ଘୁ. ଉଦୟଗିରି/ଗଗନ କୁମାର ପ୍ରଧାନ : କନ୍ଧମାଳର ଘୁ. ଉଦୟଗିରି ବ୍ଲକ I ବହୁତ ଦିନ ହେବ ଏହି ବ୍ଲକରେ ଅଧକ୍ଷା ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅନ୍ୟ ନିର୍ବାଚିତ ପ୍ରତିନିଧିମାନଙ୍କ ମଧ୍ୟରେ ତୁ ତୁ ମେ ମେ ଲାଗି ରହିଥିଲା I ଯାହା ପାଇଁ ବହୁତ ଦିନ ହେବ ବିକାଶ କ୍ଷେତ୍ରରେ ବାଧା ଦେଖା ଦେଉଥିଲା I ଯାହାକୁ ନେଇ ବ୍ଲକର ଅନ୍ୟ ନିର୍ବାଚିତ ପ୍ରତିନିଧି ଜ଼ିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ପାଇଁ ଦାବି କରିଥିଲେ I ଏହାର ଶୁଣାଣି କରି ଜ଼ିଲ୍ଲାପାଳ ଆସନ୍ତା କାଲି ଅନାସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି I ବିଦ୍ରୋହୀ ଗୋଷ୍ଠୀ ଅଧକ୍ଷାଙ୍କୁ ଗାଦି ଚ୍ୟୁତ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ଅଧ୍ୟକ୍ଷା ବିରୋଧୀଙ୍କୁ ଚେକ ଦେଇ ଗାଦିରକ୍ଷା କରିବା ପାଇଁ ଜୋରଜାର ଉଦ୍ୟମ ଚଳାଇ ଥିବା ସୂଚନା ମିଳିଛି I ହେଲେ କାହାର ପଲା ଭାରି ରହିବ ଆସନ୍ତାକାଲି ଜଣା ପଡିବ ବୋଲି ରାଜନୈତିକ ମହଲରେ ମତ ପ୍ରଶ ପାଇଛି I
ରାଜ୍ୟ
ଘୁ ଉଦୟଗିରିରେ ରାଜନୈତିକ ଛକପଞ୍ଜା : କାଲିକି ଅପେକ୍ଷା
- Hits: 514