ହେଡଲାଇନସ୍:

ତୃଣମୂଳ ସ୍ତରରେ କଂଗ୍ରେସକୁ ସୁଦୃଢ କରିବାକୁ ଦଳର କ୍ୟାଡର ଚୟନ ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର /ଶାସକ ପ୍ରଶାସକ – ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ୩୩ଟି କଂଗ୍ରେସ ସାଂଗଠନିକ ଜିଲ୍ଲାରୁ କ୍ୟାଡର ସୃଷ୍ଟି କରିବା ପାଇଁ କଂଗ୍ରେସ ଭବନ ଠାରେ ଦୁଇଦିନିଆ ଚୟନ ପ୍ରକ୍ରିୟା  ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ନିଖିଳ ଭାରତ କଂଗ୍ରେସ ପ୍ରଶିକ୍ଷଣ ଇନ୍ଚାର୍ଜ ଶ୍ରୀ ସଚିନ୍ ରାଓ ଏକ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି କଂଗ୍ରେସ ଭବନ ଠାରେ ପହଂଚିଥିଲେ । ଏହି ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାରୁ ଆସିଥିବା ସକ୍ରୀୟ କର୍ମୀଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ସମସ୍ତେ ନିଷ୍ଠାର  ସହ କାର୍ଯ୍ୟ କଲେ କଂଗ୍ରେସ ଦଳ ସୁଦୃଢ଼ ହୋଇପାରିବ । ମହାତ୍ମା ଗାନ୍ଧିଙ୍କ ନୀତି, ଆଦର୍ଶକୁ ପାଥେୟ କରି ଆମେ ସମସ୍ତ ମତାନ୍ତରକୁ ଭୁଲି ଏକତା ସୂତ୍ରରେ ବାନ୍ଧି ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସାଂପ୍ରତିକ ପରିସ୍ଥିତିରେ ଦେଶରେ ଘଟୁଥିବା ଘଟଣାବଳୀକୁ ଲୋକମାନେ ଯେଭଳି ପ୍ରକୃତ ସତ୍ୟ ଉପଲବ୍ଧି କରି ପାରିବେ ସେ ସଂପର୍କରେ ସମସ୍ତ କଂଗ୍ରେସ କର୍ମୀ ଲୋକମାନଙ୍କୁ ଅବଗତ କରାଇବାକୁ ସେ କହିଥିଲେ ।

ଶ୍ରୀ ସଚିନ ରାଓ କହିଲେ ଯେ ପ୍ରଶିକ୍ଷଣ ମାଧ୍ୟମରେ ସମସ୍ତେ କାର୍ଯ୍ୟ କଲେ, କାର୍ଯ୍ୟ କରିବାର ପ୍ରେରଣା ପାଇପାରିବେ ଓ ଏହାକୁ ନିଖିଳ ଭାରତ କଂଗ୍ରେସ କମିଟି ଗୁରୁତ୍ୱ ପ୍ରଦାନ କରିଅଛନ୍ତି । ପରେ ଶ୍ରୀ ରାଓ ବିଭିନ୍ନ ଜିଲ୍ଲାରୁ ଆସିଥିବା ସକ୍ରୀୟ ନେତୃବୃନ୍ଦଙ୍କ ସହ ଜଣ ଜଣ କରି ସଂଗଠନ ବିଷୟରେ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ । ଏହି ବୈଠକକୁ ଓଡିଶା ପ୍ରଦେଶ କଂଗ୍ରେସ ପ୍ରଶିକ୍ଷଣ ଇନ୍ଚାର୍ଜ ଶ୍ରୀ ଶୁଭେନ୍ଦୁ ମହାନ୍ତି ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁରେଶ କୁମାର ରାଉତରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ ଉପସ୍ଥିତ ଥିଲେ ଓ ଦୀପକ କୁମାର ସାହୁ, ସତ୍ୟସ୍ମିତ ମହାନ୍ତି, ବିଜୟାନନ୍ଦ ଚାଉଳିଆ ସହଯୋଗ କରିଥିଲେ । 

 

0
0
0
s2sdefault