ହେଡଲାଇନସ୍:

ଦବଙ୍ଗଗିରୀ ଦେଖାଇ ଅସହାୟ ବୃଦ୍ଧଙ୍କୁ ବନପାଳ ମାଇଲେ ମାଡ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ଅଟକ ରଖଲେ ଗ୍ରାମବାସୀ : ହିନସ୍ତା ହେଲେ, କ୍ଷମା ମାଗିବାରୁ ପାଇଲେ ଛାଡ  

ମେଲଛାମୁଣ୍ଡା,( ମନୋଜ ଭୋଇ)- ବରଗଡ ଜିଲ୍ଳା ଘେଁସ ରେଂଜ ଅର୍ନ୍ତଗତ ମେଲଛାମୁଣ୍ଡା ସେକସନ ବନପାଳ ରଧାକାନ୍ତ କୁମ୍ଭାର ନିଜର କର୍ତ୍ତବ୍ୟ ପରିସୀମାରୁ ବାହାରକୁ ଯାଇ ଅଂଚଳରେ ଚର୍ଚ୍ଚାର ପରିଧିକୁ ଆସିବା ଏକ ସାଧାରଣ ବିଷୟ ହୋଇଗଲାଣି । କେତେବେଳେ ନିରୀହ  ଅସହାୟ ବୃଦ୍ଧ ମାନଙ୍କୁ ମାଡ ମାରିବା ଘଟଣା ହେଉ କିମ୍ବା କେତେ ବେଳେ ରାସ୍ତାରୁ ସଲାସୁତରା କରି କାଠ ମାଫିଆଙ୍କ କାଠ ଗାଡି ଛାଡି ଦେବା ଘଟଣା  । ଏପରି ଏକ କାରନାମା ଦେଖାଇ ବନପାଳ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଗତ ବୁଧବାର ଦିନ କିନ୍ତୁ ବନପାଳଙ୍କୁ ଦବଙ୍ଗଗିରୀ ଦେଖାଇବା ବେଶ ମହଙ୍ଗା ପଡିଛି । ଦବଙ୍ଗଗିରି ଦେଖାଇ ଗ୍ରାମବାସୀଙ୍କ ଦ୍ୱାରା ୫ଘଂଟା ଅଟକ ପରେ କ୍ଷମା ପ୍ରାର୍ଥନା କରି ମୁକୁଲିବା ଘଟଣା ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାପ୍ତ ସୂଚନାନୂସାରେ ବୁଧବାର ଦିନ ବନପାଳ କୁମ୍ଭାର ପଣ୍ଡରିପାଣି ଗ୍ରାମ ଜଙ୍ଗଲକୁ ଯାଇଥିଲେ । ସେହି ସମୟରେ ଜଙ୍ଗଲରୁ ଗ୍ରାମର ଜଣେ ୬୦ବର୍ଷର ବୃଦ୍ଧ କିଛି ଶୁଖିଲା ଜାଳ କାଠ ସହ ବାଡି କରିବା ଉଦ୍ଦେଶ୍ୟରେ ଚାରୋଟି ପତଳା କଂଚା ଭେରୁଁ କାଠ ଆଣୁଥିଲେ । ବନପାଳ ଜଣକ ବୃଦ୍ଧଙ୍କୁ ଅଟକାଇବା ସହ ଅଶ୍ଳୀଳ  ଭାଷାରେ ଗାଲି ଗୁଲଜ ସହ ମାଡ ମାରିଥିଲେ । ବୃଦ୍ଧ ଜଣକ ଗ୍ରାମକୁ ଆସି ଗ୍ରାମବାସୀଙ୍କୁ ଜଣାଇବା ଦ୍ୱାରା ଗ୍ରାମବାସୀ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ବନପାଳଙ୍କ ଦବଙ୍ଗଗିରିର ଦୃୃଢ ଜବାବ ଦେବାପାଇଁ ଅଂଟା ଭିଡିଥିଲେ । ବନପାଳ ଜଙ୍ଗlରୁ ଫେରିବା ସମୟରେ ଅଟକ ରଖି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ବନପାଳଙ୍କ ଦବଙ୍ଗଗିରି ବିଷୟରେ ଅବଗତ କରିବା ସହ ତାର ବିଚାର ପାଇଁ ଫୋନ କରିଥିଲେ । ଘେଁସ ରେଂଜର ଘଟଣା ସଂପର୍କରେ ଅବଗତ ହେଲା ପରେ ଦିପ୍ତିପୁର ବନପାଳ ପୂର୍ଣ୍ଣଚନ୍ଦ୍ର ଦୋରା, ଘେଁସ ବନପାଳ ଗିରିରାଜ କୁମାର, ବିଜେପୁର ବନପାଳ ରଜନିକାନ୍ତ ବଢେଇ ସମେତ ଅନ୍ୟ କିଛି ବନ କର୍ମଚାରିଙ୍କୁ ଘଟଣା ସ୍ଥଳକୁ ପଠାଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ଘଟଣାର ସମାଧାନ ପାଇଁ ନିର୍ଦେଶ ଦେଇଥିଲେ । ବନ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଆଲୋଚନା କରିଥିଲେ । ଆଇନ ଅନୁସାରେ କାମ ନ କରି ଦବଙ୍ଗଗିରି ଦେଖାଉଥିବା ବନପାଳକୁ ମେଲଛାମୁଣ୍ଡା ସେକସନରୁ ବାହାର କରିବା, ମାଡ ମାରିଥିବା ବୃଦ୍ଧଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ସମସ୍ତ ଚିକିତ୍ସା ଖର୍ଚ ବହନ କରିବା ପାଇଁ ଦାବୀ କରିଥିଲେ । ବନପାଳ କୁମ୍ଭାର କ୍ଷମା ପ୍ରାର୍ଥନା କରିବା ସହ ବୃଦ୍ଧ ଜଣଙ୍କର ଚିକିତ୍ସା କରିବା ପାଇଁ ରାଜି ହେବା ପରେ ମୁକୁଲିଥିଲେ । ଗ୍ରାମର ମୁଖିଆ ଏସିଏଫ ରେବତୀ ରମଣ ଯୋଷୀଙ୍କୁ ଫୋନ ଯୋଗେ ଦବଙ୍ଗଗିରି ଦେଖାଉଥିବା ବନପାଳଙ୍କୁ ତୁରନ୍ତ ତାଙ୍କ ଅଂଚଳରୁ ବିଦା କରିବା ପାଇଁ ଦାବୀ କରିଥିଲେ । ବନ କର୍ମଚାରୀ ମାନେ ତା ପର ଦିନ ବୃଦ୍ଧଙ୍କୁ ମେଲଛାମୁଣ୍ଡାସ୍ଥିତ ଏକ ଘରୋଇ କ୍ଳିନିକକୁ ଆଣି ଚିକିତ୍ସା କରାଇଥିଲେ । ପ୍ରକାଶ ଯୋଗ୍ୟ ଯେ ବନପାଳ ଜଣକ ପୂର୍ବରୁ ମେଲଛାମୁଣ୍ଡା ସେକସନ ଅଂଚଳର ଅନେକ ନିରିହ ଲୋକଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରି ଲୋକଲୋଚନକୁ ଆସିଥିବା ବେଳେ ସୁକଲର୍ତେମା ଗ୍ରାମର ଜୈନେକ ୬୦ବର୍ଷର ବୃଦ୍ଧଙ୍କୁ ବିନା ଦୋଷରେ ମାଡ ମାରିଥିବା ବିଷୟ ତତ୍କାଳୀନ  ରେଂଜର ତଥା ବର୍ତମାନର ଏସିଏଫ ରେବତୀ ରମଣ ଯୋଷୀଙ୍କ ପାଖରେ ଅଭିଯୋଗ ମଧ୍ୟ ହୋଇଥିଲା । ଜଣେ ବନପାଳ ବିରୁଦ୍ଧରେ ବାରମ୍ବାର ଜଙ୍ଗଲ ସୁରକ୍ଷା ବାହାନାରେ ନିରିହ ଜନତାଙ୍କୁ ର୍ଦୁବ୍ୟବହାର ସହ ମାଡ ମାରି ବନ ବିଭାଗକୁ ଚର୍ଚ୍ଚାର ପରିଧିକୁ ଟାଣି ଆଣୁଥିବା ବନପାଳକୁ ସୁନା ପିଳା ଭଳି ସୁରକ୍ଷା ଦେଉଥିବା ବିଷୟ ବିଭାଗିୟ ଉଚ୍ଚ କତୃପକ୍ଷଙ୍କ କାର୍ଯ୍ୟକଳାପ ଉପରେ ଅଂଚଳର ବଦ୍ଧିଜୀବ ପ୍ରଶ୍ନ ଉଠାଇଛନ୍ତି । 

