ହେଡଲାଇନସ୍:

ପାଦରେ ଚାଲି ଚାଲି ୧୩୯ ଦିନରେ ବୁଲି ସାରିଲେଣି ୨୮୦୦ କିମି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟକୁ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ଓ ପୋଲାଭରମ ପ୍ରକଳ୍ପ ବନ୍ଦ ଦାବିରେ ଚାଲିଚାଲି  ବୁଲିବେ ୩୧୪ ଟି ବ୍ଲକ

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ): ରାଜ୍ୟକୁ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ଓ ପୋଲାଭରମ ପ୍ରକଳ୍ପ ବନ୍ଦ ଦାବିରେ ପଦଯାତ୍ରା ଜାରି ରଖିଥିବା ଯୁବକ  ସତ୍ୟବ୍ରତ ଦାସ ଗତକାଲି ଆସି ପହଂଚି ଥିଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ରେ | ସତ୍ୟବ୍ରତଙ୍କୁ ଗ୍ରାମ - ଭଗବାନ ସିଣ୍ଡୋଳ, ପୋ: ଚଷାପଡା,  ବ୍ଲକ - ବାଲିକୁଦା, ଜିଲ୍ଲା - ଜଗତସିଂହପୁର l ପ୍ରଥମେ ଜୁଲାଇ ୧୦ ତାରିଖ ରୁ ପଦଯାତ୍ରାରେ ବାହାରି ତାଙ୍କର ବ୍ଲକ ବାଲିକୁଦା  ବିଡ଼ିଓଙ୍କୁ  ଦାବି ପତ୍ର ଦେଇ ଓଡ଼ିଶାର ୩୧୪ ଟି ବ୍ଲକ କୁ ଚାଲି ଚାଲି ପଦଯାତ୍ରା ଆରମ୍ଭ କରିଥିଲେ l ୨୮୦୦ କିଲୋମଟର , ୧୩୯ ଦିନର ଯାତ୍ରା ପରେ ୧୦୧ ନମ୍ବର ବ୍ଲକ କୁଚିଣ୍ଡା ବିଡ଼ିଓଙ୍କ ପାଖକୁ ଆସି ଏକ ଦାବିପତ୍ର ଦେଇଛନ୍ତି l ଓଡ଼ିଶା ରାଜ୍ୟ ଏକ ଏଭଳି ରାଜ୍ୟ ଯାହାକି ପ୍ରତ୍ୟେକ ସମୟରେ ବିପର୍ଯୟର ସମ୍ମୁଖୀନ ହୋଇଅଛି l ରାଜ୍ୟ ରାଜସ୍ବ ର ମଧ୍ୟ କ୍ଷତି ହେଉଛି l ଯଦି ଆମ ରାଜ୍ୟକୁ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ମିଳେ ତାହେଲେ ସାଧାରଣ ଲୋକ ଲୋକ ମାନେ ଉପକୃତ ହେବେ ଓ ମହାନଦୀର ଜଳ ସମସ୍ୟାକୁ ଯଥାଶୀଘ୍ର ସମାଧାନ କରାଯାଉ ଯାହା ରାଜ୍ୟର ମୁଖ୍ୟ ଚାଷ କାର୍ଯ୍ୟକୁ ପ୍ରଭାବିତ କରୁଛି | ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ମିତ ହେଉଥିବା  ପୋଲାଭରମ ପ୍ରକଳ୍ପ  ମାଲକାଗିରି ଜିଲ୍ଲାରେ ହଜାର ହଜାର ଆଦବାସୀଙ୍କ ଘର ଦ୍ଵାରା,ଜମିବାଡ଼ି ବଡ଼ ଅଂଶ ଜଳ ମଗ୍ନ ହୋଇଯିବ ଏବଂ ଆଦିବାସୀ ମାନେ ବାସହରା ହୋଇଯିବେ l ସେମାନଙ୍କ ର ଜୀବନ ଧାରଣା କରିବାକୁ ପୋଲାଭରମ ପ୍ରକଳ୍ପ ଯଥାଶୀଘ୍ର ବନ୍ଦ କରାଯାଉ ଦାବିରେ ଚାଲି ଚାଲି ପଦଯାତ୍ରା ରେ ବାହାରିଛନ୍ତି l ଆହୁରି ୨୧୩ ଟି ବ୍ଲକ କୁ ପଦଯାତ୍ରା ଅତିକ୍ରମ କରିବେ ବୋଲି କହିଛନ୍ତି l

0
0
0
s2sdefault