ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରଦତ୍ତ ତଥ୍ୟରୁ ପ୍ରମାଣିତ ହେଲା
Bolangir/ Shasak Prashasak : "କଂଗ୍ରେସ କେ ସବସେ ବଡେ ଇସ ନାମଦାର ପରିବାର ନେ ଦେଶ କି ଆନ ବାନ ସାନ, ଆଇଏନଏସ ବିରାଟ ଜୋ ହମାରା ସମୁଦ୍ରୀ ୟୁଦ୍ଧ ଜାହାଜ ହେ....ଆଇଏନଏସ ବିରାଟ କା ଅପନେ ପର୍ଶନଲ ଟାକ୍ସି କେ ତରହ ଇସତେମାଲ କିୟା ଥା | ଉସକା ଅପମାନ କିୟା ଥା | ୟେ ବାତ ତବ କି ହେ, ଜବ ରାଜୀବ ଗାନ୍ଧୀ ଭାରତ କେ ପ୍ରଧାନମନ୍ତ୍ରୀ ଥେ |" ଦିଲ୍ଲୀର ରାମଲୀଳା ମୈଦାନରେ ଆୟୋଜିତ ଏକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ବେଦନଶୀଳ ପ୍ରସଙ୍ଗ ଉତ୍ଥାପନ କଲାବେଳେ ଏହା ବି ସମସ୍ତଙ୍କ ରକ୍ତ ଗରମ କରି ପକାଇଥିଲା | ଦେଶର ସମ୍ମାନ ସହିତ ଖେଳ !! ମୋଦିଜୀଙ୍କ ଏହି ଉକ୍ତିକୁ ଲୋକମାନେ " ପ୍ରତ୍ୟେକଙ୍କ ଏକାଉଣ୍ଟ କୁ ୧୫ ଲକ୍ଷ ଟଙ୍କା ଆସିବ" ଭଳି ସତ୍ୟ ଭାବେ ଲୋକ ଗ୍ରହଣ କରିନେଲେ | ହେଲେ ମୋଦିଜୀଙ୍କ ଏହି କଥାଟି " ଏକାଉଣ୍ଟକୁ ୧୫ ଲକ୍ଷ ଟଙ୍କା" ଆସିଲା ଭଳି ସତ ପ୍ରମାଣିତ ହୋଇଛି | ଖୋଦ ମୋଦି ସରକାର ବା କେନ୍ଦ୍ର ସରକାର ଏବେ ସ୍ଵୀକାର କରିଛନ୍ତି ମୋଦିଜୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ବିରୋଧରେ ଯାହା କହିଥିଲେ ତାହାର କୌଣସି ସତ୍ୟ ଉପରେ ଆଧାରିତ ନୁହେ | ସେଭଳି କୌଣସି ତଥ୍ୟ ଭାରତ ସରକାର ଓ ନୌସେନା ପାଖରେ ନାହିଁ | ମାନେ ଏଥିରୁ ପ୍ରମାଣିତ ହେଲା ହେ ମୋଦିଜୀ ଯାହା କହିଥିଲେ ସ୍ୱର୍ଗତ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ତାହା ସୁଦୁ ମିଛ | ଏକଥା ବଲାଙ୍ଗିରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ସୂଚନା ଅଧକାର ଆଇନ ବଳରେ ନୌସେନାରୁ ପାଇଥିବା ତଥ୍ୟ ଆଧାରରେ ପ୍ରମାଣିତ ହୋଇଛି |

