ହେଡଲାଇନସ୍:

ରାଜଦାଣ୍ଡ  ଠାରେ ଦେବ ଦୀପାବଳି ଭଜନ ସଂନ୍ଧ୍ୟା ସମାରୋହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟ ରାଜଦାଣ୍ଡ  ଠାରେ ଦେବ ଦୀପାବଳି ଭଜନ ସଂନ୍ଧ୍ୟା ସମାରୋହ--୨୦୧୯ କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। 

   ଏହି କାର୍ଯ୍ୟକ୍ରମକୁ ଦେବୀ ମଠ ମହନ୍ତ ମହାରଜ ଶ୍ରୀ ରମାନନ୍ଦ ଦାସଜୀ ଉଦ୍ ଘାଟନ କରିଥିବା ବେଳେ ଆୟୋଜନ ହେମନ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ତୀର୍ଥବାସୀ ପଣ୍ଡା , ଭାରତ ଭୂଷଣ ମହାନ୍ତି ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ। 

ଏହି ଅବସରରେ ନୃସିଂହ ପ୍ରସାଦ ପାଢ଼ୀ, ପ୍ରସନ୍ନ କୁମାର ରଥ , କନ୍ଦର୍ପ ପାତ୍ର, ବ୍ରହ୍ମପୁରର  ବେଣୁଧର ସାସମଲ ଏବଂ ଜୟଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇ। ପରେ ପରେ ଗଞ୍ଜାମ ଓ ଗଜପତି ଜିଲ୍ଲାର କଳାକାର ମାନଙ୍କ ଦ୍ଵାରା ଭକ୍ତି ନୈବେଦ୍ୟ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା।

0
0
0
s2sdefault