ହେଡଲାଇନସ୍:

ପୁଣି ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରିଲେ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ଶତାଧିକ ଇଣ୍ଟିଗ୍ରେଟେଡ୍ ବିଦ୍ୟାର୍ଥୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା , (ଦିଲ୍ଲୀପ ମହାନ୍ତି) : ଆଜି ପୁଣିଥରେ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ୍ବ ଇଣ୍ଟିଗ୍ରେଟେଡ୍ ବିଏଡ଼ ଏବଂ ଏମ୍ଏଡ଼ ବିଦ୍ୟାର୍ଥୀମାନେ ତକତପୁରସ୍ଥିତ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ପରିସରରୁ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି ।  ଗତ ୫ତାରିଖରେ ସେମାନେ ଏହି ପଦଯାତ୍ରାରେ ବାହାରିଥିଲେ ମାତ୍ର ଜିଲ୍ଲାପାଳ ବିନିତ ଭରଦ୍ବାଜଙ୍କ ଲିଖିତ ପ୍ରତିଶ୍ରୁତି ପରେ ଛାତ୍ରଛାତ୍ରୀମାନେ ଉକ୍ତ ପଦଯାତ୍ରାକୁ ସ୍ଥଗିତ ରଖିଥିଲେ ।ଜିଲ୍ଲାପାଳଙ୍କ ପ୍ରତିଶୃତି ଦେଇଥିଲେ ଯେ, ଛାତ୍ରଛାତ୍ରୀମାନଙ୍କ ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇ ୫ଦିନ ଭିତରେ ସମାଧାନ ର ରାସ୍ତା ବାହାର କରାଇବେ ।  ହେଲେ ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିବାରେ ବିଫଳ ହେଲେ । ଦେଇଥିବା ସମୟସୀମା ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଜିଲ୍ଲାପାଳ ଶ୍ରୀଭରଦ୍ବାଜ  ଥରେ ହେଲେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବାକୁ ଉଚିତ ମନେ କଲେ ନାହିଁ । ଫଳରେ ବିଦ୍ୟାର୍ଥୀମାନେ ସେମାନଙ୍କ ଭବିଷ୍ୟତ ସୁରକ୍ଷା ନେଇ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରି ଯାଇଛନ୍ତି ଏବଂ ରାସ୍ତାରେ କେତେକ ଛାତ୍ରୀ ଅସୁସ୍ଥ ହେବାରୁ ସେମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଇଣ୍ଟିଗ୍ରେଟେଡ଼ ବିଏଡ଼ ଓ ଏମ୍ଏଡ଼ ପାଠ୍ୟକ୍ରମ ପଢୁଥିବା ବିଦ୍ୟାର୍ଥୀଙ୍କ କହିବା ଅନୁଯାୟୀ ସମନ୍ବିତ ପାଠ୍ୟକ୍ରମ( ଇଣ୍ଟିଗ୍ରେଟେଡ୍ କୋର୍ସ ) ଅନୁଯାୟୀ ପାସ୍ ହେଲାପରେ ସେମାନେ O.T.E.T , O.S.S.T.E.T ଏବଂ C.T.E.T ଇତ୍ୟାଦି ଶିକ୍ଷକତା ଯୋଗ୍ୟତା ନିମନ୍ତେ ପରିକ୍ଷା ଦେବାରୁ ବଞ୍ଚିତ ରହୁଛନ୍ତି । ତେଣୁ ପାଶ ହେବା ପରେ ସେମାନଙ୍କ ଭବିଷ୍ୟତ   ଅନ୍ଧକାର ହୋଇଯାଇଛି । ବିଭିନ୍ନ ସମୟରେ ସରକାରଙ୍କ ଠାରେ ଅଭିଯୋଗ ସତ୍ବେ ମଧ୍ୟ କୌଣସି ସୁଫଳ ନମିଳିବାରୁ  ସେମାନେ ନଭେମ୍ବର ୫ ତାରିଖରେ ନିଜର ଦାବି ଉପସ୍ଥାପନ କରିବାପାଇଁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ  । ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ପରେ କିଛି ସୁଫଳ ନମିଳିବାରୁ ଆଜି ଦିନ ୧୦ଟା ସମୟରୁ ପୁଣିଥରେ ଭୁବନେଶ୍ୱର ପଦଯାତ୍ରାରେ ବାହାରିଛନ୍ତି ଏହି ଇଣ୍ଟିଗ୍ରେଟେଡ୍ ବିଦ୍ୟାର୍ଥୀମାନେ। ତେବେ ଉକ୍ତ ପଦଯାତ୍ରା ସମୟରେ କିଛି ଛାତ୍ରଛାତ୍ରୀ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଶାସନ ପକ୍ଷରୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି।ଆଜି ସନ୍ଧ୍ୟା ସୁଦ୍ଧା ଏହି ପଦଯାତ୍ରା ବେତନଟୀ ଠାରେ ପହଞ୍ଚିବା ସହ ସେଠାରେ ରାତ୍ରି ଯାପନ ପରେ ଆସନ୍ତାକାଲି ସକାଳୁ ପୁଣି ପଦଯାତ୍ରା ଆରମ୍ଭ କରାଯିବାର ସୂଚନା ମିଳୁଛି।

0
0
0
s2sdefault