପରିଚିତ ଲିଙ୍କ ନ ଖୋଲିବା, ଏଟିଏମ୍ କାର୍ଡ ନମ୍ବର ଓ ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ କାହାକୁ ନ ଦେବା—ଏହା ଅନ୍ୟ ନୁହେଁ, ନିଜ ସୁରକ୍ଷାର ପ୍ରଥମ ପଦକ୍ଷେପ।
ଶିବିରକୁ ଆଉ ଆକର୍ଷକ କରିଦେଲା ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ—ନାଚ, ଗୀତ ଓ ନାଟକ ମାଧ୍ୟମରେ ସେମାନେ ସାଇବର ସୁରକ୍ଷାର ମହତ୍ତ୍ୱକୁ ମନମୋହକ ଭାବରେ ପ୍ରସ୍ତୁତ କରିଲେ। ମଣେ ହେଉଥିଲା—ସଚେତନତା କେବଳ ସୂଚନା ନୁହେଁ, ଏକ ସୁନ୍ଦର ଅନୁଭବ।
ପୋଲିସ ଓ ବିଦ୍ୟାଳୟ ପକ୍ଷର ସମୁହିକ ପ୍ରୟାସରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଇକଞ୍ଚ ଅଞ୍ଚଳରେ ସାଇବର ସୁରକ୍ଷା ପ୍ରତି ଏକ ନୂତନ ଚେତନା ସୃଷ୍ଟି କରି ଲୋକମାନଙ୍କ ହୃଦୟରେ ନିଶ୍ଚୟ ଏକ ସୁନ୍ଦର ପ୍ରଭାବ ଛାଡ଼ିଗଲା।
ରାଜ୍ୟ
ସାଇବର ସୁରକ୍ଷା ପାଇଁ ନୂଆ ପଦକ୍ଷେପ: ମାଇକଞ୍ଚ ବିଦ୍ୟାଳୟରେ ଅଣ୍ଡିରାକଞ୍ଚ ପୋଲିସର ସଚେତନତା ଶିବିର
- Hits: 11












