ହେଡଲାଇନସ୍:

ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

(ଆଠମଲ୍ଲିକ /ସନ୍ତୋଷ ମେହେର ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଘାଟି ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ  ଦୁର୍ଘଟଣା I ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି I ସୂଚନା ମୁତାବକ କଦଳୀଗଡ଼ ରୁ କିଆକଟା ଅଭିମୁଖେ ଆସୁଥିବା ବ୍ୟକ୍ତି ଜଣକ ବାଇକ ନଂ -OD19J3745 ରେ ଆସୁଥିବା ବେଳେ, ସେହି ସମୟରେ  କିଆକଟା-ରେଢ଼ାଖୋଲ ଅଭିମୁଖେ ଯାଉଥିବା ଏକ ଟ୍ରକ ଗାଡି ନଂ- (OD16C4939) କିଆକଟା ଘାଟି ନିକଟରେ ବାଇକ ଆରୋହୀକୁ ଧକ୍କା ଦେଇଥିଲ ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି I ଘଟଣା ସ୍ଥଳକୁ କିଆକଟା ଥାନାର ଭାରପ୍ରାପ୍ତ  ଅଧିକାରୀ ଅନାମ ଲାକ୍ରା ପହଂଚି ମୃତ ବ୍ୟକ୍ତିର ଶବ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଶବାଗାରକୁ ପଠେଇଛନ୍ତି I ବ୍ୟକ୍ତି  ଜଣକ ବୌଦ୍ଧ ଜିଲ୍ଲାର ଛତନିଆକଟା ଗ୍ରାମର ନନ୍ଦୀ ମିର୍ଦ୍ଧା ବୋଲି କିଆକଟା ପୋଲିସ ପକ୍ଷରୁ ସୂଚନା ମିଳିଛି I

0
0
0
s2sdefault