ହେଡଲାଇନସ୍:

ଛାଡିବାକୁ ଆସିଥଲେ : ହେଲେ ପୁଣି ଯୋଡି ହୋଇଗଲେ ସ୍ଵର୍ଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମନ ବଦଳିଗଲା, ପୁଣି ଚାଲିଲା ସଂସାର ନୌକା 

ଓଡ଼ଗାଁ ଥାନାଧୀକାରିଣୀଙ୍କ ମାନବୀୟ ହସ୍ତକ୍ଷେପ ଯୋଗୁ ହେଲା ସମ୍ଭବ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) :  ସମାଜରେ ବିଭିନ୍ନ ଘଟଣାକୁ ନେଇ ପରିବାର ମାନଙ୍କ ଭିତରେ ପାର୍ଥକ୍ୟ ଏବଂ ଦୂରତା ବଢିବାରେ ଲାଗିଛି । କିଛିଲୋକ ଏହି ଦୁରତ୍ୱକୁ କମାଇବା ବଦଳରେ ନିଆଁରେ ଘିଅ ଢାଳିବା ପରି ଉତେଜନାମୁଳକ କଥାକହି ସମ୍ପର୍କକୁ ଛିନ୍ନ କରିବା ପାଇଁ ଆଗେଇ ଆସିଥାନ୍ତି । ତେବେ ଏସବୁ ପ୍ରତିବନ୍ଧକକୁ ଏଡାଇଯାଇ ଦୁରେଇ ଯାଇଥିବା ଦମ୍ପତି  ଆଜି ଏକାଠି  ହୋଇଛନ୍ତି । ଏବଂ ଅବଶିଷ୍ଟ ଜୀବନ ବୁଝାମଣା ଭିତ୍ତିରେରେ କଟାଇ ଦେବାପାଇଁ ଉଭୟେ ଉଭୟଙ୍କୁ କଥାଦେଇଛନ୍ତି । ଆଜି ଓଡଗାଁ ଥାନାରେ ଏହିଭଳିଏକ ପାରିବାରିକ ମିଳନକୁ  ବାସ୍ତବରୁପ ଦିଆଯାଇଛି । ଆଜକୁ ୫ବର୍ଷ ପୂର୍ବେ ବାହାଡାଝୋଲା ଫୁଲେଶ୍ୱର ମନ୍ଦିର ନିକଟ ବିଶ୍ୱନାଥ ସାହୁଙ୍କ ପୁଅ ଗଣେଶ୍ୱର ସାହୁ(୨୬) ଚନ୍ଦକା ଥାନା ଚନ୍ଦକାର ଭୋବନା ସାହୁଙ୍କ ଝିଅ ସ୍ୱର୍ଣ୍ଣଲତା ସାହୁ(୨୨)ଙ୍କ ମଧ୍ୟରେ ବୈଦିକ ରିତିରେ ବିବାହ ହୋଇଥିଲା । ଉଭୟଙ୍କ ଭିତରେ ମତାନ୍ତର ମନାନ୍ତର ଘଟି ଝଗଡା ହେବାରୁ ସ୍ୱର୍ଣ୍ଣଲତା ନିଜ ଶିଶୁପୁତ୍ରକୁ ନେଇ ଦିର୍ଘଦିନ ଧରି ବାପଘରେ ରହୁଥିଲେ । ସ୍ୱାମୀଙ୍କୁ  ଛାଡପତ୍ର ଦେବାପାଇଁ କଟକଠାରେ ଥିବା ଆଶ୍ୱସ୍ତି ଫାଉଣ୍ଡେସନର ସହଯୋଗ ଲୋଡିଥିଲା । ଏହି ଅନୁଷ୍ଠାନର ସମ୍ପାଦିକା ବିଜୟଲକ୍ଷ୍ମୀ ମହାପାତ୍ର ଏବଂ ତାଙ୍କର ଅନ୍ୟ କାର୍ଯ୍ୟକର୍ତ୍ତାମାନେ ସ୍ୱର୍ଣ୍ଣଲତାକୁ ସାଙ୍ଗରେ ନେଇ ଓଡ଼ଗାଁ ଥାନାକୁ ଆସିଥିଲେ । ଆଇଆଇସି ମମତା ପତିଙ୍କ ସହ ଆଲୋଚନା ପରେ ଗଣେଶ୍ବର  ସହିତ ତାଙ୍କ ପରିବାର ଥାନାରେ ପହଁଚିଥିଲେ । ଆଶ୍ୱସ୍ତି ଫାଉଣ୍ଡେସନ ଏବଂ ଓଡଗାଁ ଆଇଆଇସିଙ୍କ ଉପସ୍ଥିତିରେ ଉଭୟପକ୍ଷ ସହିତ ଦିର୍ଘ ସମୟ ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଥିଲା । ଛାଡପତ୍ର ଦେବାକୁ ଆସି ସ୍ୱର୍ଣ୍ଣଲତା ବାପଘର ଛାଡି ସ୍ୱାମୀ ସାଙ୍ଗରେ ଛୁଆକୁ ନେଇ ଶାଶୁଘର ଯାଇଥିଲା । 

0
0
0
s2sdefault