ହେଡଲାଇନସ୍:

କାହା ଇଙ୍ଗିତରେ ରାତାରାତି ନୋଏଣ୍ଟ୍ରି ଜୋନରେ ଚାଲିଛି ମଲ୍ଟି ଆକ୍ସେଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ :-ସୁନ୍ଦରଗଡ଼ ଜିଲ୍ଲାର ସଦର ହେଡ଼ କୁଆଟର ର୍ ସହର ଭିତରେ ଟ୍ରକ, ମଲ୍ଟି ଆକ୍ସେଲ କିମ୍ବା ଭାରିଯାନ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଆଜି ସକାଳୁ ରଙ୍ଗାଢ଼ିପା ଛକରେ ଗୋଟିଏ ମଲ୍ଟି ଆକ୍ସେଲ ଗାଡ଼ି ଫସି ରହିଥିବା ଯେଖିବାକୁ ମିଳିଛି ଯାହା ଫଳରେ ସହରରେ ଜନସାଧାରଣଙ୍କ ଗମନାଗମନ ରେ ସମ୍ପୁର୍ଣ୍ଣ ମାତ୍ରାରେ ବାଧାପ୍ରାପ୍ତ ହୋଇଛି |  ସୂଚନାଯୋଗ୍ୟ ଯେ ବିଗତ୧୦ରୁ୧୨  ବର୍ଷ ଆଗରୁ ଏହି ରାସ୍ତାରେ ୬ଚକିଆ କୋଇଲା ଟ୍ରକ ଚଳାଚଳ ହୋଇ ଆସୁଥିଲା କିନ୍ତୁ ସହର ଭିତରେ ଦେଇ ଏମ୍ସିଏଲ କୋଇଲା ଖଣିରୁ ପରିବହନ ହେଉଥିଲା ଠିକ ସେହିସମୟରେ ବହୁ ଲୋକଙ୍କ ଜୀବନ ରୋଡ଼ ଆକ୍ସିଡେନ ରେ ହୋଇଥିଲା ତେଣୁ ଏମ୍ସିଏଲ ସୁନ୍ଦରଗଡ଼ ଇବନଦୀ ବ୍ରିଜ଼ ସରକାରୀ ମହାବିଦ୍ୟାଳୟ ଛକ ନିକଟରେ ଗୋଟିଏ ବାଏପାସ ରାସ୍ତା ନିର୍ମାଣ ପୂର୍ତ୍ତାବିଭାଗ ଦ୍ୱାରା କରାଯାଇଥିଲା ସେହି ସମୟରୁ ସହର ଭିତରେ ସମ୍ପୁର୍ଣ୍ଣ ଭାବେ ମଲ୍ଟି ଆକ୍ସେଲ, କୋଇଲା ପରିବହନ ଗାଡ଼ି,୬ଚକିଆ ଡ଼ମ୍ଫର ପାଇଁ ଏହି ରାସ୍ତାକୁ ବେଣ୍ଡ କରାଯାଇଥିଲା | ଏଠି ପ୍ରଶ୍ନ ଉଠୁଛିଯେ ସୁନ୍ଦରଗଡ଼ ଜିଲ୍ଲାର କେଉଁ ଦୁର୍ନୀତି ଖୋର ଅଧିକାରୀମାନେ ନିଜ ସ୍ୱାର୍ଥ ହାସଲ କରିବା ପାଇଁ ଏହିପରି ମଲ୍ଟି ଆକ୍ସେଲ ଗାଡ଼ି, ଡ଼ମ୍ଫର ମାନଙ୍କୁ ଏହି ରାସ୍ତାରେ ଯିବାପାଇଁ ସାହାଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ଜନସାଧାରଣ ପାଇଁ ଜୀବନ ବିପଦ ସଂକୁଳ ଅବସ୍ଥାରେ କିଛିଦିନ ଆଗରୁ ସୁନ୍ଦରଗଡ଼ ଟାଉନ ଥାନା ସାମ୍ନାରେ ଏମିତି ଏକ ପଥଚାରିଙ୍କୁ ଡ଼ମ୍ଫର ମଡ଼ାଇ ଫେରାର ହୋଇଯାଇଥିଲା, ଆଗରୁ ବହୁତ ଏହିପରି ଘଟଣା ସହର ଭିତରେ ପଥଚାରିଙ୍କୁ ମଡ଼ାଇ ଥିବା ନଜିର ରହିଛି | ଏହି ମଲ୍ଟି ଆକ୍ସେଲ ଗାଡି କିମ୍ବା ଡ଼ମ୍ଫର ସହର ଭିତରେ ନୋଏଣ୍ଟ୍ରି ଯୋନରେ ଯାଉଛି କୋଉ ଅଧିକାରୀଙ୍କ ସାହସରେ ତାହା ହିଁ ଏବେ ଜିଲ୍ଲାରେ ପ୍ରଶ୍ନବାଚି ସୃଷ୍ଟି କରିଛି |

0
0
0
s2sdefault