ଶ୍ରୀ ପଣ୍ଡା ସୂଚନା ଅଧିକାର ଆଇନ ବଳରେ ମାଗିଥିବା ତଥ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଛୁଟି କାଟିବା ପାଇଁ ‘ଆଇଏନ୍ଏସ୍- ବିରାଟ’କୁ ବ୍ୟବହାର କରିଥିବା ତଥ୍ୟ ପ୍ରତିରକ୍ଷା ମନ୍ତ୍ରାଳୟରେ ନିକଟରେ ନାହିଁ ବୋଲି ମନ୍ତ୍ରାଳୟ ମୁଖ୍ୟ କାର୍ଯ୍ୟାଳୟର ଭାଇସ୍ ଆଡମିରାଲ ତଥା ସୂଚନା ଅପିଲ୍ ଅଧିକାରୀ ବିଶ୍ୱଜିତ ଦାସଗୁପ୍ତ ଚିଠି ନଂ- ଡିଏଲ୍/୦୮୧୨/୬୭୪୬/ଆଇ/ଅପିଲ ଯୋଗେ ଶ୍ରୀ ପଣ୍ଡାଙ୍କୁ ପତ୍ର ମଧ୍ୟମରେ ଜଣାଇଛନ୍ତି।

ରାମଲୀଳା ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସାଧାରଣ ନିର୍ବାଚନ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜଣକ ଅଭିଯୋଗ ଆଣିଥିଲେ | ସ୍ବର୍ଗତ ଗାନ୍ଧୀ ନିଜର ଅବସର ବିନୋଦନ ପାଇଁ ନୌବାହିନୀର ‘ଆଇଏନ୍ଏସ୍-ବିରାଟ’କୁ ବ୍ୟବହାର କରି କ୍ଷମତାର ଦୁରୁପଯୋଗ କରିଥିଲେ ବୋଲି ଅଭିଯୋଗ କରି ଗାନ୍ଧୀ ପରିବାର ଓ କଂଗ୍ରେସ ପ୍ରତି ସମାଲୋଚନା କରିଥିଲେ। ଏହାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିବା ବେଳେ ତଥ୍ୟ ହୀନ କଂଗ୍ରେସ ଏହାକୁ ଠିକଣା ଢଙ୍ଗରେ ମୁକାବିଲା କରି ପାରିନଥିଲା | ଏହି ପ୍ରସଙ୍ଗରେ କଂଗ୍ରେସର ନୀରବତା ପାଇଁ କଂଗ୍ରେସ ବଦନାମୀ ମୁଣ୍ଡାଇ ନିର୍ବାଚନ ସାମ୍ନା କଲା |
କଂଗ୍ରେସ ଏ ପ୍ରସାବଗରେ ବି ଚୁପ ରହି ଯାଇଥବା ବେଳେ ବଲାଙ୍ଗିରର ସୂଚନା କର୍ମୀ ଶ୍ରୀ ପଣ୍ଡା ସତ୍ୟାସତ୍ୟ ଜାଣିବା ପାଇଁ ତିନି ସେନାର ମୁଖ୍ୟ ଦପ୍ତର ତଥା ସମନ୍ୱିତ ମୁଖ୍ୟ କାର୍ଯ୍ୟାଳୟ (ନୌସେନା)କୁ ଆଇଏନ୍ଏସ୍ ବିରାଟ ସମ୍ପର୍କିତ ତଥ୍ୟ ମାଗିଥିଲେ। ତଥ୍ୟ ଅନୁଯାୟି ୟୁନାଇଟେଡ କିଙ୍ଗ୍ଡମ୍ର ପ୍ଲାଇମାଉଥ ୧୨ ମଇ ୧୯୮୭ ମସିହାରେ କାର୍ଯ୍ୟାରମ୍ଭ କରି ଆଟଲାଣ୍ଟିକ ମହାସାଗର, ଲୋହିତ ସାଗର ଏବଂ ଆରବ ସାଗର ଦେଇ ୨୨ ଅଗଷ୍ଟ ୧୯୮୭ ମସିହାରେ ମୁମ୍ବଇରେ ପହଞ୍ଚିଥିଲା। ଗତ ୨୦୧୭ ମସିହା ମାର୍ଚ୍ଚ ୭ ତାରିଖରେ ନୌବାହିନୀରେ କାର୍ଯ୍ୟ ସମାପ୍ତ କରିଛି। ମାତ୍ର, ପୂର୍ବତନ ପ୍ରଧାନମନ୍ତ୍ରୀ ‘ଆଇଏନ୍ଏସ୍-ବିରାଟ’କୁ ବ୍ୟବହାର କରିଥିବା ସମ୍ପର୍କରେ କୌଣସି ତଥ୍ୟ ନଥିବା ଅପିଲ୍ ଅଧିକାରୀ ସୂଚନା ଦେଇଛନ୍ତି ।