ହେଡଲାଇନସ୍:

"ସିଙ୍ଘ ଧରିବୁ ଆମେ ଆଉ କ୍ଷୀର ପିଇବେ ଅଣ ଓଡିଆ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର :- ଗତ କିଛିଦିନ ତଳେ ବିଧାନସଭାରେ ସ୍ଥାନୀୟ ନିଯୁକ୍ତି ଉପରେ ବ୍ରଜରାଜନଗରର ବିଧାୟକ ଶ୍ରୀ କିଶୋର ମହାନ୍ତି ମଜନଦୀ କୋଳ ଫିଲଡ଼ ସ୍ଥାନୀୟ  ବେକାର ଯୁବକ ଯୁବତୀ ମାନଙ୍କୁ ଚାକିରୀ ନଦେଇ ଅଣ ଓଡିଆଙ୍କୁ ଚାକିରୀ ଦେଉଥିବା ଭଳି ଗମ୍ଭୀର ଅଭିଯୋଗ କରିଥିଲେ । ବାସ୍ତବରେ ଏକଥା ସତ ଯେ କେବଳ MCL ନୁହେଁ, ଯେତେ ବି  କଲ କାରଖାନା ଅଛି ସବୁ ଜାଗାରେ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ଚାକିରୀ ମିଳୁ ନାହିଁ । ବିଧାୟକ ଶ୍ରୀ ମହାନ୍ତି ସ୍ପଷ୍ଟ କହିଥିଲେ ଯେ, ଖଣି ଆମର,  ଜାଗା ଆମର, ପାଣି ଆମର, ଧୂଳି ଖାଇବୁ ଆମେ , ରୋଗାକ୍ରାନ୍ତ ହେବୁ ଆମେ ଅଥଚ ଚାକିରୀ ପାଇବେ ଅଣ ଓଡିଆ । ତାର ମାନେ ସିଙ୍ଘ ଧରିବୁ ଆମେ ଆଉ କ୍ଷୀର ପିଇବେ ଅଣ ଓଡିଆ ।ଏହି କ୍ରମରେ ଅନୁଗୋଳ ଜିଲ୍ଲା ତାଳଚେର ଏ ମ ସି ଏ ଲ (MCL ) ଅଂଚଳରେ ଜମିହରା ପ୍ରଜାଙ୍କ ପରିବାରଙ୍କୁ ଅବହେଳା ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ରେ ଅବହେଳା କୁ ନେଇ ଖଣି ବିଭାଗ ଏ ଘଟଣାରେ ଦୃଷ୍ଟି ଦେବାକୁ ବାଚସ୍ପତିଙ୍କ ଦେଇଥିବା ନିର୍ଦ୍ଦେଶ ପରେ ତାଳଚେର ବିଧାୟକ ଶ୍ରୀ.ବ୍ରଜକିଶୋର ପ୍ରଧାନ ଓ  ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ବିଧାନସଭା ଗୃହରେ ଅବଗତ କରାଇବା ପରେ ଆଜି ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ସହ ଭୁବନେଶ୍ୱର ସରକାରୀ କାର୍ଯ୍ୟାଳୟରେ ବିଭନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ କମ୍ପାନୀ ଦକ୍ଷତା ଥିବା ସତ୍ତ୍ୱେ  ଓଡିଶା ପିଲାଙ୍କୁ ଅଣଦେଖା କରି ଅଣଓଡିଆଙ୍କୁ ସୁଯୋଗ ଦେଉଛି । ମହାନଦୀ କୋଲଫିଲ୍ଡସ ଲିମିଟେଡ୍ #MCL I ଆମ ଜମି, ପାଣି ବ୍ୟବହାର କରି ଆମକୁ ହିଁ କମ୍ପାନୀ ଅବହେଳା କରୁଛି |  ଏହାର କିପରି ଶୀଘ୍ର ସମାଧାନ ହେବ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି ଦୁଇ ବିଧାୟକ I

0
0
0
s2sdefault