ବେଲପଡ଼ା (ବନମାଳୀ ନାୟକ )ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକର ଚାଷିମାନେ ରାଜରାସ୍ତାକୁ ଓହ୍ଲେଇ ସରକାର ବିରୋଧି ନାରାବାଜି କରୁଥିବା ଦେଖିବାକୁ ମିଲିଥିଲା ଖବର ଅନୁଯାଇ ଗତ ୨୦୧୮ ଖରିଫ୍ ବିମାରାଶି ପ୍ରଦାନ ଓ ମରୁଡ଼ି ସହାୟତା ବଣ୍ଟନ ,ଟୋକନ ବ୍ୟବସ୍ଥାର ଉଚ୍ଛେଦ ଆଦି ଦାବି ନେଇ ବେଲପଡ଼ା ବନ୍ଦ ଡାକରା ଦେଇଥିଲା ଜୟ କୋସଲ କୃଷକ ସଙ୍ଗଠନ | ପଶ୍ଚିମ ଓଡ଼ିଶା ର ଚାଷି କୁଳଙ୍କୁ ସରକାର ଅଣଦେଖା କରୁଥିବା ଅଭିଯୋଗ ଆଣିଲେ ଚାଷି | ରାଜ ରାସ୍ତାରେ ପ୍ରତିବାଦ ସଭା ପାଳନ କରାଯାଇଥିଲା| ସହରର ସମସ୍ତ ସରକାରୀ କାର୍ୟାଲୟ ବନ୍ଦ ଥିବା ଦେଖିବାକୁ ମିଲିଥିଲା | ପରିସ୍ଥିତି ନିୟନ୍ତ୍ରଣ ପାଇଁ ସହରରେ ଏକ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା ,କିଛି ସମୟ ପାଇଁ ବେଲପଡ଼ା BDO ଙ୍କୁ ଅଟକ ରଖିଥିଲେ ଚାଷିମାନେ |
ଆଗାମି ଦିନରେ ଦାବି ପୁରଣ ନହେଲେ ଅନିର୍ଦିଷ୍ଚ କାଲପାଇଁ ସମସ୍ତ ସରକାରି ପ୍ରତିଷ୍ଠାନ କୁ ବନ୍ଦ ରଖାଜିବ ବୋଲି ଧମକ ଦେଲା କୃଷକ ସଙ୍ଗଠନ | ଜୟ କୋଶଲ କ୍ରୁଷକ ସଂଗଠର୍ ସଭାପତି ପ୍ରକାଶ କୁମାର ବୁଡେକ, ସହ ସଂପାଦକ ଲଲିତ ବୁଡେକ, ସମାଜ ସେବୀ ଦନାର୍ଦ୍ଦର ସିଂ,କୋଶଲ ରାଜ୍ଯ ଆବାହକ ଭିଭୁଦତ୍ତ ମିଶ୍ର ତୁଷବନ୍ଦୁ ବୁଡେକ ପିଣ୍ଟୁ ବୁଡେକ, ବାଳକୁଷ୍ଟ ଖସେଲ୍, ତିଲକ ବିଶି,ଯୁଗଲ ମେହେର୍ ଧନ୍ଯଜୟ ବେହେରା,ଜିତୁ ନାଏକ,ଚାଷି ନେତା ବନମାଲୀ, ଚାଷି ନେତା ଅଚ୍ୟୁତ, ସିପୁନ୍ ଖମାରୀ ନେତୃତ୍ୱରେ ଆନ୍ଦୋଳନ ହୋଇଥିଲା |