ହେଡଲାଇନସ୍:

ପୋଷ୍ଟ ବିଜୟ ଶର୍ମା ଇଫେକ୍ଟ : ବଦଳିବେ କମିଶନର, ସୌମେନ୍ଦ୍ରଂକ ନାଁ ଆଗରେ !!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର : ଅଭିଯୋଗ ହେଉଛି ନିଆଁ ବିଭାଗର ମୁଖିଆ ଥାଇ ବିଜୟ ଶର୍ମା ରଡ ନିଆଁରେ ହାତ ମାରି ଦେବାରୁ ମହାରାଷ୍ଟ୍ର ସରକାର ବଦଳିବା ଷ୍ଟାଇଲରେ ଅପ୍ରତ୍ୟାଶିତ ବିଦା ହେଲେ |  କାରଣ ଯାହା କରୁଥଲେ ଚଳୁଥିଲା, ହେଲେ ଭୁଲ ଜାଗାରେ ହାତ ମାରିଦେଲେ ଯେତେବେଲେ ହାତ ଜଳିବା ଥୟ | ଆଉ ଜଳି ବି ଗଲା | ବିଜେପି ଧର୍ମଶାଳା କେଶ ଆଡେ ଲିଙ୍କ କରି ବିଜୟ ଶର୍ମାଙ୍କୁ ଯେତେ ସମର୍ଥନ ଦେଲେ ବି ଲିଙ୍କ କିନ୍ତୁ ସୈନିକ ସ୍କୁଲ ଛକଠୁ ଆରମ୍ଭ କରି କଳ୍ପନା ଛକ ହେଇ ଏକ ନମ୍ବରର ରାଜାଙ୍କ କ୍ବାର୍ଟର ଏରିଆ ଭିତରେ ସୀମିତ | ଏମିତି ପ୍ରମାଣ ହାତରେ ଧରିଛନ୍ତି ସରକାର ଯେ ଆଉ ଶର୍ମା ବାବୁ ନାଇଁ କରିପାରିବେନି କି ମୁହଁ ଖୋଲିପାରିବେନି | ଛାଡ , ସେ ତା ଗଲାଣି ପୁରୁଣା କଥା | ଆଗକୁ ନୂଆକଥା ହେବାକୁ ଯାଉଛି, ସେ ବିଷୟରେ ଆଲୋଚନା କରିବା | ଯାହା ଶୁଣାଯାଉଛି ନୂଆ ଡିଜି ଅଭୟ ବାବୁ ୩ କିମ୍ବା ୪ରେ ଆସି କାର୍ଯ୍ୟରେ ଯୋଗଦେବେ | ଆଉ ସେ ଆସୁ ଆସୁ କିଏ ବଦଳାନ୍ତୁ ନବଦଳନ୍ତୁ ଟୁଇନ ସିଟି କମିସନର ବଦଳିବା ଥୟ ବୋଲି ପାୱାର କରିଡରରେ ଚର୍ଚା |  ମାନେ ବିଜୟ ଶର୍ମା କାମଚଳା ଡିଜି ଭାବେ ଦାୟିତ୍ୱ ନେବା ପରେ ଯେମିତି ସତ୍ୟଜିତ ମହାନ୍ତିଙ୍କୁ ବଦଳି କରି  ସୁଧାଂଶୁ ଷଢଙ୍ଗିଙ୍କୁ ଅଣାଯାଇଥିଲା ସେହିପରି ଅଭୟ ବାବୁ ଆସିବା ପରେ ସେମିତି ପ୍ରଥମ କାମ ହେବ ଯେ ସେ ଦକ୍ଷତାର ସହ କାମ କରିବା ପାଇଁ ତାଙ୍କ ଭରସାଯୋଗ୍ୟ ଟିମ ବାଛିବେ | ଆଉ ପ୍ରଥମ ବଦଳିବେ କମିଶନର | କାରଣ ବିଜୟ ଶର୍ମାଙ୍କ ଖାସ ଲୋକ ଭାବେ ଜଣାଶୁଣା ଶ୍ରୀ ଷଢଙ୍ଗି | ଶ୍ରୀ ଶର୍ମା କମିଶନର ଥିବା ବେଳେ ଶ୍ରୀ ଷଢଙ୍ଗି ଓଡିଶା ପୋଲିସ ହାଉସିଂ କର୍ପୋରେସନ ମୁଖିଆ ଥିଲେ,  ଯିଏ କି କମିସନରେଟ ବିଲଡିଂ ନିର୍ମାଣ ଦାୟିତ୍ୱରେ ଥିଲା | ଆଉ ସେଇ ସମୟର ନିବିଡ଼ତା କାରଣରୁ ତାଙ୍କୁ କମିଶନର ଭାବେ ବି ବାଛିଥିଲେ ପୂର୍ବତନ କାମଚଳା ଡିଜି ଶ୍ରୀ ଶର୍ମା | ଶ୍ରୀ ଶର୍ମାଙ୍କ ବିରୋଧରେ ତଦନ୍ତ ଯେତେବେଳେ ଅଧିକ ଗହିରା ହେବାକୁ ଯାଉଛି ସେ ଲିଙ୍କରେ ତାଙ୍କ ଗୁଡ଼ୁବୁକ ରେ ଥିବା କୋଉ ଅଫିସର ଫସିବେ କହିବା କାଠିକର | ତେଣୁ ସେ ଯାହା ବି ହେଉ କିଏ ଫସିବ ବା କିଏ ଖସିବ ତାହା ପରକଥା, ହେଲେ କମିଶନର ବଦଳିବା ଆପାତତଃ ନିଶ୍ଚିତ | 

ଆଉ ଯଦି ଶ୍ରୀ ଷଢଙ୍ଗି ବଦଳିଲେ ତାଙ୍କ ଜାଗାରେ ଦୁଇ ତିନିଜଣଙ୍କ ନାଁ ଶୁଣା ଯାଉଥିବା ବେଳେ ଓଡିଶା ପୋଲିସର ଟାଣୁଆ ଅଫିସର ବା କ୍ରାଇସିସ ମ୍ୟାନେଜର ଭାବେ ଜଣାଶୁଣା ସର୍ବୋପରି ଅନେକ ଦାୟିତ୍ୱକୁ ସଫଳତାର ସହ ସମ୍ପାଦନା କରିଥିବା ବରିଷ୍ଠ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନାମ ଆଗରେ ରହିଛି | ଜଣେ ଦକ୍ଷ ଅଫିସର ଭାବେ ଜଣାଶୁଣା ସୌମେନ୍ଦ୍ର ନୂଆ ଡିଜି ଅଭୟଙ୍କ ସହ ଲମ୍ବା ସମୟ କାମ କରିବାର ପୂର୍ବ ଅଭିଜ୍ଞତା ରହିଛି | ତେଣୁ ଶ୍ରୀ ଷଢଙ୍ଗୀଙ୍କ ଜାଗାରେ ସୌମେନ୍ଦ୍ର ନୂଆ କମିଶନର ହେବ ସମ୍ଭାବନା ଅଧିକ ବୋଲି ଚର୍ଚା ହେଉଛି | 

 

 

0
0
0
s2sdefault