ହେଡଲାଇନସ୍:

ଚୋରା ଲୁହାପଥର ବୋଝେଇ ୬ ଡ଼ମ୍ପର ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ (ଶାସକ ପ୍ରଶାସକ) ଖଣି ବିଭାଗ ଖଣିଜ ପରିବହନ ନିୟମକୁ ଯେତେ କଡାକଡି କଲେ ମଧ୍ୟ ଚୋରା କାରବାର ଚାଲୁ ରହିଛି। ଆଜି ବଡ଼ବିଲ ପୋଲିସ ୬ଟି ଡ଼ମ୍ପରକୁ ଝାଡଖଣ୍ଡ ରାଜ୍ୟ ସୀମାନ୍ତ ନାଲଦା ଅଞ୍ଚଳରୁ ଜବତ କରିବାରେ ସଫଳ ହୋଇଛି। ଏହି ଗାଡି ଗୁଡିକରେ ଉନ୍ନତମାନର ୫-୧୮ ସାଇଜ ଓର ବୋଝେଇ ହୋଇଥିବାର ଜଣାପଡିଛି। ଯାହାର କି ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ। ଏହି ଲୁହାପଥର ବୋଝେଇ ଟ୍ରକ ପଟ୍ଟନାୟକ ମିନେରାଲସ ଖଣିରୁ  ବାଂଶପାଣି ରେଲୱେ ସାଇଡିଂ ଅଭିମୁଖେ ଯିବା ପରିବର୍ତ୍ତେ ପଡୋଶୀ ଝାଡଖଣ୍ଡ  ରାଜ୍ୟକୁ ଚୋରାରେ ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ବଡ଼ବିଲ ଏସଡିପିଓ ସତ୍ୟ ବିକାଶ ଭୂୟାଁ ଓ  ଏସଆଇ ପ୍ରକାଶ ଚନ୍ଦ୍ର ପଣ୍ଡା ପୋଲିସ ଟିମ ସହ ଚଢ଼ାଉ କରି ଗାଡି ଗୁଡିକୁ ଜବତ କରିଥିଲେ। ତେବେ ସମସ୍ତ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି। ଜବତ ଡ଼ମ୍ପର ସବୁ ହେଲା ଓଆର୧୫ ଏନ ୫୦୫୬, ଓଆର୦୪ବି  ୯୪୮୩, ଓଆର୧୪ଏଚ ୧୩୮୯, ଓଆର୧୪ କ୍ୟୁ ୯୦୭୮, ଓଆର୦୯ଏଚ ୬୨୯୬ ଓ ଓଆର୧୫ଏନ ୫୦୫୭। ବଡ଼ବିଲ ପୋଲିସ କେଶ ନଂ ୨୨୫ ଧାରା ୩୭୯/୩୮୧/୪୧୧/୪୧୩/୧୨୦ବି ଆଇପିସି ଓ ୨୧ ଏମଏମଡିଆର ଆକ୍ଟରେ କେଶ ରୁଜୁ କରିଥିବାର ଜଣାପଡିଛି।

0
0
0
s2sdefault