ବରଗଡ / ଭୁବନେଶ୍ୱର :- ମୁଖ୍ୟମନ୍ତ୍ରୀ ପୁଣିଥରେ ମହିଳାଙ୍କ ଉପରେ ବିଶ୍ୱାସ କରି ସେମାନଙ୍କୁ ପ୍ରଦାନ କରିଛନ୍ତି ଆଉ ଏକ ଗୁରୁଦାୟିତ୍ୱ । ଏଣିକି ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଓ ବିତରଣ କରିବେ ସ୍ଵଂୟ ସହାୟକ ଗୋଷ୍ଠୀ ।
ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ଵରୁ ମୁକ୍ତ ହେଲେ ଶିକ୍ଷକ। ଅନେକ ସମୟରେ ବିଦ୍ୟାଳୟ ଗୁଡ଼ିକରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଅଭିଯୋଗ ଆସେ । ତେବେ ଏଥିରେ ସୁଧାର ଆଣିବା ପାଇଁ ବିଦ୍ୟାଳୟଗୁଡ଼ିକର ମଧ୍ୟାହ୍ନ ଭୋଜନ ଦାୟିତ୍ୱରୁ ଶିକ୍ଷକଙ୍କୁ ମୁକ୍ତ କରାଯାଇଛି । ଏହି ଦାୟତ୍ୱ ଏବେ ଏସଏଚଜି ଗ୍ରୁପକୁ ଦେଇଛନ୍ତି ରାଜ୍ୟ ସରକାର ।
ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ବୁଝିବେ । ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ସହ ଛାତ୍ରଛାତ୍ରୀଙ୍କୁ କାମ କରାଯାଉଥିବା ମଧ୍ୟ ଅଭିଯୋଗ ଆସୁଛି । ତେଣୁ ସ୍ୱଚ୍ଛତା ପାଇଁ ମିଶନ ଶକ୍ତି ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତି ଗ୍ରହଣ କରାଯାଇଛି । ପ୍ରାଥମିକ ଭାବେ ଶହେରୁ ଅଧିକ ପିଲା ଥିବା ସ୍କୁଲ ଖାଦ୍ୟ ଦାୟିତ୍ୱ ଏସଏଚଜି ଗ୍ରୁପ ନେବେ । ଏଥିରେ ସେଣ୍ଟ୍ରାଲ କିଚେନ ଦ୍ୱାରା ଖାଦ୍ୟ ଦିଆଯାଉଥିବା ସ୍କୁଲ ପ୍ରଭାବିତ ହେବ ନାହିଁ । ଡିଇଓଙ୍କ ଜରିଆରେ ଏସଏଚଜି ଗ୍ରୁପ ମଧ୍ୟାହ୍ନ ଭୋଜନ ବାବଦ ଖର୍ଚ୍ଚ ପାଇବେ । ମଧ୍ୟାହ୍ନ ଭୋଜନ ବିତରଣ ବେଳେ ଏସଏଚଜି ସଦସ୍ୟ ଓ ପ୍ରଧାନଶିକ୍ଷକ ଉପସ୍ଥିତ ରହିବେ । ପୂର୍ବରୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ସେଣ୍ଟ୍ରାଲ କିଚେନ ଓ ସ୍କୁଲ ଶିକ୍ଷକ ବୁଝୁଥିଲେ ।