ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଶ୍ରୀରଘୁନାଥ ଜିଉ ବିଜେ ଓଡ଼ଗାଁଙ୍କ ମାର୍ଗଶିରମାସ କୃଷ୍ଣପକ୍ଷ ଉତ୍ପନ୍ନାଏକାଦଶୀ ନୀତି ପାଳିତ ହୋଇଯାଇଛି । ଦୈନଦିନ ନିତୀ ସହ ସନ୍ଧ୍ୟା ୬ ଟାରେ ଦ୍ୱାରଫିଟା ପରେ ଆଳତି ସମୟରେ ଶ୍ରୀ ଜିଉମାନେ ଏକାଦଶୀ ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ । ପ୍ରଭୁଙ୍କର ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ମଣୀ ବିମାନରେ ଏକାଦଶୀବେଢା ପରିକ୍ରମା କରିଥିଲେ । ପରେ ବେଢାରେ ଥିବା ସୂର୍ଯ୍ୟ ମନ୍ଦିର ନିକଟରେ ଏକାଦଶୀ ଗୀତ ଗାୟନ କରି ଶ୍ରୀ ଜିଉମାନେ ନାଟ୍ୟ ମଣ୍ଡପକୁ ବିଜେ କରିଥିଲେ । ଷୋଡଶ ଉପଚାର ପାତ୍ର ଦ୍ୱାରା ରାଜଭୋଗ ନୈବେଦ୍ୟ, କର୍ପୁର ଆଳତୀ, ପିଷ୍ଟକ ଆଳତୀ, ଏକାଦଶୀ ବନ୍ଦାପନା, ମହାଆଳତୀ ଲାଗିପରେ ଶ୍ରୀ ଜିଉ ଗର୍ଭଗୃହକୁ ଫେରିଥିଲେ । ଅନ୍ନଧୁପ, ଗୀତଗୋବିନ୍ଦ, ବଡସିଂହାର ନିତୀ ପରେ ପହୁଡ ପଡିଥିଲା । ପାଳିଆପଣ୍ଡା ମନୋଜ ନନ୍ଦ, ପରିଚ୍ଛା ହରିବନ୍ଧୁ ଷଡଙ୍ଗୀ ଏବଂ ପରିଚାଳକ ଜିତେନ୍ଦ୍ର ମିଶ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।
ରାଜ୍ୟ
ଶ୍ରୀରଘୁନାଥ ଜିଉଙ୍କ ଉତ୍ପନ୍ନା ଏକାଦଶୀ
- Hits: 358