ହେଡଲାଇନସ୍:

ଗୁରୁବାର ନିଯୁକ୍ତି ପାଇବେ ୨୮୯ ଅଧ୍ୟାପକ ଅଧ୍ୟାପିକା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇଁ ଉଚ୍ଚ ଶିକ୍ଷା ବିଭାଗର ତତ୍ପରତା 

ଭୁବନେଶ୍ୱର,(ଶାସକ ପ୍ରଶାସକ) : ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ବେଳେ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଉଦ୍ୟମ ଜାରି ରଖିଛନ୍ତି | ରାଜ୍ୟର ଅନୁଦାନପ୍ରାପ୍ତ ସରକାରୀମହାବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆଯାଇଛି | ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ରାଜ୍ୟ ସିଲେକ୍ସନ୍ ବୋର୍ଡକୁ ୮୩୩ଟି ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଥିଲା | ରାଜ୍ୟ ସିଲେକ୍ସନ୍ ବୋର୍ଡ ଦ୍ୱାରା ପଦବୀଗୁଡ଼ିକ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି | ଇତି ମଧ୍ୟରେ ୯ଟି ବିଭାଗରେ ୨୯୯ଟି ଅଧ୍ୟାପକ ପଦବୀ ପୂରଣ ହୋଇସାରିଛି |

ଏଥର ୧୬ଟି ବିଭାଗର ୨୮୯ ଜଣ ଯୋଗ୍ୟ ବିବେଚିତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ଦିଆଯିବା ନବନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ପାଇଁ ସ୍ଥାନୀୟ ଜୟଦେବ ଭବନରେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛିା ନଭେମ୍ବର ୨୮ ତାରିଖରେ ସକାଳ ୧୦ଟା ୩୦ ମିନିଟରେ  ଅନୁଷ୍ଠିତ ଏହି ଦିଗଦର୍ଶନ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ | ନବନିଯୁକ୍ତ ଅଧ୍ୟାପକମାନଙ୍କ ମଧ୍ୟରୁ ବାଣିଜ୍ୟରେ ୨ ଜଣ, ରାଜନୀତି ବିଜ୍ଞାନରେ ୨ ଜଣ, ଇଂରାଜୀରେ ୯୫ ଜଣ, ଗଣିତରେ ୩୮ ଜଣ, କମ୍ପୁଟର ସାଇନ୍ସରେ ଜଣେ, ତେଲୁଗୁରେ ଜଣେ, ଷ୍ଟାଟିଟିକ୍ସରେ ଜଣେ, ହିନ୍ଦୀରେ ୭ ଜଣ, ହୋମ୍ ସାଇନ୍ସରେ ୭ ଜଣ, ସାଇକୋଲୋଜିରେ ୮ ଜଣ, ଏଜୁକେସନରେ  ୨୯ ଜଣ, ଊର୍ଦ୍ଦୁରେ ଜଣେ, ସଂସ୍କୃତରେ ୨୨ ଜଣ, ପଦାର୍ଥ ବିଜ୍ଞାନରେ ୩୪ ଜଣ, ଜୁଲୋଜିରେ ୨୯ ଜଣ ଏବଂ ସୋସିଓଲୋଜିରେ ୧୨ ଜଣ ଏହି ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେବୋ 

 

0
0
0
s2sdefault