ନବନିଯୁକ୍ତ ଅଧ୍ୟାପକଙ୍କ ପାଇଁ ଦିଗ୍ଦର୍ଶନ କାର୍ଯ୍ୟକ୍ରମ
" ଶିକ୍ଷକତାକୁ ଏକ ବୃତ୍ତି ନଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡ଼ିବ'
"ବ୍ୟକ୍ତିଗତ ସଫଳତାକୁ ସମାଜର ବୃହତ୍ତର ସ୍ୱାର୍ଥ ନିମନ୍ତେ ଉପଯୋଗ କଲେ ସଫଳତାର ଶୀର୍ଷରେ ପହଂଚି ହେବ"
ଭୁବନେଶ୍ୱର(ଶାସକ ପ୍ରଶାସକ) : ପାଇବା ଲୋକ ସଫଳତାର ଆନନ୍ଦରେ ମସଗୁଲ | ହେଲେ ଯେ ପାଇଁ ନାହିଁ ବା ବିଫଳ ହୋଇଛି ତା ମନର ଭାବନା ଆଉ ସଫଳ ହୋଇଥବା ମଣିଷର ମନର ଭାବନା ସର୍ବୋପରି ସଫଳତାର ସମୟ ଆଉ ବିଫଳତାର ସମୟ ଭିତରେ ଥିବା ଫରକକୁ ଅନୁଭବ ଜାରିପାରିବ ସେ ହିଁ ଜଣେ ଭଲ ମଣିଷ ହୋଇପାରିବ | ବ୍ୟକ୍ତିଗତ ସଫଳତା ମଣିଷ ଜୀବନରେ ସଫଳତାର ପ୍ରଥମ ପାହାଚ | ହେଲେ ମଣିଷକୁ ମିଳିଥିବା ଉତ୍ତରଦାୟିତ୍ୱ ସମୟର ପରିସମାପ୍ତି ପରେ ବା ଅବସର ସମାଜ ଦ୍ୱାରା ସଫଳତାର ଆକଳନ ହୋଇଥାଏ | ଆଉ ସେଥିଲେ ହିଁ ଜଣେ ମଣିଷ ସଫଳ କି ବିଫଳ ତାହା ପ୍ରମାଣିତ ହୋଇଥାଏ | ଅଧ୍ୟାପକ ଭାବେ ନିଯୁକ୍ତି ପାଇବା ନିଶ୍ଚିତ ଭାବେ ଏକ ସଫଳତା | ଏହା ସଫଳତାର ପ୍ରଥମ ପାହାଚ | ହେଲେ ଅଧ୍ୟାପକ ଜୀବନରୁ ଅବସର ନେବା ପରେ ସମାଜ ଯଦି ଆମଓ ସଫଳ ବୋଲି କହିଲା ତେବେ ଆମେ ଜଣେ ସଫଳ ମଣିଷ ପଦବାଚ୍ୟ ହୋଇପାରିବା ବୋଲି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତିା
ଆଜି ଜୟଦେବ ଭବନଠାରେ ରାଜ୍ୟ ସିଲେକ୍ସନ୍ ବୋର୍ଡ ଦ୍ୱାରା ଚୟନ କରାଯାଇଥିବା ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନବନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଶିକ୍ଷା ଦ୍ୱାରା ସମାଜରେ ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇପାରିବା ତେଣୁ ଶିକ୍ଷକତାକୁ ଏକ ବୃତ୍ତି ନଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡ଼ିବ | ଶିକ୍ଷକମାନେ ଛାତ୍ରମାନଙ୍କର ମାର୍ଗଦର୍ଶକା ତେଣୁ ଶିକ୍ଷକମାନେ ପ୍ରଭାବଶାଳୀ ହେବା ଆବଶ୍ୟକା ଜ୍ଞାନ ହିଁ ପ୍ରକୃତ ଶକ୍ତିା ଏଥି ନିମନ୍ତେ ସେମାନଙ୍କୁ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିବା ଦରକାରା ବ୍ୟକ୍ତିଗତ ସଫଳତାକୁ ସମାଜର ବୃହତ୍ତର ସ୍ୱାର୍ଥ ନିମନ୍ତେ ଉପଯୋଗ କରିବାର ମାନସିକତା ରହିଲେ ସଫଳତାର ଶୀର୍ଷରେ ପହଂଚିହେବ ବୋଲି ମନ୍ତ୍ରୀ ଡ.ସାହୁ କହିଥିଲୋ
ଉଚ୍ଚଶିକ୍ଷାକୁ ଏକ ଉଚ୍ଚତର ସୋପାନରେ ପହଞ୍ଚାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ନିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫ "ଟି'କୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇ ବିଭାଗରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ
କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଯୋଗଦେଇ କହିଲେ ଯେ ଇଚ୍ଛାଶକ୍ତି ଦୃଢ଼ ଥିଲେ ଜୀବନରେ ଯେକୌଣସି ଆହ୍ୱାନକୁ ସମ୍ମୁଖୀନ କରିହେବା ଅଧ୍ୟାପକମାନେ ସମୟାନୁବର୍ତ୍ତିତା ଅବଲମ୍ବନ କରି ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାପର ହେଲେ ଶିକ୍ଷା ବ୍ୟବସ୍ଥା ସହିତ ସମାଜର ଉନ୍ନତି ସମ୍ଭବ ହୋଇପାରିବା ଅଧ୍ୟାପକମାନେ ନିଜ ଭିତରେ ଥିବା ଶକ୍ତି ଓ ସାମର୍ଥ୍ୟକୁ ଚିହ୍ନି ତା'ର ଉପଯୋଗ କରିବା ଉପରେ ଶାସନ ସଚିବ ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲୋ ଆଜିର ଏହି ଦିଗ୍ଦର୍ଶନ କାର୍ଯ୍ୟକ୍ରମକୁ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିଲୋ
ଏହି ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ୧୬ଟି ବିଭାଗର ୨୮୯ ଜଣ ଯୋଗ୍ୟ ବିବେଚିତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ନିଯୁକ୍ତ ଦିଆଯିବା ଏମାନଙ୍କ ମଧ୍ୟରେ ବାଣିଜ୍ୟରେ ୨ ଜଣ, ରାଜନୀତି ବିଜ୍ଞାନରେ ୨ ଜଣ, ଇଂରାଜୀରେ ୯୫ ଜଣ, ଗଣିତରେ ୩୮ ଜଣ, କମ୍ପ୍ୟୁଟର ସାଇନ୍ସରେ ଜଣେ, ତେଲୁଗୁରେ ଜଣେ, ଷ୍ଟାଟିସ୍ଟିକ୍ସରେ ଜଣେ, ହିନ୍ଦୀରେ ୭ ଜଣ, ହୋମ୍ ସାଇନ୍ସରେ ୭ ଜଣ, ସାଇକୋଲୋଜିରେ ୮ ଜଣ, ଏଜୁକେସନ୍ରେ ୨୯ ଜଣ, ଊର୍ଦ୍ଦୁରେ ଜଣେ, ସଂସ୍କୃତରେ ୨୨ ଜଣ, ପଦାର୍ଥ ବିଜ୍ଞାନରେ ୩୪ ଜଣ, ଜୁଲୋଜିରେ ୨୯ ଜଣ ଏବଂ ସୋସିଓଲୋଜିରେ ୧୨ ଜଣ ଅଧ୍ୟାପକ ଅନ୍ତର୍ଭୁକ୍ତା
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ରାଜ୍ୟର ଅନୁଦାନପ୍ରାପ୍ତ ସରକାରୀ ମହାବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ଲାଗି ପଦକ୍ଷେପ ନିଆଯାଇଛିା ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ରାଜ୍ୟ ସିଲେକ୍ସନ୍ ବୋର୍ଡକୁ ୮୩୩ଟି ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଥିଲାା ରାଜ୍ୟ ସିଲେକ୍ସନ ବୋର୍ଡ ଦ୍ୱାରା ପଦବୀ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛିା ଗତ ଅକେଫାବର ୨୫ ତାରିଖରେ ରାଜ୍ୟ ସିଲେକ୍ସନ ବୋର୍ଡ ଦ୍ୱାରା ୯ଟି ବିଭାଗରେ ୨୯୯ଟି ଅଧ୍ୟାପକ ପଦବୀ ପୂରଣ କରିବା ନିମନ୍ତେ ଆୟୋଜିତ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲୋ