ମେଲଛାମୁଣ୍ଡା/ମନୋଜ ଭୋଇ : ମେଲଛାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନଭେମ୍ବର ୧୬ରୁ ଆରମ୍ଭ ହୋଇଥିବା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି । ଏଥିରେ ୭୬ ଜଣଛାତ୍ରୀ ଭାଗ ନେଇଥିବା ବେଳେ ଦୁଇଟି ପର୍ଯ୍ୟାୟରେ ସେମାନଙ୍କୁ ମାଷ୍ଟର୍ ଟ୍ରେନର୍ ସୁଶ୍ରୀ ଅର୍ପିତା ପ୍ରଧାନ ଆତ୍ମରକ୍ଷା କୌଶଳ ଶିଖାଇ ଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୋଦ ବିହାରୀ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ଅଧ୍ୟାପକ ଶ୍ରୀଯୁକ୍ତ ମୀନକେତନ ବିଶ୍ୱାଳ , ଡ. ପ୍ରଦୀପ କୁମାର ପ୍ରଧାନ , ଡ.ସରୋଜ କୁମାର ଦାଶ, ଶ୍ରୀଯୁକ୍ତ ଭୂପତି କାଲୋ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କୋ-ଓଡିନେଟର୍ ଅଧ୍ୟାପକ ମହେଶ କୁମାର ମିଶ୍ର ଶିବିର ସଂଚାଳନ ଦାୟିତ୍ୱ ନେଇଥିଲେ । ଶିବିରରେ ଅଂଶଗ୍ରହଣ କରିଥିବା ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି ସଭାରେ ଛାତ୍ରୀମାନେ ଶିକ୍ଷାଲାଭ କରିଥିବା ବିଭିନ୍ନ କୈାଶଳ ପ୍ରଦର୍ଶନ କରିଥିଲେ ।
ସଭା ଶେଷରେ ଅଧ୍ୟାପକ ଶ୍ରୀଯୁକ୍ତ ମହେଶ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରି ଶାନ୍ତିପାଠ କରିଥିଲା ।