ହେଡଲାଇନସ୍:

ପାରଳାରେ ୭୨ ତମ ଏନ୍ ସିସି ଦିବସ ପାଳିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀ କୃଷ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ୭୨ ତମ ଏନ୍ ସିସି ଦିବସ ମହା-ସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ .ଭଜମନ ବେହେରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟ ପରିସରରେ ଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । 

   ପରେ ମୁଖ୍ୟଅତିଥି ଡ଼ଃ. ବେହେରା ଏନ୍ ସିସି ପତାକା ଉତ୍ତୋଳନ କରିଥିଲେ । ସେ ସମ୍ମିଳିତ ପ୍ୟାରେଡ଼ ଦଳ ପରିଦର୍ଶନ କରିବା ସହିତ ସମ୍ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ପ୍ୟାରେଡ଼ ଦଳରେ ଉପସ୍ଥିତ ଆର୍ମି ଏନସିସି ଓ ନେଭାଲ ଏନସିସି କେଡ଼େଟ ମାନଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ମାଧ୍ୟମରେ ସମଗ୍ର ଭାରତ ବର୍ଷରେ  ନଭେମ୍ବର-୨୪ ତାରିଖ ଦିନରେ ଏନ୍ ସିସି ଦିବସ ପାଳିତ ହୋଇଆସୁଛି । ଏହା ଏକତାବଦ୍ଧର ଆହ୍ବାନ ଦେଇଥାଏ । ଯାହାକି ସମସ୍ତେ ଏକତ୍ରିତ ହୋଇ ତଥା ଏକତାରେ ଆବଦ୍ଧ ହୋଇ ଦେଶ ଗଠନ ତଥା ଦେଶ ମାତୃକାର  ସେବା କରିବା ସହ ଦେଶର ସର୍ବାଙ୍ଗୀନ ଉନ୍ନତିରେ ନିଜକୁ ସାମିଲ କରିବା ଏବଂ ଦେଶକୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଭାରତୀୟ ସେନା ବାହିନୀରେ ଯୋଗଦେବା ପାଇଁ ଆହ୍ବାନ କରିଥିଲେ ।    ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବି. ବୃନ୍ଦାବନ ରାଓ ଉପସ୍ଥିତ ଆର୍ମି ଏନସିସି ଓ ନେଭାଲ ଏନସିସି କେଡ଼େଟ ମାନଙ୍କୁ ଶପଥ ପାଠ କରାଇଥିଲେ । ପରେ ପରେ ଆର୍ମି ଏନସିସି ଦଳର ସିନିଅର ଅଣ୍ଡର ଅଫିସର ଅଜିତ ଶବରଙ୍କ ନେତୃତ୍ୱରେ ଚିତ୍ତାକର୍ଷକ ପ୍ୟାରେଡ଼ ତଥା ମାର୍ଚ୍ଚ-ପାଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।     ଏହି କାର୍ଯ୍ୟକ୍ରମରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟର ଆର୍ମି-କେଡ଼େଟ ଏବଂ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଉଭୟ ଆର୍ମୀ ଏବଂ ନେଭାଲ ଏନସିସି କେଡ଼େଟ ମାନେ ଅଂଶଗ୍ରହଣ କରିଥିଲେ ।

ସମସ୍ତ କାର୍ଯ୍ୟକ୍ରମକୁ ବାଳକ ଉଚ୍ଚ ବିଦ୍ୟାଳୟର ନେଭାଲ ଏନସିସି ଅଧିକାରୀ ହରିହର ଦାସ , ଆର୍ମି ଏନସିସି ଅଧିକାରୀ ଜଗନ୍ନାଥ ପଟନାୟକ ଏବଂ ଗଜପତି ମହାବିଦ୍ୟାଳୟର ଆର୍ମି ଏନସିସି ଅଧିକାରୀ ସୁକାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ଶିକ୍ଷକ , ଅଧ୍ୟାପକ ଓ କର୍ମଚାରୀ ଓ ଅନ୍ୟମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

0
0
0
s2sdefault