ହେଡଲାଇନସ୍:

ଭାରତର ସଂବିଧାନ ଆଧ୍ୟାତ୍ମିକତା ଭିତ୍ତି ଉପରେ ପ୍ରତିଷ୍ଠିତ  – ରାଜ୍ୟପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜଭବନରେ ସଂବିଧାନ ଦିବସ ପାଳିତ

 ଭୁବନେଶ୍ୱର(ଶାସକ ପ୍ରଶାସକ): ଭାରତର ସଂବିଧାନ ଆଧ୍ୟାତ୍ମିକତା ଭିତ୍ତି ଉପରେ ପ୍ରତିଷ୍ଠିତ  ଯେଉଁଥିରେ ମାନବୀୟ ମୂଲ୍ୟବୋଧ ବିଶେଷ ଭାବରେ ପ୍ରତିଫଳିତ । ଲୋକମାନଙ୍କର ଆଶା, ଆକାଂକ୍ଷା ଓ ଅଭୀପ୍ସାର ଆଧାର ଭାବରେ ଏବଂ ଭାରତୀୟତାର ମହନୀୟ ଭାବବୋଧର କ୍ରିୟାଶୀଳ ମାଧ୍ୟମ ହେଉଛି ସଂବିଧାନ । ଏଥିପାଇଁ ଭାରତର ସଂବିଧାନ ବିଶ୍ୱରେ ସର୍ବଶ୍ରେଷ୍ଠ  ବିବେଚିତ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।

 ଆଜି ରାଜଭବନରେ ଆୟୋଜିତ ସଂବିଧାନ ଦିବସ ସମାରୋହରେ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ସଂବିଧାନର ନିର୍ଦ୍ଦେଶାବଳୀର ପ୍ରତିପାଳନ ଆମର ପରମ କର୍ତ୍ତବ୍ୟ । ପ୍ରତ୍ୟେକ ନାଗରିକ ନିଜ ଦାୟିତ୍ୱ ପ୍ରତି ସଚେତନ ରହି କାର୍ଯ୍ୟ କରିବା ହିଁ ଏହି ଦିବସର ଅନୁଚିନ୍ତା ।

 ମୁଖ୍ୟବକ୍ତା ଭାବରେ ଯୋଗଦେଇ ପ୍ରଖ୍ୟାତ ଲେଖକ ତଥା ରାଜନୀତି ଶାସ୍ତ୍ରୀ ଅଧ୍ୟାପକ ବିଶ୍ୱରଂଜନ କହିଲେ ଯେ ଭାରତର ସଂବିଧାନ ଭାରତୀୟ ସଂସ୍କୃତିର ଯଥାର୍ଥ ପ୍ରତୀକ । ଏହା ଆମର ପରଂପରା ଓ ଆଦର୍ଶର ପ୍ରତିରୂପ । ଏବଂ ସମୟକ୍ରମେ ଏହା ସମୃଦ୍ଧ ଓ ପରିପୁଷ୍ଟ ହେବାରେ ଲାଗିଛି । ବିବିଧତାକୁ ଏକୀଭୂତ କରି ଏକ ଆଦର୍ଶ ବିଚାରଧାରା ଓ ସମନ୍ୱୟ ଭାବ ପାଇଁ ଭାରତୀୟ ସଂବିଧାନର ବିଶେଷତା ସର୍ବ ସ୍ୱୀକୃତ ।

 ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ସଂବିଧାନ ଦିବସର ମହତ୍ୱ ଓ ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ସଂଗ୍ରାମ ଦେଓଭଂଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ସମାରୋହରେ ଉପସ୍ଥିତ ଥିଲେ ।

0
0
0
s2sdefault