ଘୁ.ଉଦୟଗିରି/ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରିରେ ଥିବା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ଅତି ଉଦବେଗ ଜନକ I ଯାହା ପାଇଁ ରୋଗୀ ଭୟଭୀତ ହେଉଥିବା କହିଛନ୍ତି I
ସୂଚନା ଅନୁସାରେ ଲିଙ୍ଗାଗଡ ଅଞ୍ଚଳର ଜଣେ ମହିଳା ଘୁ.ଉଦୟଗିରି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ I ତାଙ୍କର ଜଣେ ସମ୍ପର୍କୀୟ ମହିଳା ଦେଖାଚାହାଁ ପାଇଁ ତାଙ୍କ ପାଖରେ ରହୁଥିଲେ I ଏହି ସମୟରେ ସୋମବାର ବିଳମ୍ବିତ ରାତ୍ରିରେ ଜଣେ ଅଜଣା ବ୍ୟକ୍ତି ମେଡିକାଲ ଭିତରେ ପ୍ରବେଶ କରିଥିଲେ I ମହିଳା ରୋଗୀଙ୍କ ସମ୍ପର୍କୀୟ ଜଣକ ଉକ୍ତ ବ୍ୟକ୍ତିଙ୍କୁ ପଚାରିବାରୁ ଧମକଚମକ ଦେଇ ଥିଲେ I ତାପରେ ଯୁବକ ଜଣକ କାର୍ଯ୍ୟରତ ନର୍ସଙ୍କୁ ଜଣାଇ ଥିଲେ I ନର୍ସଙ୍କୁ ଏବଂ ଯୁବକଙ୍କୁ ଅଜଣା ବ୍ୟକ୍ତି ଜଣ ଧମକଚମକ ଦେଇଥିଲେ I ଏହି ସମୟରେ କୌଣସି ସୁରକ୍ଷାକର୍ମୀ ଡିଉଟିରେ ନ ଥିବା ଯୁବକ ଜଣକ କହିଛନ୍ତି I ଯାହାପାଇଁ ରାତିସାରା ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଏବଂ କାର୍ଯ୍ୟରତ ନର୍ସ ଭୟଭୀତ ହୋଇ ଥିବା କହିଛନ୍ତି I ଏହିପରି ଘଟଣା ବାରମ୍ବାର ଘଟୁ ଥିଲେ ମଧ୍ୟ ମେଡିକାଲ କର୍ତୃପକ୍ଷ ରୋଗୀଙ୍କ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନେଉନ ଥିବା ଚିକିତ୍ସାଧୀନ ରୋଗୀ ଅଭିଯୋଗ କରିବା ସହ ରୋଗୀଙ୍କ ସୁରକ୍ଷା ପାଇଁ ରାତ୍ରିରେ ସୁରକ୍ଷାକର୍ମୀ ଡିଉଟି କରିବା ପାଇଁ ଦାବି କରିଛନ୍ତି I ମୁଖ୍ୟତା ମହିଳାରୋଗୀ ଏହି କାରଣରୁ ଭୟଭୀତ ହେଉଥିବା କହିଛନ୍ତି I କିଛି ଦିନ ପୂର୍ବେ କେନ୍ଦ୍ରରୁ ସରକାରୀ ଦଳ ଆସିବାର ଖବର ପାଇଁ ପୁରା ସ୍ୱାସ୍ଥ୍ୟକେନ୍ଦ୍ର ଚକାଚକ ହୋଇଥିଲା I କର୍ମଚାରୀ ଉପସ୍ଥିତ ମଧ୍ୟ ରହୁଥିଲା I ମାତ୍ର କିଛି ଦିନ ବ୍ୟବଧାନରେ ମେଡିକାଲ କର୍ମଚାରୀଙ୍କ ଅବହେଳା ଅଞ୍ଚଳ ବାସିଙ୍କ ଚିନ୍ତାକୁ ବଢ଼ାଇବା ସହ ଏହି କାରଣ ପାଇଁ ମେଡିକାଲକୁ ରୋଗୀ ଚିକିତ୍ସା ପାଇଁ ଆସୁନ ଥିବା ଚିକିତ୍ସାଧୀନ ରୋଗୀଙ୍କ ସମ୍ପର୍କୀୟ ଏବଂ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I ତେଣୁ ଉକ୍ତ ରୋଗୀଙ୍କ ସୁରକ୍ଷା ପାଇଁ ସୁରକ୍ଷା କର୍ମୀ ଦିବାରାତ୍ର ଡିଉଟି କରିବା ପାଇଁ ସାଧାରଣରେ ଦାବି ହେଉଛି I