ଓଡଗାଁ,(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ବ୍ଲକ ଅଂଚଳରେ ୧୦୦କୋଟିରୁ ଉର୍ଧ୍ଵ ଟଙ୍କାର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବାରୁ ନିର୍ଦ୍ଧାରିତ ସମୟରେ ଏହା ସରିବା ନେଇ ଅନିଶ୍ଚିତତା ଦେଖା ଦେଇଛି । ଫଳରେ ଏହାର ସୁଫଳ ପାଇବା ଅବଧି ବଢିବାରେ ଲାଗିଛି । ନିଖିଳ ଓଡ଼ିଶା ଠିକାଦାର ମହାସଂଘର ଡାକରାରେ ସାରା ଓଡ଼ିଶାର ଠିକାଦାରମାନଙ୍କ ଆନ୍ଦୋଳନ ଯୋଗୁଁ ଏହି ବ୍ଲକର ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗ, ବିଜ୍ଞାପିତ ଅଂଚଳ ପରିଷଦ(ଏନଏ ସି) ଏବଂ ଅନ୍ୟାନ୍ୟ କାର୍ଯ୍ୟଗୁଡିକ ଅଧାରେ ବନ୍ଦ ହୋଇରହିଥିବା ବେଳେ ଠିକାଦାରଙ୍କର ୧୦ଟି ଦାବିରୁ ଗୋଟିଏ ଟ୍ରାନଜିଟ ପାସ୍ ସରକାର ଉଠାଇଦେଲେ । ଅବଶିଷ୍ଟ ୯ଟି ଦାବିକୁ ଏକମାସ ମଧ୍ୟରେ ପୁରଣ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଠିକାଦାର ସଂଘ ସାମୟିକ ଭାବେ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି । ଏକମାସ ମଧ୍ୟରେ ଦାବୀ ପୁରଣ ନହେଲେ ପୁନଃ ସେମାନେ ଆନ୍ଦୋଳନକୁ ଓଲ୍ଲାଇବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ତେବେ ବନ୍ଦହୋଇ ପଡିଥିବା କାର୍ଯ୍ୟ ଠିକାଦାରମାନେ ଆରମ୍ଭ କରିବେ ନା ସରକାରଦାବୀ ପୁରଣ କରିବା ପାଇଁ ଦେଇଥିବା ଏକମାସ ମହଲତ ପରେ ଦାବୀ ପୁରଣ ହେଲେ କାର୍ଯ୍ୟ ଆରମ୍ଭ କରିବେ ତାହା ସନ୍ଦେହ ସୃଷ୍ଟି ହୋଇଛି । ଅଧାପନ୍ତରିୟା ନିର୍ମାଣାଧିନ ରାସ୍ତା ଓ ପୋଲ ଯୋଗୁଁ ଗମନାଗମନରେ ବାଧା ଉପୁଜୁଛି । ପାନୀୟ ଜଳଟିକେ ପାଇବା ପାଇଁ ଆଶାବାନ୍ଧି ରହିଥିବା ଉପଭୋକ୍ତାଙ୍କ ଅପେକ୍ଷା କରିବା ଛଡା ଅନ୍ୟ କୈାଣସି ପନ୍ଥାନାହିଁ । ବିଜ୍ଞାପିତ ଅଂଚଳ ଗୁଡିକର କାର୍ଯ୍ୟ ଗୁଡିକ ଆଗେଇ ନପାରିବାରୁ ସହର ବାସିନ୍ଦା ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ଆବଶ୍ୟକ ହୋଇପଡିଛି । ଅନ୍ୟଥା ବିକାଶର ପଦ୍ମ ଘୁଂଚିଘୁଂଚି ଯାଉଥିବା କେବଳ ଦେଖିବାକୁ ମିଳିବ ।
ରାଜ୍ୟ
ଓଡ଼ଗାଁ ବ୍ଲକରେ ବିକାଶ ମୁଳକ କାର୍ଯ୍ୟ ବାଧାପ୍ରାପ୍ତ
- Hits: 247