ହେଡଲାଇନସ୍:

ବାହାଘର ନୁହେଁ ପିଲାଖେଳ : ଗଣ ମାଧ୍ୟମର ଭୂମିକା ନେଇ ସମ୍ବାଦିକଙ୍କ ସହ ଚର୍ଚ୍ଚା କଲେ କିଶୋରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

   ନୂଆପଡା.(ଅମିତ ପୁରୋହିତ) ; ସଦର ବ୍ଲକ ଅନ୍ତର୍ଗତ ବୁଢିପାଲି ପଞ୍ଚାୟତର ଜେଞ୍ଜରା ଓ ପରକୋଡ ପଞ୍ଚାୟତର ସେମେରିଆ ଗ୍ରାମରେ “ଅନନ୍ୟା” କାର୍ଯ୍ୟକ୍ରମ ଅନ୍ତର୍ଗତ "ବାହାଘର ନୁହେଁ ପିଲାଖେଳ" ପ୍ରସଙ୍ଗ ଉପରେ ଗାଁ ର କିଶୋରୀ ମାନେ ସାମ୍ବାଦିକଙ୍କ ସହିତ ଚର୍ଚ୍ଚା କରିଥିଲେ । ଶିଶୁ ଅଧିକାର  କ୍ଷୁର୍ଣ୍ଣ ଓ ବାଲ୍ୟ ବିବାହ ରୋକିବାରେ ଗଣ ମାଧ୍ୟମର ଭୂମିକା ଉପରେ ଆଲୋଚନା ତଥା ଚର୍ଚ୍ଚା କରାଯାଇଥିଲା । ଉକ୍ତ ଚର୍ଚ୍ଚାରେ ଗ୍ରାମର କିଶୋର କିଶୋରୀ ମାନଙ୍କ ସହିତ ଲୋକନାଥ ମହାପାତ୍ର, ଅମିତ ପୁରୋହିତ, ଦୀପକ କୁମାର ମିଶ୍ର, ଦେବଦାସ ପାଢୀ ଆଦି ଗଣ ମାଧ୍ୟମ ପ୍ରତିନିଧି, ଯୋଗ ଦେଇଥିଲେ । ଶିଶୁ ମାନଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରିବା ଓ ସମାଜ ରୁ ବାଲ୍ୟ ବିବାହ ଭଳି କୁପ୍ରଥାକୁ ନିରାକରଣ କରିବାରେ ପ୍ରସାଶନିକ ଅଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ , ଗଣମାଧ୍ୟମର ଭୂମିକା ଯେତିକି ତା ଠାରୁ ଜନସାଧାରଣଙ୍କ ଭୂମିକା ବହୁତ ଅଧିକ ବୋଲି ଉପସ୍ଥିତ ଗଣମାଧ୍ୟମ ଅତିଥି ମାନେ ମତ ଦେଇଥିଲେ । ସୂଚନା ଅନୁସାରେ ସେଭ୍ ଦି ଚିଲଡ୍ରେନ ଓ ଆଶା ଓଡିଶା ଆନୁକୁଲ୍ୟରେ ଶିଶୁ ଅଧିକାର ଓ ବାଲ୍ୟବିବାହ ନିରାକରଣ ଜନିତ “ଅନନ୍ୟା” ନାମକ କାର୍ଯ୍ୟକ୍ରମ ନୂଆପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଲୁଅଛି । ଆଶା ଓଡିଶାର ପରକୋଡ କ୍ଲଷ୍ଟର କୋଡିନେଟର ଅମୃତିନ ସତନାମୀ, ମନସ୍ବିନୀ  ସାହୁ ଓ ସାଲିନୀ ସାହୁ ଚର୍ଚ୍ଚା ବୈଠକକୁ ପରିଚାଳନା କରିଥିବା ବେଳେ । ଅଙ୍ଗନବାଡି ଓ ଆଶାକର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ ।  

 

0
0
0
s2sdefault