ହେଡଲାଇନସ୍:

ରା:ଉଦୟଗିରି ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା:ଉଦୟଗିରି ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ  ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଗଜପତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

   ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ଏବଂ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ମୋଟ ୧୦୨ ଗୋଟି ଅଭିଯୋଗର ଶୁଣାଣୀ କରିଥିଲେ । ଆସିଥିବା ମୋଟ ୧୦୨ ଗୋଟି ଅଭିଯୋଗ ଦରଖାସ୍ତ ମଧ୍ୟରୁ ୪୩ ଗୋଟି ଅଭିଯୋଗ ଦରଖାସ୍ତ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଥିବାବେଳେ  ୫୯ ଟି ଅଭିଯୋଗ ଦରଖାସ୍ତ ଗ୍ରାମର ଗୋଷ୍ଠୀ ଭିତ୍ତିକ ସମସ୍ୟା ଥିଲା ।

   ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଅତି ଆବଶ୍ୟକ ସହାୟତା କରୁଥିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୋଟ ୬ ଜଣଙ୍କୁ ୪୩ ହଜାର ଟଙ୍କା ଲେଖାଏଁ ର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨ ଜଣଙ୍କୁ ୫ ହଜାର ଟଙ୍କା ଲେଖାଏଁ ର ଆର୍ଥିକ ପ୍ରଦାନ କରା ଯାଇଥିଲା ।   କାର୍ଯ୍ୟକ୍ରମରେ ମୋଟ ୩୪ ଗୋଟି ଅଭିଯୋଗ ଦରଖାସ୍ତ ଉପରେ  ତ୍ୱରିତ ସମାଧାନ କରାଯାଇଥିଲା ।

     ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ  ରା:ଉଦୟଗିରି ବିଡ଼ିଓ ପ୍ରଦୀପ କୁମାର ନାୟକ , ଜିଲ୍ଲା ପରିଷଦ ସଭ୍ୟା ଶୁପ୍ରଭା ମଣ୍ଡଳ ଏବଂ ସଭ୍ୟ ଯାକବ ମାଝୀ , ବ୍ଲକ ଅଧ୍ୟକ୍ଷ ଅନିତା ମଣ୍ଡଳ ପ୍ରମୁଖ ମଞ୍ଚାସୀନ ଥିଲେ ।

 

0
0
0
s2sdefault