ହେଡଲାଇନସ୍:

ମୟୂରଭଞ୍ଜ ସୀମାରେ ଝାଡ଼ଖଣ୍ଡୀ ଦନ୍ତାଙ୍କ ଉତ୍ପାତ : ମହିଳା ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା/ ଦିଲ୍ଲୀପ ମହାନ୍ତି : ମୟୁରଭଞ୍ଜ ଜିଲ୍ଲାରେ ଝାରଖଣ୍ଡି ହାତୀ ଙ୍କର ଉତ୍ପାତ ଜାରି ରହିଛି।ହାତୀ ଆକ୍ରମଣରେ ପୁଣି ଜଣେ ମହିଳା ମୃତ। ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ କୁସୁମପୁରା ଗାଁ ରେ ଗତକାଲି ବିଳମ୍ବିତ ରାତ୍ରିରେ ଜଣେ ମହିଳା ଙ୍କୁ ହାତୀ ଶୁଣ୍ଡରେ ଧରି କଚାଡି ଦେଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଝରାଖଣ୍ଡି ହାତୀ ମହିଳା ଙ୍କ ଘର ଭାଙ୍ଗୁଥିବା ଜାଣି ପାରି ମହିଳା ଜଣଙ୍କ ଘରୁ ବହାରକୁ ଦୌଡ଼ି ପଳାଉଥିବା ବେଳେ ହାତୀ ମହିଳା ଜଣଙ୍କୁ ଶୁଣ୍ଡରେ ଧରି କଚାଡି ଦେଇଛି। ଘଟଣାସ୍ଥଳରେ ମହିଳା ଙ୍କ ମୃତ୍ୟ ହୋଇଅଛି  ମୃତ ମହିଳା ଜଣକ ହେଉଛନ୍ତି ବୈଶିଙ୍ଗା ଥାନା ଅନ୍ତର୍ଗତ କୁସୁମପୁର ଅଞ୍ଚଳର ରାମ ମାରାଣ୍ଡି ଙ୍କ ପତ୍ନୀ ସୀତା ମାରାଣ୍ଡି (୫୫)। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ମୃତ ମହିଳାଙ୍କ ଶବ ବିବେଛଦ ପାଇଁ ପିଆରଏମ୍ ମେଡିକାଲ ଓ ହସ୍ପିଟାଲ କୁ ପଠାଇଛି। ସେପଟେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ବନବିଭାଗ କର୍ମଚାରୀ ମାନେ ଏହାକୁ ପ୍ରତିରୋଧ କରିବାରେ ବିଫଳ ହେଉଥିବା ଦେଖାଯାଉଛି।

0
0
0
s2sdefault