ହେଡଲାଇନସ୍:

ଦେଢ଼ ବର୍ଷ ଧରି ବାରିପଦା ବିଡ଼ିଓ ଚଳାଉଛନ୍ତି ବାରିପଦା ପୌରପରିଷଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉନ୍ନୟନ ବାଧାପ୍ରାପ୍ତ, ସରକାରୀ ଅର୍ଥ ହରିଲୁଟ ହେଉଥିବାର ଅଭିଯୋଗ

ବାରିପଦା(ଦିଲ୍ଲୀପ ମହାନ୍ତି)- ପ୍ରଶାସନକୁ ଲୋକାଭିମୁଖୀ, ସଶକ୍ତ ଓ କ୍ରିୟାଶୀଳ କରାଇବା ସହ ଅଧିକ ଉତ୍ତରଦାୟୀ ଓ ଜନସାଧାରଣଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ହେବା ନିମନ୍ତେ ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ମୋ ସରକାର କାର୍ଯ୍ୟକ୍ରମ ଘୋଷଣା କରିଥିଲେ । 

ବାରିପଦା ବ୍ଲକ ବିଡ଼ିଓ ସରୋଜ କୁମାର ଦାଶ ୨୦୧୮ ଜୁନ ୧୪ରୁ ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ଦାୟିତ୍ୱ ସମ୍ଭାଳି ଆସୁଛନ୍ତି ।  ବାରିପଦା ବ୍ଲକ ବିଡ଼ିଓ ଓ ବାରିପଦା ପୌରପରିଷଦ ନିର୍ବାହୀ ଅଧିକାରୀ ଦୁଇଟି ପଦବୀ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ସମୟରେ ପୌରପରିଷଦର ନିର୍ବାହୀ ଅଧିକାରୀ ପଦବୀକୁ ଏକ ବର୍ଷ ୪ ମାସରୁ ଅଧିକ ସମୟ ଖାଲି ପକାଇ ବିଡ଼ିଓଙ୍କୁ ଦୈତ୍ୟ ଦାୟିତ୍ୱରେ ରଖିବା ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଏଥି ସହିତ ଏହି ଏକ ବର୍ଷ ୪ ମାସରୁ ଅଧିକ ସମୟ ଧରି ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ପଦବୀରେ କୌଣସି ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ ନକରିବା ପଛରେ ରହିଥିବା ରହସ୍ୟ କେବଳ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଓ ସଚିବଙ୍କୁ ଜଣା । 

             ୨୦୧୧ ଜନଗଣନା ଆଧାରରେ ବାରିପଦା ବ୍ଲକ ୧୧ଟି ଗ୍ରାମପଞ୍ଚାୟତ ଅଧୀନରେ ଥିବା ୧୦୫ଟି ରାଜସ୍ୱ ଗ୍ରାମକୁ ନେଇ ବାରିପଦା ବ୍ଲକ କାର୍ଯ୍ୟ କରିଥିବା ବେଳେ  ଜନ ସଂଖ୍ୟା ୮୭୦୯୧ । ସେହିପରି ୨୮ଟି ୱାଡର଼୍କୁ ନେଇ ଗଠିତ ବାରିପଦା ପୌରପରିଷଦର ଜନସଂଖ୍ୟା ୧,୧୬,୮୪୯  ଏବଂ ପୌରପରିଷଦ ୨୦୦୯ରେ କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ସାମିଲ ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ସାମୂହିକ ବିକାଶ ନିମନ୍ତେ ମାଳମାଳ ଯୋଜନା ପ୍ରଚଳନ କରିଚାଲିଛନ୍ତି । ବାରିପଦା ବ୍ଲକ ଓ ବାରିପଦା ପୌରପରିଷଦରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ ନିମନ୍ତେ ପ୍ରତ୍ୟେକ ବର୍ଷ ରାଜକୋଷରୁ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି । ଆସୁଥିବା ସରକାରୀ ଅନୁଦାନରେ କାର୍ଯ୍ୟାକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ସହ ଉନ୍ନୟନ ମୂଳକ କାର୍ଯ୍ୟକୁ ତଦାରଖ କରିବା ଦାୟିତ୍ୱ ପୌରପରିଷଦର ନିର୍ବାହୀ ଅଧିକାରୀ ଓ ବ୍ଲକର ବିବିଓଙ୍କ ହାତରେ ନ୍ୟସ୍ତ କରାଯାଇଛି । ଏଥି ସହିତ ଜନସାଧାରଣଙ୍କର ବିଭିନ୍ନ ସମସ୍ୟା, ଅଭିଯୋଗ ରହିଛି । ତେଣୁ ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ଓ ବାରିପଦା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉଭୟ ପଦବୀର ଗୁରୁତ୍ୱ ଓ ଦାୟିତ୍ୱ ସମ୍ଭାଳିବା ଜଣେ ଅଧିକାରୀଙ୍କ ପକ୍ଷେ ସମ୍ପୂର୍ଣ୍ଣ ଭାବେ ଅସମ୍ଭବ ହୋଇପଡ଼ିଥିବା ବେଳେ ଏକ ବର୍ଷ ୪ ମାସରୁ ଅଧିକ ସମୟ ଧରି ଜଣେ ଅଧିକାରୀ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳି ଆସୁଥିବାର ପରିଲକ୍ଷିତ ହୋଇଛି । ଯାହା ମୁଖ୍ୟମନ୍ତ୍ରୀ ନବୀନଙ୍କ ୫ଟି ଓ ମୋ ସରକାର କାର୍ଯ୍ୟକ୍ରମର ସଫଳତା ଉପରକୁ ଅଙ୍ଗୁଳି ନିଦେ୍ର୍ଧଶ କରାଉଛି । 

