ବରଗଡ :- ବରଗଡ ଜିଲ୍ଲାର ପାଇକମାଳ ଓ ଝାରବନ୍ଧ ବ୍ଲକ ନୃସିଂହନାଥ ଜୋନସ୍ତରୀୟ କରଣ ସମାଜ ର ଚିତ୍ରଗୁପ୍ତ ପୂଜା ଓ ବନ୍ଧୁମିଳନ ମହୋତ୍ସବ ନୃସିଂହନାଥ ସ୍ଥିତ ଯାତ୍ରୀ ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଆରାଧ୍ୟ ଦେବତା ଚିତ୍ରଗୁପ୍ତ ମହାପ୍ରଭୁ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପୂଜାରେ ପଣ୍ଡିତ ତରଣିସେନ୍ ଦାସଙ୍କ ତତ୍ତ୍ଵାବଧାନରେ ପୂଜାକାର୍ଯ୍ୟ ରୂପେ ବିଜୟାନନ୍ଦ ପଟ୍ଟନାୟକ ଓ ଧର୍ମପତ୍ନୀ ତୟସ୍ମିତା ପଟ୍ଟନାୟକ ଦାୟିତ୍ଵ ନିର୍ବାହ କରିଥିଲେ । ପୂଜାର୍ଚ୍ଚନା ପରେ ପରେ ଶିକ୍ଷାବିତ ଶରତ ଚନ୍ଦ୍ର ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରକୃତି ବନ୍ଧୁ ସାମ୍ବାଦିକ ଧିରେନ୍ ମହାନ୍ତି ସଭା ସଞ୍ଚାଳନ କରିଥିଲେ । ଉକ୍ତ ଵୈଠକରେ ସମ୍ବଲପୁର କରଣ ସମାଜର ପ୍ରତିନିଧି ରୂପେ ଶ୍ରୀମତୀ ଅନ୍ତିମା ଦାନୀ ,ନୂଆପଡ଼ା ଜିଲ୍ଲାରୁ ଶ୍ରୀମତୀ ବଉଳ ମହାନ୍ତି , ରାଜଖରିଆର୍ରୁ କରଣ ସମାଜ ର ମୁକେଶ କୁମାର ପଟ୍ଟନାୟକ,ସତୀଶ କୁମାର ପଟ୍ଟନାୟକ, ଅମରେଶ ପଟ୍ଟନାୟକ , ପୃଥ୍ଵୀରାଜ୍ ମହାନ୍ତି , ପ୍ରବୀଣ ପଟ୍ଟନାୟକ ଯୋଗ ଦେଇ ଥିଲେ । ଅଧ୍ୟାପିକା ରଞ୍ଜିତା ମହାନ୍ତି କରଣ ସମାଜର ଆରାଧ୍ୟା ଦେବତା ଚିତ୍ରଗୁପ୍ତ ମହାପ୍ରଭୁ ଓ କରଣ ସମାଜ ଉପରେ ଆଲୋକପାତ କରି ଉଦ୍ଦେଶ୍ୟ ଜ୍ଞାପନ କରି ଥିଲେ । ସମ୍ବଲପର,ନୂଆପଡ଼ା , ରାଜ ଖରିଆର ରୁ ଆସିଥିବା ଏହି ଅଥିତି ମାନଙ୍କୁ କରଣ ସମାଜ ତରଫରୁ ଉପଢ଼ୋକନ୍ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରାଯାଇଥିଲା । ନୃସିଂହନାଥ ଜୋନ୍ ସ୍ତରୀୟ ଏହି ଉତ୍ସବ ନିମନ୍ତେ ପ୍ରସ୍ତୁତି ଓ ପାୟାସ ର ଗୁରୁତ୍ଵ ଭୂମିକା ନିର୍ବାହ କରିଥିବା ପ୍ରଶାନ୍ତ ପଟ୍ଟନାୟକ ଓ ନରେନ୍ଦ୍ର କୁମାର ମହାନ୍ତି ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସମାଜ ତରଫରୁ ସମ୍ମାନିତ କରାଯାଇଥିଲା । ବୈଠକ ରେ ପତ୍ରାଗୁଡା ଗ୍ରାମର ପ୍ରଦୀପ ଦାସ ଅକାଳ ବିୟୋଗ ରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରା ଯାଇ ତାଙ୍କ ଆତ୍ମାର ସଦଗତି କାମନା କରାଯାଇଥିଲା । ଏହି ସଭାରେ କରଣ ସମାଜର ଉନ୍ନତି କାମନା କରିବା ପାଇଁ ସମସ୍ତେ ଏକାଠି ହେବାକୁ କାର୍ଯ୍ୟ କରିବାକୁ ନିଷ୍ପତି ନିଆଯାଇଥିଲା । ଏପରିକି ଆଗାମୀ ଦିନରେ ନୃସିଂହନାଥରେ ପଶ୍ଚିମ ଓଡ଼ିଶା କରଣ ସମାଜ ତରଫରୁ ଏକ ଧର୍ମଶାଳା ଓ ଚିତ୍ରଗୁପ୍ତ ମନ୍ଦିର ନିର୍ମାଣ ନିମନ୍ତେ ପ୍ରସ୍ତୁତି କରାଯିବାପାଇଁ ମତ ପ୍ରକାଶ ପାଇଥିଲା । ସମସ୍ତ ଏହି କାର୍ଯକ୍ରମକୁ ସୁଚାରୁରୂପେ ସମ୍ପାଦନା ରେ ସହଯୋଗ କରିଥିବା ଅଜୟ ଦାସ, ଡ଼ା ଦେବଦତ୍ତ ମହାନ୍ତି , ସାମ୍ବାଦିକ ନୀରୋଜ୍ ପାଣି, ରମେଶ ମହାନ୍ତି , ପ୍ରମୋଦ କୁମାର ରାୟ , ଡ଼ା ରାଜୀବ ପଟ୍ଟନାୟକ , ଡ୍ ରଶ୍ମୀ ରଞ୍ଜନ ମହାନ୍ତି ,ଅମୂଲ୍ୟ ମହାପାତ୍ର, ଭୀମସେନ ବହିଦାର ,ନନ୍ଦ ଶ୍ରୀ ବାସ୍ତବ , ବ୍ରଜକିଶୋର ଜେନା , ଦେବାଶିଷ ପଟ୍ଟନାୟକ,ତପନ ବହିଦାର,ମନୋଜ ମହାନ୍ତି, କେଦାର ମହାନ୍ତି , ବିଜୟ ମହାନ୍ତି , ଝୁନା ରାଉତରାୟ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।ପରି ଶେଷରେ ପ୍ରମୋଦ ରାୟ ଟୁନା ଧନ୍ୟବାଦ ଅର୍ପଣ କରିଥିଲେ |
ରାଜ୍ୟ
କରଣ ସମାଜର ଚିତ୍ରଗୁପ୍ତ ପୂଜା ଓ ବନ୍ଧୁମିଳନ ମହୋତ୍ସବ
- Hits: 725