ହେଲେ ବେପରୁଆ ଗାଡିଚାଳକଙ୍କ ଉପରେ ଶକ୍ତ ରହିବ ପୋଲିସ
aଭୁୁବନେଶ୍ୱର: ଏକ ତାରିଖରୁ ପୁଣି ଟ୍ରାଫିକ ଚେକିଂ କଡାକଡି ହେବାକୁ ସରକାର ସଜବାଜ ହେଉଥବା ବେଳେ ଏହାକୁ ନେଇ ରାଜ୍ୟସାରା ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା | ଲୋକଙ୍କ ଭାବନାକୁ ଅନୁଭବ କରି ଆଜି ବିଧାନସଭାରେ ଶାସକ ଦଳ ସଭ୍ୟ ଦେବୀପ୍ରସାଦ ମିଶ୍ର ଉଠାଇଥିଲେ ଏହି ପ୍ରସଙ୍ଗ । ଲୋକଙ୍କ ପାଇଁ ଆଉ କିଛିଦିନ ନିୟମ ଅର୍ଥର ଆଉ ୩ ମାସ କୋହଳ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ କରିଥିଲେ ଶ୍ରୀ ମିଶ୍ର । ଆଉ ଏହାକୁ ସମର୍ଥନ କରି ଗୃହରେ ଯୁକ୍ତି ବାଢ଼ିଥିଲେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ, କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ପ୍ରମୁଖ। ଆଉ ସଦସ୍ୟମାନଙ୍କ ଦାବିକୁ ଗ୍ରହଣକରି ଏ ଉପରେ ପୁନର୍ବିଚାର କରିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲେ ବାଚସ୍ପତି ଡ଼ ସୂର୍ଯ୍ୟନାରାୟଣ ପତ୍ର | ଏହାପରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଅନୁମୋଦନ ଆଣି ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ନିଷ୍ପତ୍ତି ଘୋଷଣା କରିଥିଲେ ।
ଏ ବିଷୟ ଘୋଷଣା କରି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ, ନୂଆ ଟ୍ରାଫିକ ନିୟମ ତଥା ଆରଟିଓ ଯାଞ୍ଚକୁ ଆଉ ତିନି ମାସ ଘୁଞ୍ଚାଇ ଦିଆଯାଇଛି |ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନସ୍ ନଥିବା ଲୋକଙ୍କୁ ପୁଣି ତିନିମାସ ମହଲତ ଦିଆଯାଇଛି । ଅନ୍ୟଥା ପୂର୍ବଭଳି ସାଧାରଣ ଟ୍ରାଫିକ ନିୟମ ପାଳନରେ କୌଣସି କୋହଳ କରାଯିବ ନାହିଁ । ଅର୍ଥାତ୍ ହେଲମେଟ୍, ସିଟ୍ ବେଲ୍ଟ ନ ପିନ୍ଧିଲେ ତଣ୍ଡ ଗଣିବାକୁ ପଡ଼ିବ । ସେହିଭଳି ଗାଡ଼ି ଚଳାଇବା ବେଳେ ମୋବାଇଲ୍ ରେ ଗପିବା, ମଟରସାଇକେଲରେ ତିନି ଜଣ ବସିବା ଏବଂ ମଦ ପିଇ ଡ୍ରାଇଭିଂ କଲେ ଟ୍ରାଫିକ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ପରିବହନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।