ଘଟଣା ସଂପର୍କରେ ସେମାନେ ଯାହା କହନ୍ତି....

୧)-ଗ୍ରାମବାସୀଙ୍କ ସହ ବନପାଳ ଆଲୋଚନା ନ କରି କିମ୍ବା କୌଣସି ଲୋକର ଭୁଲ ଅନୁସାରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ ନ କରି ଜଣେ ବୃଦ୍ଧଙ୍କୁ ମାଡ ମାରିବା ଘଟଣା ନିନ୍ଦନୀୟ ଅଟେ ବୋଲି ଗ୍ରାମର ଗୌନ୍ତିଆ ନିରାକାର ବରିହା ପ୍ରକାଶ କରିଛନ୍ତି ।

୨)-ବନପାଳ ରାଧାକାନ୍ତ କୁମ୍ଭାରଙ୍କ ମୋବାଇଲ ନଂ ୭୬୦୬୦୪୦୯୮୩ରେ ବାରମ୍ବାର କଲ କରିବା ସହ ଓାଟସପରେ ମେସେଜ କଲାପରେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରି ନ ଥିଲା । 

୨)- ରେଂଜର ରାଜେନ୍ଦ୍ର ଅଣ୍ଡଜା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ବନପାଳ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଥିବା ଭୁଲ  ବୁଝାମଣାକୁ ନେଇ ଆପୋଷ ବୁଝାମଣା କରି ସମାଧାନ କରାଯାଇଥିବା ପ୍ରକାଶ କରିଥିଲେ । 

୩)- ଏସିଏଫ ରେବତୀ ରମଣ ଯୋଷୀ :  ଡିଏଫଓ ଛୁଟିରେ ଅଛନ୍ତି ଆସିଲା ପରେ ଘଟଣା ସଂପର୍କରେ ଅବଗତ କରିବି ବୋଲି ପ୍ରକାଶ କରିଛନ୍ତି ।   

 

0
0
0
s2sdefault