ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ-ରାଜ୍ୟପାଳ ଟ୍ରଫି, ୨୦୧୭-୧୮ ଅନୁଷ୍ଠିତ
ଭୁବନେଶ୍ୱର,(ଶାସକ ପ୍ରଶାସକ): ଆମ ରାଜ୍ୟରେ ସୃଜନର ପରମ୍ପରା ଖୁବ୍ ସମୃଦ୍ଧା ଏଠାରେ ସୃଜନର ଅବାରିତ ଧାରା ପ୍ରବାହିତା ସୃଜନର ସଫଳ ପ୍ରକାଶ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ଆବଶ୍ୟକ ଏବଂ ସେ ପରିବେଶ ଓଡ଼ିଶାରେ ଅଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି |
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଆୟୋଜିତ "ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ -ରାଜ୍ୟପାଳ ଟ୍ରଫି, ୨୦୧୭-୧୮' ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ "ଏତେ ସଂଖ୍ୟକ ଶିଶୁକିଶୋର ପ୍ରତିଭାମାନଙ୍କୁ ଦେଖି ସେ ସତରେ ଉଲ୍ଲସିତ | ଏହିମାନଙ୍କ ଦ୍ୱାରା ସୃଷ୍ଟି ହେବ ସହସ୍ର କଳାର କୋଣାର୍କା ଜୀବନରେ ଆହୁରି ଉନ୍ନତି କର, ଆହୁରି ଆଗକୁ ଯାଅ, ନିଜ ପାଇଁ ନିଜେ ପରିଚୟ ସୃଷ୍ଟିକର' ବୋଲି ରାଜ୍ୟପାଳ କହିଥିଲେ |
ସେ କହିଥିଲେ ଯେ ଉତ୍କର୍ଷ କଳାର ରାଜ୍ୟ ଭାବରେ ଉତ୍କଳର ବିଶେଷ ପରିଚୟ ଓ ପ୍ରତିଷ୍ଠା ରହିଆସିଛି | ଉତ୍କଳ ହେଉଛି ସୃଜନ ଓ ଶାଶ୍ୱତର ଉର୍ବର ଭୂମି | ଏହା ଭାବର ଭୂଗୋଳ | ସମଗ୍ର ବ୍ରହ୍ମାଣ୍ଡରେ ଉତ୍କଳ ସହ ସମକକ୍ଷ ଭୂମି ନାହିାଁ ରବୀନ୍ଦ୍ରମଣ୍ଡପରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରୋକ୍ତ ମର୍ମରେ କୃତୀ ପ୍ରତିଭାମାନଙ୍କୁ ଉତ୍ସାହ ପ୍ରଦାନ ସହ ସେମାନଙ୍କୁ ଟ୍ରଫି ଓ ପ୍ରଶଂସାପତ୍ର ପ୍ରଦାନ କରିଥିଲୋ
ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାର ସାହିତ୍ୟ ଓ ସଂସ୍କୃତିର ବିକାଶ ନିମନ୍ତେ ବହୁବିଧ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବା କଥା ଉଲ୍ଲେଖ କରିବା ପୂର୍ବକ କୃତୀ ପ୍ରତିଯୋଗୀମାନେ ଓଡ଼ିଶାର କଳା ଓ ସଂସ୍କୃତିର ଅଧିକତର ପ୍ରତିଷ୍ଠାରେ ଭାଗୀଦାରି ସାବ୍ୟସ୍ତ କରିବେ ବୋଲି ଆଶା ପ୍ରକଟ କରିଥିଲୋ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାର ଲୁପ୍ତପ୍ରାୟ କଳା ତଥା ନୃତ୍ୟସଂଗୀତର ସଂଗ୍ରହଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ପ୍ରକାଶ କରିଥିଲୋ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଲଳିତ କଳା ଏକାଡେମୀ ସଭାପତି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ଓ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଭାପତି ଶ୍ରୀ ରାମକୃଷ୍ଣ ସାହୁ, ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିବାବେଳେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଂପାଦକ ଡ. ବିଜୟ ଜେନା ପ୍ରାରମ୍ଭିକ ସୂଚନା ଦେଇଥିଲୋ ପୁରସ୍କୃତ ପ୍ରତିଭାମାନଙ୍କର ପ୍ରସ୍ତୁତ ଚିତ୍ରଗୁଡ଼ିକର ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲାା ଏହାକୁ ଅତିଥିମାନେ ବୁଲି ଦେଖୀଥିଲୋ ଲଳିତ କଳା ଏକାଡେମୀର ସଂପାଦକ ଶ୍ରୀ ଗଜେନ୍ଦ୍ର ସାହୁ ଅତିଥିମାନଙ୍କୁ ପ୍ରଦର୍ଶନୀ ସଂପର୍କିତ ସୂଚନା ଦେଇଥିଲୋ
ପ୍ରତିଭା ଅନେ୍ୱଷଣ ୨୦୧୭-୧୮ରେ ଓଡ଼ିଶୀ ନୃତ୍ୟ ବରିଷ୍ଠ ପର୍ଯ୍ୟାୟ, ଓଡ଼ିଶୀ ନୃତ୍ୟ କନିଷ୍ଠ ପର୍ଯ୍ୟାୟ, ସଂଗୀତ ବରିଷ୍ଠ ପର୍ଯ୍ୟାୟ, ସଂଗୀତ କନିଷ୍ଠ ପର୍ଯ୍ୟାୟ, ଲୋକନୃତ୍ୟ ବରିଷ୍ଠ ପର୍ଯ୍ୟୟ, ଲୋକନୃତ୍ୟ କନିଷ୍ଠ ପର୍ଯ୍ୟାୟ, ଚିତ୍ରାଙ୍କନ ବରିଷ୍ଠ ପର୍ଯ୍ୟାୟ ଓ ଚିତ୍ରାଙ୍କନ କନିଷ୍ଠ ପର୍ଯ୍ୟାୟରେ ଅନୁସ୍କା ମହାକୁଡ଼ (ଅନୁଗୋଳ), ମୋନାଲିସା କୁମାର (ସୁନ୍ଦରଗଡ଼), ପଦ୍ମାବତୀ ମହାନ୍ତ (କେନ୍ଦୁଝର), ଆଞ୍ଚଲ ପଣ୍ଡା (ଖୋର୍ଦ୍ଧା), ଅଙ୍କିତା ମହାରଣା (ଗଞ୍ଜାମ), ହର୍ଷିତା ମହାନ୍ତି (ଅନୁଗୋଳ), ଅଭିଲିପ୍ସା ପଣ୍ଡା (କେନ୍ଦୁଝର), ଜସ୍ମିନ୍ ମହାନ୍ତି (କେନ୍ଦ୍ରାପଡ଼ା), ଯୋଗେଶ୍ୱର ଦାଶ (ବରଗଡ଼), ଦେବାଂଶୀ ଦାଶ (ପୁରୀ), ଅନିମେଶ ଦାଶ (କେନ୍ଦୁଝର), ଆର୍ଯ୍ୟା ଆଦ୍ୟାଶକ୍ତି ତି୍ରପାଠୀ (ବରଗଡ଼),ଅର୍ପିତା ପ୍ରିୟଦର୍ଶିନୀ ମହାନ୍ତି (ବରଗଡ଼), ସିଦ୍ଧପ୍ରଜ୍ଞା ପାଢ଼ୀ (ସମ୍ବଲପୁର), ଡିମ୍ପୁଲ୍ ସାହୁ (ମୟୂରଭଞ୍ଜ), ଅଂଶୁମାନ୍ ଦାଶ (ବରଗଡ଼), ପୁଣ୍ୟପୁଲକିତା ମହାପାତ୍ର(ସୁନ୍ଦରଗଡ଼), ଗଙ୍ଗୋତ୍ରୀ ଦାସ (କେନ୍ଦୁଝର), ଯଯାତିକେଶରୀ ଷଡ଼ଙ୍ଗୀ (କେନ୍ଦ୍ରାପଡ଼ା), ଗୌରବ ମହାନ୍ତି (କଟକ), ଫେରି ପଟ୍ଟନାୟକ (ଜଗତସିଂହପୁର), ସ୍ୱୟଂଶ୍ରୀ ଚକ୍ର (କେନ୍ଦୁଝର), ଓମ୍ପ୍ରଭା କରଣ (ବାଲେଶ୍ୱର) ଓ ରିତିକା ଜେନା(ସୁନ୍ଦରଗଡ଼) ପୁରସ୍କୃତ ହୋଇଥିଲୋ