ହେଡଲାଇନସ୍:

କିଶୋରନଗର ବ୍ଲକ ରେ ମହାତ୍ମାଗାନ୍ଧୀ ଜାତୀୟଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

(ଆଠମଲ୍ଲିକ/ସନ୍ତୋଷ ମେହେର ): ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକଠାରେ ମହାତ୍ମାଗାନ୍ଧୀ ଜାତୀୟଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ସାମାଜିକ ସହାୟତା ଶିବିର  ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଆଠମଲ୍ଲିକ ଉପଜିଲ୍ଲାପାଳ ଡଃ ରଜନୀକାନ୍ତ ବିଶ୍ୱାଳ ଅନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିବା ସହିତ ଏହି ଯୋଜନା ତଥା ଆଇନର ସଫଳ ରୂପାୟନ ଜନସାଧାରଣ, ଜନପ୍ରତିନିଧି ଓ ସରକାରୀ କର୍ମଚାରୀମାନଙ୍କର ମିଳିତ ଉଦ୍ୟମରେ ସମ୍ଭବ ହୋଇପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ I ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ତହସିଲଦାର ଡଃ ଲକ୍ଷ୍ମୀପ୍ରସାଦ ସାହୁ, ସହକାରୀ ନିର୍ବାହୀଯନ୍ତ୍ରୀ ସୁନୀଲ କୁମାର ସିଂ, ଜିଲ୍ଲା ସାମାଜିକ ସମୀକ୍ଷକ ସୁଧାଂଶୁ କୁମାର ସ୍ୱାଇଁ, ଆକାଉଣ୍ଟସ୍ ଅଫିସର ଏଲ୍.ଏନ୍.ଏସ୍ ରାଜିନ୍ଦ୍ର ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ଉପସ୍ଥାପନା କରିଥିଲେ I ପ୍ରାରମ୍ଭରେ ମନରେଗା ଅତିରିକ୍ତ ବ୍ଲକ ପ୍ରୋଗ୍ରାମ ଅଧିକାରୀ ଦୀପକ ଭଞ୍ଜ ବିବରଣୀ ପାଠକରିଥିଲେ I ସୂଚନା ଥାଉକି ୨୦୧୮-୧୯ ଆର୍ଥିକବର୍ଷରେ ବ୍ଲକର ୨୩ଗୋଟି ପଞ୍ଚାୟତ ପାଇଁ ୨୨୦୮୬ ହାଉସହୋଲ୍ଡ ପଞ୍ଜିକୃତ ହୋଇଥିବା ବେଳେ୭୦୮୪ଜଣଙ୍କୁ ଜବକାର୍ଡ ପ୍ରଦାନ କରାଯାଇ ଦୁଇଲକ୍ଷ ଚଉରାଳିଶ ହଜାର ନଅଶହ ଅଣାନବେ ଶ୍ରମ ଦିବସ ଶୃଷ୍ଟି କରାଯାଇପାରିଛି I ୨୦୧୮-୧୯ ଆର୍ଥିକ ବର୍ଷରେ ମନରେଗାରେ ଛଅ କୋଟି ଚବିଶ ଲକ୍ଷ ଦଶହଜାର ଛୟାନବେ ଟଙ୍କା ଖର୍ଚ୍ଚ ହୋଇଅଛି I ଏହି ଶିବିରରେ ସରପଞ୍ଚ, ସମିତିସଭ୍ୟ,ଜିଲ୍ଲାପରିଷଦ ସଦସ୍ୟ, ଯନ୍ତ୍ରୀ,ଜିଆରଏସ, ଏବଂ ବିଭିନ୍ନ ବିଭାଗର କର୍ମଚାରୀଙ୍କ ସହିତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୋଦ କୁମାର ସାହୁ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁଜାତା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ ନେଇଥିଲେ I

0
0
0
s2sdefault