ହେଡଲାଇନସ୍:

ଉତ୍କଳ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବାରେ ଆଲୁମିନି ନିଅନ୍ତୁ ବଡ ଭୂମିକା- ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉତ୍କଳ  ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ 

 ଗୋଟିଏ ବର୍ଷର ଦରମା ଆଲୁମିନି ଆସୋସିଏସନ ଫଣ୍ଡକୁ ପ୍ରଦାନ 

 ଆଲୁମିନି ଆସୋସିଏସନର ବଡ ଫଣ୍ଡ ଖୋଲିବା ପାଇଁ ଉଦ୍ୟମରେ ହେବେ ସାମିଲ

 ବିଶ୍ୱବିଦ୍ୟାଳୟରେ ବଡ ପ୍ରେକ୍ଷାଳୟ ନିର୍ମାଣ ପାଇଁ ପ୍ରତିଶ୍ରୁତି

 ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ନିମନ୍ତେ ଏକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା  କରିବା ପାଇଁ ପରାମର୍ଶ

 ସ୍ୱାଧୀନତା ପୂର୍ବ ଏବଂ ପରେ ଅନେକ ପ୍ରଥିତଯଶା ବ୍ୟକ୍ତିତ୍ୱଙ୍କ ଲମ୍ବା ତାଲିକାର ଆଦିଭୂମି ହେଉଛି ଏହି ବିଶ୍ୱବିଦ୍ୟାଳୟ

