ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ଭାରତର ମହାନ୍ ସ୍ୱାଧୀନତା ସଂଗ୍ରାମୀ ଓ ଜନଜାତି ଜନଜାତୀୟ ଜନନାୟକ ଧରତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ତମ ଜନ୍ମ ଜୟନ୍ତୀ ଏବଂ ରାଷ୍ଟ୍ରୀୟ 'ଜନଜାତୀୟ ଗୌରବ ଦିବସ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ତପ ଠାରେ ପାଳିତ ହୋଇଯାଇଛି।
୧୮୭୫ ମସିହା ନଭେମ୍ବର ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ଏହି ମହାନ ସଂଗ୍ରାମୀଙ୍କର ତ୍ୟାଗପୂର୍ଣ୍ଣ ଜୀବନ ଆମ ସମସ୍ତଙ୍କ ପାଇଁ ଏକ ଅମୂଲ୍ୟ ପ୍ରେରଣା। ଏହି ବିଶେଷ ଅବସରରେ , ଭାରତ ସରକାର ବର୍ଷବ୍ୟାପୀ ଉତ୍ସବ 'ଜନ ଜାତୀୟ ଗୌରବ ବର୍ଷ' ର ଶୁଭାରମ୍ଭ କରିଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ମାଟିର ବୀର ଶହୀଦ ଲକ୍ଷ୍ମଣ ନାୟକ , ଶହୀଦ ମାଧେ ସିଂହ , ଚକରା ବିଶୋଇ ଙ୍କ ପରି ଅନେକ ଜନଜାତିର ଜନନାୟକଙ୍କର ଅମୂଲ୍ୟ ଯୋଗଦାନକୁ ଆମେ ଶ୍ରଦ୍ଧାର ସହିତ ସ୍ମରଣ କରୁଛୁ। ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ଏବଂ ଜନଜାତି ସମାଜର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ ପାଳନ ହୋଇଯାଇଛି।
ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଆରମ୍ଭ ରେ ସମସ୍ତ ଅତିଥି ଭଗବାନ ବିର୍ସା ମୁଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ମହାନ ତ୍ୟାଗ ଓ ସଂଗ୍ରାମକୁ ସ୍ମରଣ କରିଥିଲେ। ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ସମ୍ମାନିତ ଅତିଥି ତାଙ୍କ ଅଭିଭାଷଣରେ ଜନଜାତି ସଂସ୍କୃତିର ମହତ୍ତ୍ୱ ଏବଂ ଦେଶର ସ୍ୱାଧୀନତାରେ ଆଦିବାସୀ ବୀରମାନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଆର୍.ଉଦୟଗିରି ଠାରେ ଏକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS)ର ଉଦଘାଟନ କରାଯାଇଛି। ଏହା ଜନଜାତିର ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ ଦିଗରେ ଏକ ଦୂର ଦୃଷ୍ଟିସମ୍ପନ୍ନ ପଦକ୍ଷେପ। ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (PM-JANMAN) ଯୋଜନାରେ ୭ଟି ବହୁମୁଖୀ କେନ୍ଦ୍ରର ଉଦଘାଟନ କରାଯାଇଛି। ଏହା ଦୁର୍ବଳ ଜନଜାତି ଗୋଷ୍ଠୀ (PVTGs)ଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ରେ ସହାୟକ ହେବ।
ସମସ୍ତ ଗ୍ରାମ ପଞ୍ଚାୟତରେ ବିକାଶମୂଳକ ଯୋଜନା ଗୁଡ଼ିକର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଛି। ଜନ ଜାତୀୟ ଗୌରବ ବର୍ଷ ପକ୍ଷ ୧ ନଭେମ୍ବର ରୁ ୧୫ ନଭେମ୍ବର ୨୦୨୫ ଜିଲ୍ଲାର ସମସ୍ତ ବିଦ୍ୟାଳୟ , EMRS ଏବଂ ବିଶ୍ଵ ବିଦ୍ୟାଳୟ ରେ ପାଳନ କରଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ କୋଣ ଅନୁ କୋଣରୁ ଆସିଥିବା ଜନଜାତି କଳାକାରମାନେ ସେମାନଙ୍କର ପାରମ୍ପରିକ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା। ଆଜି ଏହି ଗୌରବମୟ ଦିବସରେ ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନଜାତି ସମାଜର ବିକାଶ , ସଂସ୍କୃତିର ସୁରକ୍ଷା ଏବଂ ଏକ ସଶକ୍ତ ରାଷ୍ଟ୍ର ନିର୍ମାଣ ଦିଗରେ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଉପସ୍ଥିତ ଥିବା ସମସ୍ତ ଅତିଥି ବୃନ୍ଦ ଶପଥ ନେଲେ।
ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ମୁନୀନ୍ଦ୍ର ହନେଗା , ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦର ସଭାପତି ଶ୍ରୀ ଜି.ତିରୁପତି ରାଓ , ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା ପୌରପରିଷଦ ପାରଳାଖେମୁଣ୍ଡି , ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ , କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବି.ସାୟାମ୍ମା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝି , ପ୍ରକଳ୍ପ ପ୍ରଶାସକ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର , ଉପଜିଲ୍ଲାପାଳ ଶ୍ରୀ ଅନୁପ କୁମାର ପଣ୍ଡା , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସଲମନ ରାଇକା ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ , ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ ବିଭିନ୍ନ ବ୍ଲକ୍ ର ଜନଜାତୀୟ ଆଦିବାସୀ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ
- Hits: 7











