ହେଡଲାଇନସ୍:

ଶ୍ରୀରଘୁନାଥଜିଉଙ୍କ ଦେବ ଦିପାବଳୀ ନୀତି ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ(ଶ୍ରୀକାନ୍ତ ମିଶ୍ର): ମାନବୀୟ ମୂଲ୍ୟ ବୋଧକୁ ସମ୍ମାନ ଦେଇ ଆସିଥିବା ପୁରୁଷୋତମ ପ୍ରଭୁ ଶ୍ରୀରାମ ମାର୍ଗଶୀର ଅମାବାସ୍ୟା ତିଥିରେ ପିତୃ ପୁରୁଷଙ୍କ ଶ୍ରାଦ୍ଧ ବିଧାନ ସ୍ଥାନୀୟ  ଶ୍ରୀରଘୁନାଥ ଜିଉଙ୍କ ମନ୍ଦିରରେ ଦେବ ଦିପାବଳୀ ନିତୀ ଅନୁଯାୟୀ ସମ୍ପନ୍ନ ହୋଇଯାଇଛି । ଆଜି ସନ୍ଧ୍ୟାରେ ଶ୍ରାଦ୍ଧ ବେଶକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ୫.୩୦ରେ ସନ୍ଧ୍ୟା ଧୁପ ପରେ ୬ଟା ବେଳେ ୩ଟି ମହା ଦୀପକୁ ପାଳିଆ ପଣ୍ଡା ଦ୍ୱାରା ରତ୍ନ ବେଦୀର ସଂସ୍କାର କରାଯାଇ ଶ୍ରୀ ଜିଉଙ୍କ ପିତୃ ପୁରୁଷ ତଥା ମାତୃଗଣଙ୍କ ଉଦ୍ଦେଶ୍ୟରେ  ମନ୍ଦିର ଟହଲିଆ ମାଧ୍ୟମରେ ୩ ଦୀପକୁ ମନ୍ଦିର ଶିର୍ଷକୁ ନେଇ ସୁବର୍ଣ୍ଣ କଳଶ ଅଅଁଳା ବେଢା ନିକଟରେ ସ୍ଥାପନ କରାଯାଇଥିଲା । ଆଜିର ଏହି ଦେବ ଦୀପାବଳୀ ଅବସରରେ ସନ୍ଧ୍ୟାବେଳେ ସଂଯୋଗବଶତଃ ରାଜ୍ୟ ସରକାରଙ୍କ  ଏସି, ଏସଟି, ସଂଖ୍ୟାଲଘୁ ଓ ପଛୁଆବର୍ଗ ଉନ୍ନୟନ ପ୍ରମୁଖ ସଚିବ  ରଞ୍ଜନା ଚୋପ୍ରାଙ୍କ ସହିତ  ନୟାଗଡ଼ ଜିଲ୍ଲାପାଲ ଡ. ପୋମା ଟୁଡୁ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ  ସୁବାସ ଚନ୍ଦ୍ର ରାୟ, ଓଡ଼ଗାଁ ବିଡିଓ ସ୍ୱାତୀଲେଖା ଦାସ ପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇଥିଲେ । 

0
0
0
s2sdefault