                 ବାରିପଦା ପୌରପରିଷଦର ଅଧିବାସୀ ଲକ୍ଷ୍ମଣ ତ୍ରିପାଠୀଙ୍କ କହିବା ଅନୁସାରେ ପୌରପରିଷଦର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ବାରିପଦା ବ୍ଲକର ବିଡ଼ିଓ ସରୋଜ କୁମାର ଦାଶ ଜଣେ ବ୍ୟକ୍ତି ହୋଇଥିବା କାରଣରୁ ଦୁଇଟି କାର୍ଯ୍ୟାଳୟରେ ଏକ ସଙ୍ଗେ ଉପସ୍ଥିତି କଦାପି ସମ୍ଭବପର ନୁହେଁ ହୋଇନଥିବା ବେଳେ ସେ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହୁଥିବା ବେଳେ ବାରିପଦା ପୌରପରିଷଦ ଫାଙ୍କା ରହୁଛି ଏବଂ ପୌରପରିଷଦରେ ଉପସ୍ଥିତ ରହିଲେ ବ୍ଲକ କାର୍ଯ୍ୟାଳୟ ଫାଙ୍କା ପଡ଼ୁଛି ।  ଫଳରେ  ଉଭୟ ବ୍ଲକ ଓ ପୌରପରିଷଦକୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରିପଦା ବ୍ଲକର ବିଡ଼ିଓଙ୍କର ଏହି ଡ଼ବଲ ରୁଲରେ ସାଧାରଣ ଜନତା ବିଶେଷ ଭାବେ ପ୍ରଭାବିତ ଓ କ୍ଷତିଗ୍ରସ୍ତ ହେଉଥିବା ବେଳେ ଉଭୟ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ପାଇଁ ସୁନେ ପେ ସୁହାଗା ସଦୃଶ୍ୟ କାର୍ଯ୍ୟକରୁଛି । ବାରିପଦା ପୌରପରିଷଦରେ ଦୂର୍ନୀତି ଚରମ ସୋପାନକୁ ଛୁଇଁଯାଇଛି ବୋଲି ଶ୍ରୀତ୍ରିପାଠୀ ପ୍ରକାଶ କରିଛନ୍ତି । ସେହିପରି ପୌରପରିଷଦର କାଉନସିଲ ବୋଡର଼୍ ଭାଙ୍ଗି ଯିବା ପରେ ପୌରକର୍ମଚାରୀମାନେ ଅଧିକ ସ୍ୱେଚ୍ଛାଚାରୀ ହୋଇପଡ଼ିଥିବାର ଅଭିଯୋଗ ହେଉଛି । ସୂଚନା ଅଧିକାର ଆଇନ -୨୦୦୫ ବଳରେ ସୂଚନା ମାଗିଲେ ମଧ୍ୟ ଆବେଦନକାରୀମାନଙ୍କୁ ସୂଚନା ମିଳିପାରୁ ନାହିଁ । ପୌରପରିଷଦରେ ପାର୍କ ନିର୍ମାଣ ନାମରେ ମହାଘୋଟାଲା ହୋଇଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ବିକାଶ ଉନ୍ନୟନ ନାମରେ ସରକାରୀ ଅର୍ଥ ହରିଲୁଟ ହେଉଥିବାର ଅଭିଯୋଗ ହେଉଛି । 

 

0
0
0
s2sdefault