 ନୂଆ ଓଡିଶା ନିର୍ମାଣରେ ଅଗ୍ରଦୂତର ଭୂମିକା ନେବ ଉତ୍କଳ  ବିଶ୍ୱବିଦ୍ୟାଳୟ

 ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ନିଜ ସଫଳତାର ଶ୍ରେୟ ଦେଲେ

ଭୁବନେଶ୍ୱର,(ଶାସକ ପ୍ରଶାସକ) – ନେତୃତ୍ୱ ବିନା ସମାଜ ବା ସଂଗଠନ ଆଗେଇ ପାରିବ ନାହିଁ । ଉତ୍କଳ  ବିଶ୍ୱବିଦ୍ୟାଳୟରଦାୟିତ୍ୱ ନେବା ପାଇଁ ଆଜି ସମସ୍ତଙ୍କର ସମୟ ଆସିଛି । ଉକ୍ରଳ ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଭାବରେ ଅବସ୍ଥାପିତ ହେଲେ ଆମ ରାଜ୍ୟ ଓଡିଶା ତଥା ଅର୍ଥନୀତିର ଲାଭ ହେବ । ତା’ ହେଲେ ଯାଇ ଆମେ ଆମର ଦାୟିତ୍ୱ  ତୁଲାଇପାରିବା । ତେଣୁ ଉତ୍କଳ  ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ କରିବା ପାଇଁ ସମସ୍ତଙ୍କର ସହଯୋଗ ରହୁ ତଥା ବିଶେଷ ଭାବରେ ଆଲୁମିନି ଏଥିପାଇଁ ବଡ ଭୂମିକା ନେଉ ବୋଲି ରବିବାର ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗଦେଇ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ ଉତ୍କଳ  ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ଆଲୁମିନି ଆସୋସିଏସନ ଫଣ୍ଡ ଖୋଲିବା ପାଇଁ ପରାମର୍ଶ ଦେବା ସହ ସେହି ଫଣ୍ଡକୁ ପ୍ରଥମେ ନିଜର ଗୋଟିଏ ବର୍ଷର ଦରମା ପ୍ରଦାନ କରିଛନ୍ତି । ଏହି ସହ ବିଶ୍ୱବିଦ୍ୟାଳୟର ଉନ୍ନତି  ପାଇଁ ଏହି ପାଣ୍ଠିକୁ ସମସ୍ତ ପୂରାତନ ଛାତ୍ରଛାତ୍ରୀ ତଥା ବିଶ୍ୱବିଦ୍ୟାଳୟ ସହ ଜଡିତ ସମସ୍ତଙ୍କ ଆର୍ଥିକ ଯୋଗଦାନ ରହୁ ବୋଲି ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ସେହିପରି ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ସହଯୋଗରେ ବଡ ପ୍ରେକ୍ଷାଳୟ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବା ସହ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ନିମନ୍ତେ ଏକ ଗବେଷଣା କେନ୍ଦ୍ର ପ୍ରତିଷ୍ଠାନ  କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତିା ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଅଧିକ ସୁବିଧା ପ୍ରଦାନ କରିବା ନିମନ୍ତେ ମଧ୍ୟ ଶ୍ରୀ ପ୍ରଧାନ ଏହି କାର୍ଯ୍ୟକ୍ରମ ଅବସରରେ ପରାମର୍ଶ ଦେଇଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଉତ୍କଳ  ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଅନ୍ୟ ପ୍ରମୁଖ ବିଶ୍ୱବିଦ୍ୟାଳୟ ମାନଙ୍କ ଠାରୁ କମ୍ ନୁହେଁ । ୭୫ ବର୍ଷର ଲମ୍ବା ଯାତ୍ରାରେ ଓଡିଶାର ସମାଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅନ୍ତରୀଷ୍ଟ୍ରୀୟ ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଅନେକ ବ୍ୟକ୍ତିତ୍ୱଙ୍କର ଲମ୍ବା ତାଲିକାର ଆଦିଭୂମି ହେଉଛି ଏହି ବିଶ୍ୱବିଦ୍ୟାଳୟ । ପ୍ରଶାସନ, ସାହିତ୍ୟ, କଳା, ସମାଜ ସେବା, ରାଜନୀତି ସବୁ କ୍ଷେତ୍ରରେ ରାଜ୍ୟର ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କର ଲମ୍ବା ସଫଳତାର ଯାତ୍ରାର ଆଦିଭୂମି ହେଉଛି ଏହି କ୍ୟାମ୍ପସ । ମୋ ଭଳି ଜଣେ ସାମାଜିକ କାର୍ଯ୍ୟକର୍ତାର ବୈଚାରିକ ଯାତ୍ରାର ପ୍ରାରମ୍ଭିକ ଜୀବନର ମୂଳଦୁଆକୁ ଦୃଢ କରିବାରେ ଏହି  କ୍ୟାମ୍ପସରେ କେଇ ବର୍ଷର ଜୀବନ ଏକ ନୂଆ ପ୍ରେରଣା ଓ ଉତ୍ସାହ ଦେଇଥିଲା । ଆଜି ମୁଁ ଜୀବନରେ ଯାହା ହୋଇଛି, ଏହି କ୍ୟାମ୍ପସର ପବିତ୍ର ମାଟି ପାଇଁ ହୋଇଛି । ସେହିପରି ବିଶ୍ୱବିଦ୍ୟାଳୟର ଆନ୍ଥେ୍ରାପୋଲଜି ବିଭାଗର ଛାତ୍ର ଭାବରେ ନିଜର ସଂସ୍କୃତି ଓ ପରମ୍ପରା ସହ କିପରି ନିବିଡ ଭାବରେ ଯୋଡି ହୋଇ ରହିବାକୁ ପଡେ ତାର ପ୍ରେରଣା ମିଳିଥିଲା ବୋଲି ସେ କହିଛନ୍ତି । 

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ଏକ ଜ୍ଞାନର ଶତାବ୍ଦୀ । ଏକବିଂଶ ଶତାବ୍ଦୀରେ ନୂଆ ଓଡିଶା ନିର୍ମାଣର ଅଗ୍ରଦୂତର ଭୂମିକା ଉକ୍ରଳ ବିଶ୍ୱବିଦ୍ୟାଳୟ ହିଁ ନେଇପାରିବ । ଏଥିପାଇଁ ସମସ୍ତଙ୍କୁ ସଂକଳ୍ପ ନେବାର ଆବଶ୍ୟକତା ରହିଛି | ୧୯୪୩ ମସିହାରୁ ୨୦୧୯ ମଧ୍ୟରେ ଏହି ଶିକ୍ଷାନୁଷ୍ଠାନ  ନିଶ୍ଚିତ ଭାବରେ ଓଡିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ଅନେକ କ୍ଷେତ୍ରରେ ସଫଳ ହୋଇଛି ଓ ଆଗାମୀ ଦିନରେ ଅନେକ ରାସ୍ତା ଚାଲିବାର ସଂକଳ୍ପ ପଥରେ ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

 

0
0
0
s2sdefault