ହେଡଲାଇନସ୍:

ଗଣତନ୍ତ୍ରକୁ ମଝବୁତ କରିଛି ଆମ ସମ୍ବିଧାନ - ଆଇନ୍‍ମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର,(ଶାସକ ପ୍ରଶାସକ)- ଆଇନ୍‍ ବିଭାଗର କ୍ଷରୁ ଆଜି ରାଜ୍ୟସ୍ତରୀୟ ସମ୍ବିଧାନ ଦିବସ ପାଳନ କରାଯାଇଛି । ରାଜ୍ୟ ଆଇନ୍‍ମନ୍ତ୍ରୀ ପ୍ରତା ଜେନା ଲୋକସେବାଭବନ ଠାରେ ଆୟୋଜିତ ଏହି ଉସôବକୁ ଉଦ୍‍ଘାଟନ କରିବା ସହିତ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ ସମ୍ପର୍କିତ ସଚେତନତା ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ୭୦ବର୍ଷ ଧରି ଭାରତୀୟ ସମ୍ବିଧାନ ଆମର ଗଣତନ୍ତ୍ରକୁ ମଝବୁତ କରି ରଖିଛି । 

ଏକ ଆଧୁନିକ ସଂସଦୀୟ ଗଣତନ୍ତ୍ରରେ ସମ୍ବିଧାନ ହେଉଛି ଦିଗ୍‍ଦର୍ଶକ । ଭାରତୀୟ ସମ୍ବିଧାନ ସମଗ୍ର ବିଶ୍ୱରେ ସବୁଠାରୁ ଦୀର୍ଘ ଲିଖିତ ସମ୍ବିଧାନ ଓ ଆଇନ୍‍ଗତ ଗ୍ରନ୍ଥ । ଭାରତବର୍ଷରେ ବିବିଧତା ମଧ୍ୟରେ ଏକତା ରହିଛି । ଏହା ହେଉଛି ଆମ ଗଣତନ୍ତ୍ରର ସୁଦୃଢତାର ମୂଳମନ୍ତ୍ର । ଆମ ଦେଶରେ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଓ ସାମାଜିକ ଏକତା ରହିଛି । ଆମ ସମ୍ବିଧାନ ଏସବୁ ସତ୍ୱେ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିବା ସହିତ ଦୁର୍ବଳଶ୍ରେଣୀର ଲୋକଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଇଛି । ସମ୍ବିଧାନର ମୁଖବନ୍ଧରେ ଭାରତ ଗୋଟିଏ ସମାଜବାଦ, ଧର୍ମନିରପେକ୍ଷ, ସାର୍ବଭୌମତ୍ୱ ଓ ଗଣତାନ୍ତ୍ରିକ ରାଷ୍ଟ୍ରବୋଲି ଉଲ୍ଲେଖ ରହିଛି । ବିନା ଭେଦଭାବରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେରେ ଦେଶର ସମସ୍ତ ନାଗରିକଙ୍କୁ ସମ୍ବିଧାନ ସମାନ ଅଧିକାର ପ୍ରଦାନ କରିଛି । ସମ୍ବିଧାନ ସମସ୍ତ ନାଗରିକଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଯୋଗାଇଛି । 

ନିଜର ଅଧିକାର ସାବ୍ୟସ୍ତ କଲାବେଳେ ନାଗରିକମାନେ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ । ସମ୍ବିଧାନରେ ଏ ନେଇ ନାଗରିକମାନଙ୍କର ମୌଳିକ କର୍ତ୍ତବ୍ୟ ସଂକ୍ରାନ୍ତରେ ଉଲ୍ଲେଖ ରହିଛି । ଏଥିରେ ଦେଶର ସୁରକ୍ଷା, ଆବଶ୍ୟକ ସମୟରେ ଦେଶ ପାଇଁ ସେବା, ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା, ଜାତୀୟ ସମ୍ପତିର ସୁରକ୍ଷା ଆଦି ସ୍ଥାନ ପାଇଛି । ଦେଶ ଗଠନ ଦିଗରେ ସମସ୍ତଙ୍କର ମୌଳିକ ଦାୟିତ୍ୱ ଓ କର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ ବୋଲି ଶ୍ରୀ ଜେନା କହିଛନ୍ତି । 

ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀ କହିଛନ୍ତି ଯେ ମୌଳିକ ଅଧିକାର ସମ୍ପର୍କିତ ଶପଥପାଠ କରାଇବା ସହିତ ଏ ସମ୍ପର୍କରେ ତାଙ୍କର ମତ  ରଖିଥିଲେ । ଆଇନ୍‍ ବିଭାଗର ପ୍ରମୁଖ ସଚିବ ଶଶୀକାନ୍ତ ମିଶ୍ର ସମ୍ବିଧାନ ଦିବସର ଆୟୋଜନ ସମ୍ପର୍କରେ ଉଲ୍ଲେଖ କରିବା ସହିତ ନାଗରିକମାନଙ୍କର ଅଧିକାର ଓ କର୍ତ୍ତବ୍ୟ ସଂକ୍ରାନ୍ତରେ ଆଲୋକପାତ କରି ସମସ୍ତେ ସଚେତନ ହେବାପାଇଁ ପରାମର୍ଶ ଦେଇଥିଲେ । କିଟ୍‍ ବିଶ୍ୱବିଦ୍ୟାଳୟର ଆଇନ୍‍ ବିଭାଗର ସହକାରୀ ପ୍ରଫେସର କାଭାଲ୍ୟା ଗାରିକପତି ସମ୍ବିଧାନ ଦିବସ ପାଳନ ଓ ନାଗରିକମାନଙ୍କର ମୌଳିକ କର୍ତ୍ତବ୍ୟ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗର ଶାସନ ସଚିବମାନଙ୍କ ସହିତ ଅନ୍ୟାନ୍ୟ  ପଦାଧିକାରୀମାନେ ଉପସ୍ଥିତ ଥିଲେ ।

 

0
0
0
s2sdefault