ହେଡଲାଇନସ୍:

ବଡ଼ବିଲ ପ୍ରିମିୟର ଲିଗ : ଫାଇନାଲରେ ପହଞ୍ଚିଲା ପିଟିସି ଏକାଦଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ପ୍ରିମିୟର ଲିଗ (ବିପିଏଲ)ର ଦ୍ଵିତୀୟ ସଂସ୍କରଣରେ ଆଜି ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଶ୍ରୀ ଗଣେଶ ଲଜିଷ୍ଟିକକୁ ୫ ଉଇକେଟରେ ହରାଇ ପ୍ରଥମ ଟିମ ଭାବେ ଫାଇନାଲକୁ ପ୍ରବେଶ କରିଛି ପିଟିସି ଏକାଦଶ। ଟସ ଜିତି ପିଟିସି ଏକାଦଶ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀ ଗଣେଶ ଲଜିଷ୍ଟିକ ଏକାଦଶ ନିର୍ଦ୍ଧାରିତ ୧୫ ଓଭରରେ ୮ ଉଇକେଟ ହରାଇ ୧୩୦ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଏହାର ଉତ୍ତରରେ ପିଟିସି ଏକାଦଶ ଏମଡି ରିଜୱାନଙ୍କର ଧୂଆଁଧାର ଅର୍ଦ୍ଧଶତକ ବଳରେ ୧୪ ଓଭରରେ ୫ ଉଇକେଟ ହରାଇ ୧୩୧ ରନ ସଂଗ୍ରହ କରି ମ୍ୟାଚ ଜିତିଥିଲା। ଏମଡି ରିଜୱାନ ୩୯ ବଲରେ ୫ଟି ଛକ୍କା ଓ  ୨ଟି ଚୋୖକା ସହାୟତାରେ ୫୭ ରନ ସଂଗ୍ରହ କରି ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

0
0
0
s2sdefault